ୟୁକ୍ରେନ ପ୍ରତି ବଢୁଛି ବିପଦ

କିଭ୍ (ଦ କୁଇଭର ବ୍ୟୁରୋ) ଋଷ ପାଇଁ ୟୁକ୍ରେନ୍ ପାଲଟିଛି ଜାନି ଦୁସମନ୍ । ୱାର ମୋଡ୍ ରେ ଋଷ ସୈନ୍ୟ । ଜୀବନ ବଞ୍ଚାଇବା ପାଇଁ ବାଟ ଖୋଜୁଛି ୟୁକ୍ରେନ୍ । ୟୁକ୍ରେନକୁ ପାନେ ଦେବା ପାଇଁ ଋଷ ଜାରି ରଖିଛି ଯୁଦ୍ଧ । ଯୁଦ୍ଧ ପରିସ୍ଥିତି ଏପରି ହୋଇଯାଇଛି ଯେ, କେହି ବି ପୁଟିନଙ୍କୁ ସାମ୍ନା କରିବାକୁ ସାହାସ କରୁନାହାନ୍ତି । ତଥାପି ଋଷ ଆଗରେ ହାର ମାନିନି ୟୁକ୍ରେନ । ଆମେରିକା ଇସାରରେ ଦମ୍ଭ ଦେଖାଇ ଛିଡା ହୋଇଛି । ଶକ୍ତିଶାଳୀ ପୁଟିନଙ୍କୁ କଡା ଚାଲେଞ୍ଜ ଦେଉଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ।

ଆଜି ହେଉଛି ୟୁକ୍ରେନର ସ୍ୱାଧୀନତା ଦିବସ । ଖାସ କରି ଏହି ଦିନରେ ସରକାରୀ ଏବଂ ସାଧାରଣ ନାଗରିକଙ୍କୁ ଋଷ ଟାର୍ଗେଟ କରିପାରେ ବୋଲି ଆଶଙ୍କା କରାଯାଉଛି । କିଭ୍ ରେ ଥିବା ଆମେରିକା ଦୂତାବାସ ଏ ନେଇ ଜାରି କରିିଛି ହାଇ ଆଲର୍ଟ । ଯେଉଁଥିପାଇଁ ୟୁକ୍ରେନରେ ଜାରି ରହିଛି ଭୟର କଳା ବାଦଲ । ଏହାସହ ଅନୁମାନ କରାଯାଉଛି ଯେ, ଆଗାମୀ ଦିନରେ ୟୁକ୍ରେନରେ ନାଗରିକ ଭିତ୍ତିଭୂମି ତଥା ସରକାରୀ ସୁବିଧା ବିରୋଧରେ ଋଷ ଆକ୍ରମଣ କରିପାରେ । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆଗାମୀ ବିପଦ ବିଷୟରେ ଶୁଣିବା ପରେ ଆତଙ୍କିତ ହୋଇପଡିଛନ୍ତି ।

ସେ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ଏହି ସପ୍ତାହରେ ଋଷ କିଛି ନିଷ୍ଠୁର ପଦକ୍ଷେପ ନେଇପାରେ । ଏହାକୁ ଦୃଷ୍ଟିରେ ରଖି ୟୁକ୍ରେନବାସୀଙ୍କୁ ସ୍ୱାଧୀନତା ଦିବସ ଅବସରରେ କାର୍ଯ୍ୟକ୍ରମ ଆୟୋଜନ ନକରିବାକୁ ପରାମର୍ଶ ଦେଇଛି । ୟୁକ୍ରେନରେ ରହୁଥିବା ଆମେରିକୀୟମାନଙ୍କୁ ମଧ୍ୟ ତୁରନ୍ତ ଦେଶ ଛାଡିବାକୁ ଆମେରିକା ସରକାର ଚେତାବନୀ ଦେଇଛନ୍ତି । ଋଷର ଗୁଳି ବିନିମୟକୁ ଦୃଷ୍ଟିରେ ରଖି ଖାର୍କିଭ ସହରରେ କର୍ଫ୍ୟୁ ଲାଗୁ କରାଯାଇଛି । ଋଷ-ୟୁକ୍ରେନ୍ ଯୁଦ୍ଧକୁ ୬ମାସରୁ ଅଧିକ ସମୟ ବିତିଲାଣି । ଋଷର ଘନ ଘନ ଆକ୍ରମଣରେ ଏବେ ୟୁକ୍ରେନ୍ ସମ୍ପୂର୍ଣ୍ଣ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି । ତଥାପି ଋଷ ସୈନିକଙ୍କ ଆଗରେ ହାର ମାନି ନାହାନ୍ତି ୟୁକ୍ରେନ୍ ସୈନ୍ୟ । ଆଜି ୟୁକ୍ରେନର ସ୍ୱାଧୀନତା ଦିବସ ଥିବା ବେଳେ ଆଜିର ଦିନରେରେ ବି ନିଜ ଜୀବନ ଓ ଦେଶକୁ ବଞ୍ଚାଇବା ପାଇଁ ଋଷ ସହ ଲଢୁଛନ୍ତି ୟୁକ୍ରେନ୍ ଯବାନ ।

ୟୁକ୍ରେନର ସ୍ୱାଧୀନତା ଦିବସ ଅବସରରେ ଋଷ ଏକ ବଡ଼ ଧରଣର ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି । ଆନ୍ତଃର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଋଷ ୟୁକ୍ରେନ୍ ସୀମା ନିକଟରେ କ୍ଷେପଣାସ୍ତ୍ର ନିୟୋଜନ ଏବଂ ଅସ୍ତ୍ର ସଂଗ୍ରହରେ ନିୟୋଜିତ ଅଛି । ୟୁକ୍ରେନ୍ ଉପରେ କ୍ଷେପଣାସ୍ତ୍ର ସହିତ ଗୁଳି ବିନିମୟର ସ୍ପଷ୍ଟ ଆଶଙ୍କା ରହିଛି । ଅନେକ ଋଷିଆ ଟ୍ୟାଙ୍କ୍ ୨୦ ଅଗଷ୍ଟ ପୂର୍ବରୁ ୟୁକ୍ରେନ୍ ସୀମାରେ ପହଞ୍ଚିଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଋଷ ୟୁକ୍ରେନ୍ ସ୍ୱାଧୀନତା ଦିବସ ବେଳେ ଏକ ବଡ଼ ଧରଣର ଆକ୍ରମଣ କାରିବାକୁ ପ୍ରସ୍ତୁତ ହେଉଛି ।

https://youtu.be/SY6JfwvFeq4

Leave a Reply

Your email address will not be published. Required fields are marked *