ବଦଳିଲା ଚଣ୍ଡୀଗଡ଼ ବିମାନବନ୍ଦରର ନାଁ, କ’ଣ ରହିଲା ଜାଣନ୍ତୁ ?

ଚଣ୍ଡିଗଡ (ଦ କୁଇଭର): ଚଣ୍ଡୀଗଡ଼ ଅନ୍ତର୍ଜାତୀୟ ବିମାନବନ୍ଦର ଏଣିକି ଶହୀଦ ଭଗତ ସିଂହ ଅନ୍ତର୍ଜାତୀୟ ବିମାନବନ୍ଦର ନାଁରେ ଜଣାଯିବ । ବିମାନବନ୍ଦରର ନାଁ ପରିବର୍ତ୍ତନ କରିବାକୁ ନେଇ ହରିୟାଣା ଓ ପଂଜାବ ସରକାର ମଧ୍ୟରେ ସହମତି ହୋଇଛି । ପୂର୍ବରୁ ମଧ୍ୟ ବିମାନବନ୍ଦରର ନାଁକୁ ଶହୀଦ ଭଗତ ସିଂହଙ୍କ ନାଁରେ କରାଯିବାକୁ ନେଇ ଚର୍ଚ୍ଚା ହେଉଥିଲା । ଏବେ ଏହାରି ଉପରେ ମୋହର ଲାଗିଛି ।

ଚଣ୍ଡୀଗଡ଼ ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ ଉପରେ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଓ ହରିୟାଣାର ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ବୈଠକରେ ସାମିଲି ହୋଇଛନ୍ତି । ଏହି ବୈଠକରେ ଉଭୟ ପକ୍ଷରୁ ବିମାନବନ୍ଦରର ନାମ ଶହୀଦ ଭଗତ ସିଂହଙ୍କ ନାମରେ କରାଯିବାକୁ ନେଇ ସହମତି ହୋଇଛି । ଏଣିକି ଚଣ୍ଡୀଗଡ଼ର ଅନ୍ତର୍ଜାତୀୟ ବିମାନବନ୍ଦରକୁ ଶହୀଦ ଭଗତ ସିଂହ ଅନ୍ତର୍ଜାତୀୟ ବିମାନବନ୍ଦର ନାଁରେ ଜଣାଯିବ । ସୂଚନାଯୋଗ୍ୟ ଚଣ୍ଡୀଗଡ଼ ବିମାନବନ୍ଦର ଯେବେ ଠାରୁ ନିର୍ମାଣ ହୋଇଥିଲା, ଏହାର ନାମକୁ ନେଇ ସଂଶୟ ହୋଇଥିଲା, ଯାହାକି ଏବେ ଶେଷ ହୋଇଛି ।

ସୂଚନାଯୋଗ୍ୟ, ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଣ୍ଡୀଗଡ଼ର ଅନ୍ତର୍ଜାତୀୟ ବିମାନବନ୍ଦରକୁ ଉଦଘାଟନ କରିଥିଲେ । ଏହି ବିମାନବନ୍ଦରକୁ ୨ ମହଲା କରାଯାଇଛି । ପ୍ରଥମ ମହଲାରେ ଘରୋଇ ଓ ଦ୍ୱିତୀୟ ମହଲାରେ ଅନ୍ତର୍ଜାତୀୟ ବିମାନର ଟର୍ମିନାଲ କରାଯାଇଛି । ବିମାନବନ୍ଦରରେ ୪୮ଟି ଟିକେଟ କାଉଣ୍ଟର ରହିଛି ଓ ୧୦ ଇମିଗ୍ରେସନ କାଉଣ୍ଟର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *