ନିଶ୍ୱାସ ନେଉଥିବା ‘ଗଛ’: ଭିଡିଓ ହେଉଛି ଭାଇରାଲ

କାନାଡା (ଦ କୁଇଭର ବ୍ୟୁରୋ): କୁହାଯାଏ ପ୍ରକୃତିରେ ଅନେକ ରହସ୍ୟମୟ ଘଟଣା ଅଛି ଯାହା ଆମକୁ ଆଶ୍ଚର୍ୟ୍ୟ କରିଦିଏ । ସୋସିଆଲ ମିଡିଆ ଆସିବା ଦିନରୁ କେତେ କେତେ ଘଟଣା ଏବଂ ବିଚିତ୍ର କଥା ସବୁ ଭାଇରାଲ ହେବାରେ ଲାଗିଛି । ତେବେ ଆପଣ ଜାଣିଥିବେ ପୃଥିବୀରେ ବଞ୍ଚିବାକୁ ହେଲେ ଅମ୍ଳଜାନ ନିହାତି ଆବଶ୍ୟକ । ଦୁନିଆରେ ଯେକୌଣସି ଜୀବ ଜନ୍ମ ଗ୍ରହଣ କରନ୍ତି ନିଶ୍ୱାସ ନେବା ବିନା କେହି ମଧ୍ୟ ବଞ୍ଚିବା କଷ୍ଟକର। ଆପଣ ଜାଣିଥିବେ ବୃକ୍ଷ ଅଙ୍ଗାରକାମ୍ଳ ନିଏ ଓ ଅମ୍ଳଜାନ ପରିବେଶକୁ ଛାଡ଼ିଥାଏ। କିନ୍ତୁ କେବେ ଦେଖିଛନ୍ତି କି କୌଣସି ଗଛ ନିଶ୍ୱାସ ନେବା । କିନ୍ତୁ ଏପରି ଏକ ଗଛର ଭିଡ଼ିଓ ଭାଇରାଲ ହେଉଛି ଯିଏକି ନିଶ୍ୱାସ ନେଉଛି। ଏହି ଭିଡ଼ିଓ ଦେଖି ଅନେକ ଲୋକ ଆଶ୍ଚର୍ୟ୍ୟ ହୋଇଛନ୍ତି ।

ସୂଚନାନୁସାରେ ଜୁନ୍ ମାସରେ କାନାଡାର କେଲଗରୀରେ ଏହି ଘଟଣା ଦେଖାଯାଇଛି । ଯେଉଁଠାରେ ଏକ ଗଛର ମଝି ଫାଟି ଯାଇଛି ଏବଂ ସେ ପ୍ରବଳ ଜୋରରେ ନିଶ୍ୱାସ ନେଉଛି। ଏହି ଘଟଣା କ୍ୟାମେରାରେ ଜଣେ ବ୍ୟକ୍ତି କଏଦ କରିଥିଲେ। ଜୁନ୍ ମାସରେ, ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ପରେ କଲଗରୀରେ ଏପରି ଦେଖା ଯାଇଥିଲା।

ଗଛ କାଟିବା ସମୟରେ ଏକ ଘଟଣା ଲୋକମାନଙ୍କୁ ଆଶ୍ଚର୍ୟ୍ୟ କରିଥିଲା, ଯାହା ଲୋକମାନେ ପୂର୍ବରୁ କେବେ ଦେଖି ନଥିଲେ। ଯେଉଁଠାରେ ଗଛର କଡ଼ରେ ଫାଟ ସୃଷ୍ଟି ହୋଇଛି ଏବଂ ସେ ପ୍ରବଳ ଜୋରରେ ନିଶ୍ୱାସ ନେଉଛି। ଏହି ଗଛର ନାମ ହେଉଛି କ୍ରିପି ଟ୍ରି। ଏହି ଗଛର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏନେକ ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି ଯେ ହୁଏତ ଏହା ଅଧିକ ପବନର ବେଗ ଯୋଗୁଁ ଗଛ ଏପରି ନିଶ୍ୱାସ ନେବା ଭଳି ଦେଖାଯାଇପାରେ । ଏହି ଭିଡିଓକୁ ୫.୫ ମିଲିୟନରୁ ଅଧିକ ଥର ଦେଖାଯାଇଛି ଏବଂ ଅନଲାଇନରେ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଉପଭୋକ୍ତା କହିଛନ୍ତି ଯେ ସେମାନେ ନିଜ ଜୀବନରେ ଏହିପରି କିଛି ଦେଖିନଥିଲେ ଏବଂ ଦୃଶ୍ୟଟି ଚଳଚ୍ଚିତ୍ର ପରି ଦେଖାଯାଉଥିଲା। ଭିଡିଓକୁ ଭୟାନକ ଭାବରେ ବର୍ଣ୍ଣନା କରି ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଏହା ‘ଅପରିଚିତ ଜିନିଷ’ ପରି ଦେଖାଯାଉଛି, ଯେଉଁଠାରେ ହୁଏତ କୌଣସି ଅଲୌକିକ ଜିନିଷ ରହିଛି। ଅନ୍ୟ ଜଣେ ଉପଭୋକ୍ତା ଭିଡିଓକୁ ଫ୍ରିକି ବା ସ୍ତ୍ରେଞ୍ଜ ବୋଲି କହିଛନ୍ତି ।

ଭିଡିଓ ଦେଖିବା ପରେ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଲାଗୁଛି ଯେ ଏଠାରେ ଭୂମିରେ କିଛି ହୋଇଛି। ଏମିତିକି ଅନେକ ଉପଭୋକ୍ତା ଭିନ୍ନ ଭିନ୍ନ ପ୍ରଶ୍ନ କରିଛନ୍ତି। ତେବେ ଏହି ଭିଡ଼ିଓ ରେକର୍ଡ଼ିଂ କରିଥିବା ବ୍ୟକ୍ତି ଏହା ମଧ୍ୟ କହିଛନ୍ତି ଯେ ହୁଏତ ଏହା ଜୀବିତ ଥିବା ଗଛ। ତେବେ ଏହି ଭିଡ଼ିଓରେ ଥିବା ଜଙ୍ଗଲକୁ ଡଫି ମୋସି ଜଙ୍ଗଲ ମଧ୍ୟ କୁହାଯାଏ।

Leave a Reply

Your email address will not be published. Required fields are marked *