Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ବନ୍ୟାଞ୍ଚଳ ଗଲେ, ବିପର୍ଯ୍ୟସ୍ତଙ୍କ ପାଖକୁ ଗଲେନି ବିପର୍ଯ୍ୟୟ ମନ୍ତ୍ରୀ

ପୁରୀ (ଦ କୁଇଭର): ବନ୍ୟା ପ୍ରଭାବିତ ଅଞ୍ଚଳ ଗଲେ, ଦୂରେଇ ଦୂରେଇ ଫେରିଆସିଲେ । ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ଓଡ଼ିଶାବାସୀଙ୍କୁ ଦୂରରୁ ଅନେଇ ଫେରିଆସିଲେ ବିପର୍ଯ୍ୟୟ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଆକାଶରେ ଉଡି ବନ୍ୟା ପ୍ରପୀଡିତଙ୍କୁ ପୋକମାଛି ଭଳି ଦେଖି ପଳେଇ ଆସିଲେ । ଖାଲି ପାଣି ଆଉ ପାଣି ଦେଖି ପଳାଇ ଆସି ସହାୟତା ଘୋଷଣା କରିଦେଲେ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସମାଲୋଚନା ହେବାରୁ ତରବରିଆ ଭାବେ ବନ୍ୟାଞ୍ଚଳ ଗଲେ ବିପର୍ଯ୍ୟୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଅଫିସରଙ୍କ ଦୁର୍ନୀତି ଓ ଅପରାଗତା ପାଇଁ ମହାନଦୀରେ ବଡ଼ ବନ୍ୟା ହୋଇଗଲା । ବହୁ ଘାଇ ଭାଙ୍ଗିଗଲା । ଗାଁ ଗଣ୍ଡାରେ ପାଣି ପସିଗଲା । କାହା ଘର ଭିତରେ ପାଣି ପାିଗଲା ତ ଆଉ କାହା ଘରୀ ଭସେଇ ନେଲା । ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକେ । କେଉଁଠି ପ୍ରଶାସନ ପହଞ୍ଚିଛି ତ ଆଉ କେଉଁଠି ପ୍ରଶାସନ ପହଞ୍ଚିପାରୁନାହିଁ । ସରକାରୀ ସହାୟତ ଆଜି ବି ଲୋକଙ୍କ ଠାରୁ ବହୁ ଦୂରରେ ଅଛି । ଲଗାତର ୫ରୁ ୬ ଦିନ ହେବ ବନ୍ୟାପାଣି ଯୋଗୁଁ ବିପର୍ଯ୍ୟସ୍ତ ଅବସ୍ଥାରେ ଲୋକେ ରହିଛନ୍ତି । ଏତେ ଦିନ ପରେ ମନେ ପଡ଼ିଲା ବିପର୍ଯ୍ୟୟ ମନ୍ତ୍ରୀଙ୍କ ମନ ପଡ଼ିଲା ଲୋକଙ୍କ କଥା ।

ମୁଖ୍ୟମନ୍ତ୍ରୀ ଯାଇ ଆକାଶ ମାର୍ଗରୁ ସମୀକ୍ଷା କରିବା ପରେ ମନ୍ତ୍ରୀ ତତ୍ପର ହୋଇ ବନ୍ୟାଞ୍ଚଳ ପରିଦର୍ଶନରେ ବାହାରିଲେ । ଅବଶ୍ୟ ଅନେକ ବନ୍ୟାଞ୍ଚଳ ବୁଲୁଛନ୍ତି । ବୋଟ୍ ରେ ଯାଇ ବନ୍ୟାଞ୍ଚଳ ସ୍ଥିତି ଦେଖୁଛନ୍ତି । କିନ୍ତୁ ଗତକାଲି ପୁରୀ ଜିଲ୍ଲାର ବନ୍ୟାଞ୍ଚଳ ବୁଲିବା ବେଳେ ଲୋକଙ୍କ ପାଖକୁ ଯାଇ ପରିସ୍ଥିତି ଦେଖିବା ବଦଳରେ ରାସ୍ତା ଉପରେ ସମୀକ୍ଷା କରି ଆସିଥିବା ଦେଖିବାକୁ ମିଳିଛି । ସତେ ଯେମିତି ବନ୍ୟାଞ୍ଚଳ ଲୋକମାନେ ଯେମିତି ଅଛୁଆଁ । ସେଭଳି ବ୍ୟବହାର କଲେ ବିପର୍ଯ୍ୟୟ ମନ୍ତ୍ରୀ । ଗାଡ଼ିରୁ ଓହ୍ଲାଇଲେ, ଅଫିସରଙ୍କ ସହ କଥା ହେଲ ଓ ଦଳୀୟ କର୍ମୀଙ୍କୁ ଦେଖା କରି ଫେରି ଆସିଲେ । ବନ୍ୟାଞ୍ଚଳ ଗଲେ ସତ କିନ୍ତୁ ପାଣିକୁ ଓହ୍ଲୋଇଲେନି । ଲୋକଙ୍କ ସମସ୍ୟା ବୁଝିଲେ ନାହିଁ । ଇଏ ହେଉଛି ଆମ ଓଡ଼ିଶାର ଦରଦୀ ସକରାରର ବିପର୍ଯ୍ୟୟ ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ।

ଏଠାରେ ପ୍ରଶ୍ନ ଉଠୁଛି, ମନ୍ତ୍ରୀଙ୍କୁ ପାଣିକୁ ଭୟ ନା ଘୃଣା? ପାଣିକୁ ନ ଓହ୍ଲାଇବା ପଛରେ ଲୋକଙ୍କ ଆକ୍ରୋଶ ନାହିଁ ତ? ନା ଲୋକଙ୍କ ପାଖକୁ ଗଲେ ରାଜ୍ୟ ସରକାରଙ୍କ ବନ୍ୟା ପରିଚାଳନାର ଅସଲ ଚିତ୍ର ପଦାରେ ପଡ଼ିଯିବ? କାହିଁକି ରାସ୍ତା ଉପରୁ ସମୀକ୍ଷା କରି ଫେରିଆସିଲେ ମନ୍ତ୍ରୀ? ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ବନ୍ୟାଞ୍ଚଳ ଦେଖିଲେ, ତାହା ଠିକ୍ ଅଛି, କିନ୍ତୁ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସମକକ୍ଷ ବୋଲି ଭାବିଦେଲେ କି? ଭୋଟ୍ ନେବା ବେଳେ ଲୋକଙ୍କ ଗୋଡ଼ ତଳେ ପଡ଼ି ଭୋଟ୍ ମାଗୁଛନ୍ତି । କିନ୍ତୁ କ୍ଷମତା ପାଇସାରିବା ପରେ ଲୋକଙ୍କ ବିପଦ ସମୟରେ ଲୋକଙ୍କ ପାଖକୁ ନ ଯିବା କେତେଦୂର ମନ୍ତ୍ରୀ ପଦର ମର୍ଯ୍ୟାଦା ରଖୁଛି । ତାହା ଏବେ ବଡ଼ ପ୍ରଶ୍ନବାଚୀ ।

Exit mobile version