ଦିଲ୍ଲୀ ସମେତ ୨୩ଟି ଏମ୍ସର ନାଁ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ (ଦ କୁଇଭର ବ୍ୟୁରୋ): ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଅର୍ଥାତ୍ AIIMS, ଯାହାକୁ ଦେଶର ବୃହତ୍ତମ ମେଡିକାଲ୍ ଇନଷ୍ଟିଚ୍ୟୁଟ୍ କୁହାଯାଏ, ଖୁବ ଶୀଘ୍ର ଅନ୍ୟ ନାମରେ ଜଣାଶୁଣା ହେବ ଏହି ମେଡିକାଲ୍ ଇନଷ୍ଟିଚ୍ୟୁଟ୍ । ଦେଶର ସମସ୍ତ AIIMS ର ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ଯଦି ସବୁକିଛି ଠିକ୍ ହୁଏ, ଶୀଘ୍ର ଦେଶର ଲୋକମାନେ ଅନ୍ୟ ନାମରେ AIIMS କୁ ଜାଣିବେ । AIIMS ର ନାମ ବଦଳାଇ ସ୍ଥାନୀୟ ହିରୋ, ସ୍ୱାଧୀନତା ସଂଗ୍ରାମୀ, ଅଜ୍ଞାତ ହିରୋ କିମ୍ବା ଐତିହାସିକ ଘଟଣା ଅନୁସାରେ ନାଁରେ ପରିବର୍ତ୍ତନ ହେବା ନେଇ ସୂଚନା ମିଳିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଏହି ମାମଲାରେ ପରାମର୍ଶ ମଗାଯାଇଛି ।

ଏବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତ ସେବା ଓ ସୁବିଧା ଯୋଗାଉଥିବା ୨୩ଟି ଏମ୍ସକୁ ସ୍ୱତନ୍ତ୍ର ନାଁ ଦେବା ପାଇଁ ପ୍ରସ୍ତାବ ପଠାଇଛନ୍ତି । ଏଥିରେ ଦିଲ୍ଲୀ ସମେତ ଦେଶର ସବୁ ଏମ୍ସ ସ୍ଥାନ ପାଇଛି । ବର୍ତ୍ତମାନ ରାଜଧାନୀ ଦିଲ୍ଲୀ ସମେତ ଦେଶରେ ୨୩ଟି AIIMS ଅଛି । ଏସବୁର ନାମ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି ଚାଲିଛି ।

ବାସ୍ତବରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏ ଦିଗରେ ପରାମର୍ଶ ନିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) କିଛି ନାମର ଏକ ତାଲିକା ଦାଖଲ କରିଛି। ବର୍ତ୍ତମାନ ଏହି ନାମଗୁଡିକ ଉପରେ ବିଚାର ବିମର୍ଶ କରିବା ପରେ ସରକାର କିଛି ନିଷ୍ପତ୍ତି ନେଇ କରିପାରନ୍ତି ।

୬ଟି ନୂଆ ଏମ୍ସ ବିହାରର ପାଟନା, ଛତିଶଗଡର ରାୟପୁର, ମଧ୍ୟପ୍ରଦେଶର ଭୋପାଳ, ଓଡିଶାର ଭୁବନେଶ୍ୱର, ରାଜସ୍ଥାନର ଯୋଧପୁର ଓ ଉତ୍ତରାଖଣ୍ଡର ଋଷିକେଶରେ ପ୍ରତିଷ୍ଠା ହୋଇଛି । ୨୦୧୫ ରୁ ୨୦୨୨ ମଧ୍ୟରେ ପ୍ରତିଷ୍ଠା କରାଯାଇଥିବା ୧୬ ଏମ୍ସରେ ଏମବିବିଏସ ଓ ଆଉଟ ପେସେଣ୍ଟ ସେବା ଆରମ୍ଭ ହୋଇଯାଇଛି । ଅନ୍ୟ ଦୁଇଟିରେ କେବଳ ଏମବିବିଏସ କ୍ଲାସ୍ ଚାଲିଛି । ଶେଷ ତାରିଟି ଏମ୍ସରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *