Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଧୂମପାନକାରୀଙ୍କ ସହ ରହିଲେ ବି ହେବ କ୍ୟାନସର: କାହିଁକି ଜାଣନ୍ତୁ ?

ୱାଶିଂଟନ(ଦ କୁଇଭର ବ୍ୟୁରୋ): ଧୂମପାନକାରୀଙ୍କୁ କ୍ୟାନସର ହେବାର ଆଶଙ୍କା ଅଧିକ ଥାଏ । ଏହା ସମସ୍ତେ ଜାଣନ୍ତି । କିନ୍ତୁ ବ୍ରିଟେନରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ କେବଳ ଧୂମପାନକାରୀଙ୍କୁ ନୁହେଁ ସେମାନଙ୍କ ସହ ରହୁଥିବା ବ୍ୟକ୍ତିଙ୍କୁ ମଧ୍ୟ କ୍ୟାନସର ହେବାର ଆଶଙ୍କା ଅଧିକ । ବ୍ରିଟିସ୍ ମେଡିକାଲ ଜର୍ଣ୍ଣାଲ ଦ ଲ୍ୟାଂନସେଟର ଅଧ୍ୟୟନ ଅନୁଯାୟୀ ଧୂମପାନ କରୁଥିବା ଲୋକଙ୍କ ପାଖରେ କ୍ୟାନସରର ଭୟ ଯେତିକି ପରିମାଣରେ ରହିଥାଏ ସେମାନଙ୍କ ସହ ରହୁଥିବା ବ୍ୟକ୍ତିଙ୍କ ପାଖରେ ମଧ୍ୟ ସେତିକି ପରିମାଣରେ ରହିଥାଏ । ପାସିଭ୍ କିମ୍ବା ସେକେଣ୍ଡ ହ୍ୟାଣ୍ଡ୍ ସ୍ମୋକିଂ ର ଶିକାର ହେଉଥିବା ଲୋକଙ୍କ ସଂଖ୍ୟା ଏବେ ବଢିବାରେ ଲାଗିଛି । ଏହାର ଅର୍ଥ ଧୂମପାନ ନକରୁଥିବା ବ୍ୟକ୍ତି ବି ଏବେ ରୋଗରେ ପଡୁଛନ୍ତି ।

ପ୍ରତ୍ୟେକ ତିନୋଟି ବୟସ୍କଙ୍କ ମଧ୍ୟରୁ ଜଣେ ଏବଂ ୪୦ ପ୍ରତିଶତ ପିଲା ଧୂମପାନକାରୀଙ୍କ ନିକଟରେ ଥିବାରୁ ‘ଅନିଚ୍ଛାକୃତ ଧୂମପାନ ର ଶିକାର ହୁଅନ୍ତି। ବିଶ୍ୱର ପ୍ରାୟ ୬,୯୦୦ ଲୋକଙ୍କ ତଥ୍ୟକୁ ଆଧାର କରି ଏହା ପ୍ରକାଶ ପାଇଛି ଯେ ଯେଉଁମାନେ ଧୂମପାନ କରନ୍ତି ସେମାନଙ୍କୁ କର୍କଟ ହେବାର ଆଶଙ୍କା ୫୧ ପ୍ରତିଶତ ଅଧିକ। ଏଥିପାଇଁ ବିଶେଷଜ୍ଞମାନେ ଧୂମପାନ କରୁଥିବା ଲୋକଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।

ଗ୍ଲୋବାଲ୍ ବର୍ଡନ୍ ଅଫ୍ ଡିଜିଜ, ଇନଜ୍ୟୁରି ଆଣ୍ଡ ରିସ୍କ ଫ୍ୟକ୍ଟର(ଜିବିଡି) ୨୦୧୯ ର ଅନୁସନ୍ଧାନ ଫଳାଫଳକୁ ବ୍ୟବହାର କରି ଅନୁସନ୍ଧାନକାରୀମାନେ ଅନୁସନ୍ଧାନ କରିଛନ୍ତି ଯେ ୨୦୧୯ରେ ୨୩ ପ୍ରକାରର କର୍କଟ ରୋଗରୁ ୩୪ଟି ଆଚରଣଗତ, ମେଟାବୋଲିକ୍, ପରିବେଶ ଏବଂ ବୃତ୍ତିଗତ ବିପଦ କାରଣ କିପରି ମୃତ୍ୟୁ ଏବଂ ରୋଗରେ ସହାୟକ ହୋଇଛି। ଏହିସବୁ କାରଣରୁ ୨୦୧୯ ରେ ୩୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିବା ରିର୍ପୋଟରେ କୁହାଯାଇଛି ।

ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ର ଅନୁଯାୟୀ, ତମାଖୁ ଧୂଆଁରେ ୭,୦୦୦ ରୁ ଅଧିକ ବିଷାକ୍ତ ରାସାୟନିକ ପଦାର୍ଥ ରହିଛି। ୧୯୬୪ ପରଠାରୁ ପାଖାପାଖି ୨.୫ ନିୟୁତ ଧୂମପାନକାରୀ ସେକେଣ୍ଡ ହ୍ୟାଣ୍ଡ୍ ସ୍ମୋକିଂ ର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି।

Exit mobile version