ସିଏ ବି ନେତ୍ରୀ, ଇଏ ବି ନେତ୍ରୀ

ନୂଆଦିଲ୍ଲୀ (ଦ କୁଇଭର ବ୍ୟୁରୋ): ସମୟ ବଦଳିବା ସହ ବଦଳୁଛନ୍ତି ନେତା ଓ ନେତ୍ରୀ । ବଦଳିଯାଉଛି ତାଙ୍କ ଉଚ୍ଚାରଣ ଓ ଆଚରଣ । ହରାଉଛନ୍ତି ସହନଶୀଳତା । ବଢୁଛି ଔଦ୍ଧତ୍ୟ । ଯାହା ବିଧାନସଭା ଓ ଲୋକସଭାର ଗାରିମାକୁ ଦଳିଚକଟି ଦେଉଛି । ଆସନ୍ତୁ ଦେଖିବା ୮ ବର୍ଷ ମଧ୍ୟରେ ନେତାମାନଙ୍କ ମାନସିକ ସ୍ତରରେ କିଭଳି ତାରତମ୍ୟ ଦେଖାଦେଇଛି ।

ଇଏ ବି ନେତ୍ରୀ, ସିଏ ବି ନେତ୍ରୀ । ଗୋଟିଏ ଦଳ, ବିଚାରଧାରା ବି ଗୋଟିଏ । କିନ୍ତୁ ଉଭୟଙ୍କ ମଧ୍ୟରେ ଫରକ ଆକାଶ-ପାତାଳ । ଏହି ଦୁଇ ନେତ୍ରୀ ହେଲେ ସ୍ୱର୍ଗତ ସୁଷମା ସ୍ୱରାଜ ଓ ଏବେକାର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଉଭୟଙ୍କୁ ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ କୁହାଯାଏ । ସୁଷମା ସ୍ୱରାଜ ତାଙ୍କର ବ୍ୟକ୍ତିତ୍ୱ ପାଇଁ ଯେତିକି ଚର୍ଚ୍ଚିତ ତାଙ୍କ ତୀର୍ଜକ ସମାଲୋଚନା ପାଇଁ ସେତିକି ଆଦୃତ ମଧ୍ୟ । ସେ ଥିଲେ ଜଣେ ଏନସିସିର କ୍ୟାଡେଡ । ରୋକଠୋକ୍ କହିବା ତାଙ୍କ ଅଭ୍ୟାସ ଥିଲା । ହେଲେ ସେ ତାଙ୍କ ମର୍ଯ୍ୟାଦା ଭୁଲିନଥିଲେ । ଗାରିମା ହରାଇନଥିଲେ । ଦଳକୁ ନିନ୍ଦିତ କରୁନଥିଲେ କି ବିରୋଧୀଙ୍କୁ ଅସମ୍ମାନ କରୁନଥିଲେ । ଗଣତନ୍ତ୍ରର ମୂଲ୍ୟବୋଧକୁ ବୁଝି ସଂସଦରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସଂସଦରେ ତାଙ୍କର ଆଚାର, ବ୍ୟବହାର କିପରି ଥିଲା ?

ଏଥିରେ ସେ ପ୍ରମାଣ କରିଦେଇଛନ୍ତି ସେ ହେଉଛନ୍ତି ନେତ୍ରୀ । ଗଣତାନ୍ତ୍ରୀକ ବ୍ୟବସ୍ଥାରେ ବିରୋଧୀଙ୍କ ସହ ମତଭେଦ ହୋଇପାରେ । କିନ୍ତୁ ଶତ୍ରୁତା ନାହିଁ । ସେ ସଂସଦରେ ବିରୋଧୀଙ୍କୁ ଟାର୍ଗେଟ କରି କହୁଥିଲେ ସତ, କିନ୍ତୁ କାହାକୁ ଅସମ୍ମାନିକ କଲା ଭଳି ଶବ୍ଦ ତାଙ୍କ ପାଟିରୁ ବାହାରୁନଥିଲା । ସବୁବେଳେ ବିରୋଧୀଙ୍କୁ ବିରୋଧୀ ଆସନର ମର୍ଯ୍ୟାଦା ଦେଉଥିଲେ । ଶାସକ ଦଳର ନେତ୍ରୀ ହିସାବରେ ନିଜ ମର୍ଯ୍ୟାଦା ସେ ରଖୁଥିଲେ । କିନ୍ତୁ ଏବେକାର ସାଂସଦମାନେ ଆଚରଣ ଭୁଲିଯାଉଛନ୍ତି । ଆଚରଣ ଓ ଉଚ୍ଚାରଣରେ ତାଳମେଳ ରହୁନାହିଁ । ସେଇ ବିଜେପିର ଆଉ ଜଣେ ଫାୟାରବ୍ରାଣ୍ଡ ନେତ୍ରୀ କ’ଣ କହୁଛନ୍ତି ?

ଯଦି ଆମେ ଦେଖିବା ୨୦୧୪ ମସିହା ପରଠାରୁ ସ୍ମୃତି ଇରାନୀଙ୍କ ପ୍ରଭାବ ବେଶ୍ ବଢିଛି । ବିଜେପି ଯେତେବେଳେ କ୍ଷମତା ପାଇବା ପାଇଁ ସଂଘର୍ଷ କରୁଥିଲା, ସେତେବେଳେ ସେ ଅନେକ ଆନ୍ଦୋଳନ କରିଛନ୍ତି । କିନ୍ତୁ ଏବେ ସେ ନେତ୍ରୀ ହେବା ପରେ ତାଙ୍କ ଆଚରଣ କିବରି ଦେଖନ୍ତୁ । ତାଙ୍କର ଆସ୍ପର୍ଦ୍ଧା ଦେଖନ୍ତୁ । ଧୀରେ ଧୀରେ ନେତା, ନେତ୍ରୀମାନେ ନିଜ ନିଜର ଗାରିମା ହରାଇଦେଉଛନ୍ତି । ସେଥିପାଇଁ ରାଜନୀତିର ମୂଲ୍ୟବୋଧ ତଳକୁ ଖସୁଛି । ଯାହାଦ୍ୱାରା କର୍ମୀ ଉତଶୃଙ୍ଖଳ ହେଉଛନ୍ତି ଆଉ ସମାଜରେ ସୃଷ୍ଟି ହେଉଛି ଏକ ଅଗଣତାନ୍ତ୍ରିକ ବାତାବରଣ ।

Leave a Reply

Your email address will not be published. Required fields are marked *