ISIଙ୍କ ଟାର୍ଗେଟ୍‌ରେ ପଞ୍ଜାବ, ଆଲର୍ଟ ଜାରି

ଚଣ୍ଡିଗଡ଼ (ଦ କୁଇଭର): ହାଇଆଲର୍ଟରେ ପଞ୍ଜାବ । ଆତଙ୍କବାଦୀ ଆକ୍ରମର ଆଶଙ୍କା ଥିବା ନେଇ ପଞ୍ଜାବ ପୋଲିସକୁ କେନ୍ଦ୍ରୀୟ ଏଜେନ୍ସିରୁ ଏକ ସତର୍କ ସୂଚନା ମିଳିଛି ଯେଉଁଥିରେ ପଞ୍ଜାବର ପ୍ରାୟ ୧୦ ଜଣ ରାଜନେତାଙ୍କୁ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି । ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇ ଚଣ୍ଡିଗଡ ଓ ମୋହାଲିରେ ଆତଙ୍କୀ ହମ୍‌ଲା କରିବା ପାଇଁ ଷଡଯନ୍ତ୍ର ରଚୁଛି । ଏନେଇ ସୂଚନା ମିଳିବା ପରେ ପୁରା ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି ।

କୁହାଯାଉଛି ଯେ ଆତଙ୍କବାଦୀ ସଂଗଠନ ବସ୍ ଷ୍ଟାଣ୍ଡଗୁଡିକୁ ଟାର୍ଗେଟ୍ କରିପାରନ୍ତି। । ଆତଙ୍କବାଦ ସତର୍କ ସୂଚନା ଜାରି କରାଯିବା ପରେ ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇଯାଇଛନ୍ତି । ଏହି ସତର୍କ ସୂଚନା ପରେ ଗୁପ୍ତଚର ଏଜେନ୍ସିମାନେ ରାଜ୍ୟ ପୋଲିସ, ଏଜଚ, ଷ୍ଟେଟ ଇଣ୍ଟେଲିଜେନ୍ସ ଏଜେନ୍ସିକୁ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏବଂ ଇନପୁଟ ଉପରେ କାର‌୍ୟ୍ୟ କରିବାକୁ କହିଛନ୍ତି ।

ସୂଚନା ଅନୁଯାୟୀ, ଗୁଇନ୍ଦା ଏଜେନ୍ସିମାନେ ଏ ସମ୍ପର୍କରେ ପଞ୍ଜାବ ପୋଲିସକୁ ସତର୍କ ସୂଚନା ଜାରି କରିଛନ୍ତି। ଏହି ହାଇଆଲର୍ଟର ଦିନକ ପୂର୍ବରୁ ଆତଙ୍କବାଦୀମାନେ ପଞ୍ଜାବର ୧୦ ବଛା ବଛା ରାଜନେତାଙ୍କୁ ହତ୍ୟା କରିବା ନେଇ ଯୋଜନା କରୁଥିବା ଖବର ସାମ୍ନାକୁ ଆସିଥିଲା। ଗୁଇନ୍ଦା ବିଭାଗ ପକ୍ଷରୁ ଯେଉଁ ଲୋକଙ୍କ ତାଲିକା ପଠାଯାଇଥିଲା ସେଥିରେ କଂଗ୍ରେସ ନେତାଙ୍କ ନାଁ ମଧ୍ୟ ସାମିଲ ଅଛି ।

ସ୍ୱାଧୀନତା ଦିବସ ପୂର୍ବରୁ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା। ଏମାନଙ୍କୁ ପଚରାଉଚରା ପରେ ପୁଲିସ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିଲା। ଦିଲ୍ଲୀ, ମୋହାଲି ଓ ମୋଗାରେ ଏମାନଙ୍କ ଟାର୍ଗେଟ୍ କିଲିଂ ଯୋଜନା ଥିବା ପୁଲିସ ଜାଣିବାକୁ ପାଇଥିଲା। ପରେ ଏହି ମାମଲାରେ ପଞ୍ଜାବ ପୁଲିସ ଓ ମହାରାଷ୍ଟ୍ର ଏଟିଏସ୍ ମିଳିତ ଭାବେ ଅପରେସନ୍ ଆରମ୍ଭ କରି ଜଣେ ସନ୍ଦିଗ୍ଧକୁ ଗିରଫ କରିଥିଲେ। ଉକ୍ତ ଗିରଫ ସନ୍ଧିଗ୍ଧ ପଞ୍ଜାବ ପୁଲିସର ଜଣେ ସବ୍‌-ଇନ୍‌ସ୍ପେକ୍ଟର ଦିଲବାଗ୍ ସିଂହଙ୍କ କାର୍‌ରେ ବୋମା ଲଗାଇ ବିସ୍ଫୋରଣ କରିବାକୁ ଯୋଜନା କରିଥିଲା।

Leave a Reply

Your email address will not be published. Required fields are marked *