କେତେବେଳେ ବି ଗିରଫ ହୋଇପାରନ୍ତି ଇମ୍ରାନ

ଇସଲାମବାଦ(ଦ କୁଇଭର): ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀଙ୍କୁ ନେଇ ପଡୋଶୀ ଦେଶରେ ରାଜନୀତି ସରଗରମ ହୋଇପଡିଛି । ପିଟିଆଇ ଅଧକ୍ଷ ଇମ୍ରାନ ଖାନଙ୍କୁ ଯେକୈଣସି ସମସୟରେ ଗିରଫ କରାଯାଇପାରେ । ଆତଙ୍କବାଦୀ ନିରୋଧୀ ଆଇନ (ଏଟିଆ) ଅନୁଯାୟୀ ତାଙ୍କ ବିରୋଧରେ ଏଫଆଇଆର୍ ଦାୟର ହୋଇଛି । ଏହା ସହିତ ପାକ୍ ବୈଦ୍ୟୁତିକ ଚ୍ୟାନେଲରେ ଇମ୍ରାନଙ୍କ ଭାଷଣକୁ ବ୍ୟାନ କରାଯାଇଛି ।

ଦୁଇ ଦିନ ତଳେ ଏକ ସଭା କାର୍ୟ୍ୟକ୍ରମରେ ଭାଷଣ ଦେବା ସମୟରେ ଜଣେ ବିଚାରପତି ଓ ଦୁଇ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଟାର୍ଗେଟ କରିଥିଲେ ଇମ୍ରାନ । ତାଙ୍କୁ ଖୋଲାଖୋଲି ଧମକ ଦେଇଥିଲେ । ଏହାକୁ ନେଇ ଇମ୍ରାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତାଙ୍କୁ କୌଣସି ମୂହୁର୍ତ୍ତରେ ଗିରଫ କରାଯାଇପାରେ । ଅଗଷ୍ଟ ୯ ତାରିଖରେ ଇମ୍ରାନଙ୍କ ଜଣେ ଘନିଷ୍ଠ ସହଯୋଗୀ ସାହାବାଜ ଗିଲଙ୍କ ଉପରେ ପୋଲିସର କାର୍ୟ୍ୟାନୁଷ୍ଠାନ ଯୋଗୁଁ ଇସଲାମାବାଦରେ ତୀବ୍ର ବିଦ୍ରୋହ ଦେଖିବାକୁ ମିଳିଥିଲା।

ସାହାବାଜଙ୍କୁ ଗିରଫ କରି ପୋଲିସ ମାଡ ମାରିଥିଲେ । ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଡାକ୍ତରଖାନାରେ ତାଙ୍କୁ ଦେଖା କରିବାକୁ ଇମ୍ରାନ ଖାନଙ୍କୁ ଛଡା ଯାଇନଥିଲା । ଏହା ପରେ ଇସଲାମାବାଦରେ ରାଲି କରି ଇମ୍ରାନ ପୋଲିସ, ନ୍ୟାୟପାଳିକା ଏବଂ ସରକାରୀ ଅଧିକାରୀଙ୍କ ଉପରେ ବର୍ଷିଥିଲେ ।

Leave a Reply

Your email address will not be published. Required fields are marked *