କାବୁଲରେ ଭୟଙ୍କର ବିସ୍ଫୋରଣ, ୨୦ରୁ ଉର୍ଦ୍ଧ୍ୱ ମୃତ

କାବୁଲ (ଦ କୁଇଭର ବ୍ୟୁରୋ): ଆଫଗାନିସ୍ତାନ ରାଜଧାନୀ କାବୁଲରେ ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ୨୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଅନେକ ଲୋକ ଆହତ ହୋଇଛନ୍ତି । ଉଦ୍ଧାର ଅପରେସନ ଜାରି ରହିଛି । ବିସ୍ଫୋରଣ ନେଇ କାବୁଲ ସୁରକ୍ଷା ବଳର ପ୍ରବକ୍ତା ସୂଚନା ଦେଇଛନ୍ତି । ଆମିର ମହମ୍ମଦ କାବୁଲି ନାମକ ଜଣେ ବରିଷ୍ଠ ଇସଲାମ ଧର୍ମଗୁରୁ ଏଥିରେ ମୃତ୍ୟୁବରଣ କରିଥିବା ସୂଚନାମିଳିଛି । ଏହି ଭୟଙ୍କର ବିସ୍ଫୋରଣରେ ୪୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିବା ଜଣାପଡିଛି ।

ସହରର ପିଡି-୧୭ ନାମକ ସ୍ଥାନରେ ଏହି ବିସ୍ଫୋରଣ ହୋଇଛି । କୌଣସି ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ଘଟଣାସ୍ଥଳରେ ଆଫଗାନିସ୍ତାନ ସୁରକ୍ଷା ବାହିନୀ ପହଞ୍ଚିଥିବାର ମଧ୍ୟ ସୂଚନା ମିଳିଛି । ଅନେକ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ଯଥେଷ୍ଟ ରହିଛି । ତେବେ ନିର୍ଦ୍ଦିଷ୍ଟ କେତେ ମୃତାହତ ହୋଇଛନ୍ତି ସେ ନେଇ ସରକାରୀ ଭାବେ କିଛି ପ୍ରକାଶ କରାଯାଇନାହିଁ ।

Leave a Reply

Your email address will not be published. Required fields are marked *