ଶାରଦା ମାଇନ୍ସରେ ଇଡିର ଚଢାଉ

କେନ୍ଦୁଝର (ଦ କୁଇଭର): ଆକ୍ଟିଭ ମୁଡ଼ରେ ଏବେ ଇଡି ଆଉ ସିବିଆଇ । ସବୁଠି ଚାଲିଛି ଘନ ଘନ ଜେରା ଆଉ ରେଡ୍ । ବାହାରୁଛି ପୁଳା ପୁଳା ସମ୍ପତ୍ତି । ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଛାତି ଧଡଧଡ । କୌଣସି ମୁହୂର୍ତ୍ତରେ ଇଡି ଓ ସିବିଆଇ ରେଡ କରିପାରେ । ଏବେ ଇଡି ସ୍କାନଚୁ ଆସିଛି ଶାରଦା ମାଇନ୍ସ । କେନ୍ଦୁଝର ଜିଲ୍ଲା ବଡବିଲ ଶାରଦା ମାଇନ୍ସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ । ସୋୟାବାଲି ସ୍ଥିତ ଶାରଦା କଲୋନୀରେ ନିର୍ଦ୍ଦେଶକ ଅର୍ଜୁନ ସାରସ୍ୱତଙ୍କ ବାସ ଭବନକୁ ରେଡ କରିବା ସଙ୍ଗେ ସଙ୍ଗେ ଖଣି କାର୍ଯ୍ୟାଳୟରେ ମଧ୍ୟ ରେଡ କରିଛି ଇଡି । ବେଆଇନ ଖଣି କରାବାର ନେଇ ଚଢାଉ ହୋଇଥିବା ସୂଚନା ମିଳିଛି ।

ସୂଚନାନୁସାରେ ଶାରଦା ଖଣି ଅନିୟମିତତା ପାଇଁ ୨୦୧୪ ମାର୍ଚ୍ଚ ରୁ ୨୦୨୦ ଫେବୃଆରୀ ପର୍ୟ୍ୟନ୍ତ ଶାହା କମିଶନ ରିପୋର୍ଟ ଆଧାର ରେ ବନ୍ଦ କରା ଯାଇଥିଲା । ପୁଣିଥରେ ୯୩୩.୬୦ କୋଟି ଟଙ୍କା ଅର୍ଥ ଦଣ୍ଡ ଦେଇ ଫେବୃଆରୀ ୧ ରେ ବର୍ଷେ ପାଇଁ କାର୍ୟ୍ୟକ୍ଷମ ହୋଇଥିଲା । ତା ପରେ ତାର ଲିଜ ଅବଧି ସରିବା ପରେ ୨୦୨୧ ମାର୍ଚ୍ଚ ରେ ବନ୍ଦ ହେଇ ଯାଇଥିଲା । ସେ ହାଇକୋର୍ଟ କୁ ତାର ୧୦ବର୍ଷ ଅବଧି ବୃଦ୍ଧି ପାଇଁ କେଶ୍ ରୁଜୁ କରିଥିଲା । ମାତ୍ର ହାଇ କୋର୍ଟ ଏହାକୁ ପ୍ରତ୍ୟାଖାନ କରି ଖଣି ର ବ୍ୟବହୃତ ଅଫିସ , ଆସବାବ ପତ୍ର ଓ ଅନ୍ୟାନ୍ୟ ପ୍ଲାଣ୍ଟ କୁ ରାଜ୍ୟ ସରକାର ଙ୍କ ଖଣି ବିଭାଗକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ନାମା ଜାରି କରିଥିଲେ । ଶାରଦା ମାଇନ୍ସ ଏହି ନିର୍ଦ୍ଦେଶନାମା ବିରୁଦ୍ଧରେ ସର୍ବୋଚ୍ଚ ନ୍ୟାୟାଳୟର ସରଣାପନ୍ନ ହୋଇ ନିର୍ଦ୍ଦେଶକୁ ସ୍ଥଗିତ ରଖିବାକୁ ସକ୍ଷମ ହୋଇଥିଲେ ।

ପୂର୍ବରୁ ମଧ୍ୟ ଏହି ଖଣି ବିଭିନ୍ନ ସମୟରେ ବିଭିନ୍ନ ଅନିୟମିତତା ପାଇଁ ସବୁବେଳେ ବିବାଦରେ ଥିଲା। ତେଣୁ କୋର୍ଟର ଆଶ୍ରୟ ନେଇ ସରକାରୀ ନିର୍ଦ୍ଦେଶନାମାକୁ ବାରମ୍ବାର ଅବମାନନା କରୁଥିବା ଦେଖା ଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ସାରଦା ମାଇନ୍ସରେ ଇଡି ଚଢାଉ ଜାରି ରଖିଥିବା ବେଳେ ଏଥିରୁ କ’ଣ ତଥ୍ୟ ସାମ୍ନାକୁ ଆସୁଛି, ତାହା ଆଗାମୀ ସମୟରେ ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *