ଚୀନକୁ ଟାର୍ଗେଟ୍ କଲେ ଋଷି ସୁନକ

ବ୍ରିଟେନ(ଦ କୁଇଭର): ଭାରତର ବଂଶୋଦ୍ଭବ ଋଷ ସୁନକ ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ ରେସ୍ ରେ ପଛରେ ପଡିଥାଇପାରନ୍ତି କିନ୍ତୁ ସେ ଭାରତ ଓ ବ୍ରିଟେନ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଚାହିଁଛନ୍ତି । ଋଷି ସୁନକ ସୋମବାର ଉତ୍ତର ଲଣ୍ଡନର କଞ୍ଜରଭେଟିଭ ଫ୍ରେଣ୍ଡସ ଅଫ ଇଣ୍ଡିଆ ଦ୍ବାରା ଆୟୋଜିତ ଏକ କାର୍ୟ୍ୟକ୍ରମରେ କହିଛନ୍ତି କି ଭାରତ ଓ ବ୍ରିଟେନ ମଧ୍ୟରେ ଥିବା ସମ୍ବନ୍ଧରେ ପରିବର୍ତ୍ତନ ଲାଗି ଚାହୁଁଛନ୍ତି । ସେ କହିଛନ୍ତି କି ସେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ‘ଟୁ ଓ୍ବେ’ କରିବା ଲାଗି ଚାହୁଁଛନ୍ତି । ଫଳରେ ୟୁକେର ଛାତ୍ର ଏବଂ କମ୍ପାନୀ ସହଜରେ ଭାରତରେ ପହଞ୍ଚି ପାରିବେ । କାର୍ୟ୍ୟକ୍ରମରେ ବ୍ରିଟିସ ଭାରତୀୟଙ୍କୁ ସମ୍ବୋଧିତ କରିବା ସମୟରେ କହିଥିଲେ କି, ‘ନମସ୍ତେ, ସଲାମ, କେମ ଛୋ’ ।

ସୁନାକ ମଧ୍ୟ ଚୀନ୍ ସମ୍ବନ୍ଧରେ ନିଜର ଆଭିମୁଖ୍ୟ ଦୋହରାଇଛନ୍ତି। ଋଷି ଚୀନକୁ ଟାର୍ଗେଟ୍ କରି କହିଛନ୍ତି ଯେ, ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟଠୁ ବ୍ରିଟେନକୁ ରକ୍ଷା କରିବାକୁ ହେବ । ଚୀନର ସରକାର ଜାତୀୟ ସୁରକ୍ଷା ପ୍ରତି ବିପଦ । ବ୍ରିଟେନ୍ ଦୀର୍ଘଦିନ ଧରି ଏହାର ସାମ୍ନା କରୁଛି । ସେ ପ୍ରଧାନମନ୍ତ୍ରୀ ହେଲେ ଦେଶ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି । ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କର୍ତ୍ତବ୍ୟ ଅଟେ । ଏହାପୂର୍ବରୁ ମଧ୍ୟ ସେ ଚୀନକୁ ଏକ ନମ୍ବର ବିପଦ ବୋଲି କହିଥିଲେ ।

ସୂଚନାନୁସାରେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀଙ୍କ ନାମ ୫ ସେପ୍ଟେମ୍ବରରେ ଘୋଷଣା କରାଯିବ। ଏହି ରେସ୍ ରେ ଏବେ ଅଛନ୍ତି ଋଷ ସୁନକ । ତେବେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ କିଏ ହେବ ତାହା ଉପରି ରହିଛି ସାରା ବିଶ୍ୱର ନଜର ।

Leave a Reply

Your email address will not be published. Required fields are marked *