ଡୋଲୋ ୬୫୦: କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ଦ କୁଇଭର ବ୍ୟୁରୋ): ଡୋଲୋ ୬୫୦ କୁ ନେଇ ବଢୁଛି ବିବାଦ । କରୋନା ଅବଧିରେ ଡାକ୍ତରମାନେ ପ୍ରତି ପ୍ରେସକ୍ରିପସନରେ ପ୍ରଥମେ ଲେଖୁଥିଲେ ଏହି ମେଡିସିନ୍ । ଜ୍ୱର କିମ୍ବା ବିନ୍ଧି ଛିଟିକା କମାଇବା ପାଇଁ ଏହା ଥିଲା ଡାକ୍ତରଙ୍କ ପ୍ରଥମ ପସନ୍ଦ । ଲୋକମାନେ ବି ତାର ଅଭ୍ୟସ୍ତ ହୋଇଗଲେ ସାମାନ୍ୟ ଟିକେ ଜ୍ୱର ହେଲେ ଡୋଲୋ ୬୫୦ ଖାଇଦେଉଥିଲେ । ହେଲେ ଡୋଲୋ ୬୫୦ ହଠାତ୍ ଲୋକପ୍ରିୟତା ଓ ଡାକ୍ତରମାନେ ଏହାକୁ ଲେଖିବା ପଛରେ ଏକ ବଡ ଷଡଯନ୍ତ୍ର ଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି । ଏହି ଡୋଲୋ ୬୫୦ ମାମଲା ଏବେ ବିବାଦ ଘେରକୁ ଠେଲିହୋଇଯାଇଛି । ଯାହା ସୁପ୍ରିମକୋର୍ଟରେ ପହଞ୍ଚିଲାଣି ।

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ପିଟିସନରେ ଦାବି କରାଯାଇଛି ଯେ ଫାର୍ମା କମ୍ପାନୀ ରୋଗୀଙ୍କୁ ଡୋଲୋ ୬୫୦ ଔଷଧ ଖାଇବା ପାଇଁ ଦେଶର ଡାକ୍ତରମାନଙ୍କୁ ୧୦୦୦ କୋଟି ଟଙ୍କାର ମାଗଣା ଉପହାର ଦେଉଛନ୍ତି । ଏ ନେଇ ଫେଡେରେସନ ଅଫ୍ ମେଡିକାଲ ଆଣ୍ଡ ସେଲସ ରିପ୍ରେଜେଣ୍ଟିଭ ଦାବି କରିଛି । ଏ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି ସଂପୃକ୍ତ ସଂସ୍ଥା । ବିଚାରପତି ଏହାକୁ ଗୁରୁତର ପ୍ରସଙ୍ଗ ବୋଲି କହିଛନ୍ତି । ଏଥିସହି ୧୦ ଦିନ ଭିତରେ ଜବାବ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *