ଭଗବାନ ଗଣେଶଙ୍କ ଆଧାରକାର୍ଡ

ଜାମସେଦପୁର (ଦ କଇଭର): ଏବେ ବିଭିନ୍ନ ମଣ୍ଡପ ବା ପେଣ୍ଡାଳରେ ପୂଜା ପାଉଛନ୍ତି ପାର୍ବତୀ ନନ୍ଦନ । ଦୀର୍ଘ ୨ ବର୍ଷ ପରେ ପୂଜାକୁ ନେଇ ସାରା ଦେଶ ଚଳଚଞ୍ଚଳ । ଶ୍ରୀ ଗଣେଶ ଦେଶର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ପ୍ରତିମା ଓ ତୋରଣ ଦେଖିବାକୁ ମିଳିଛି । ଏହାରି ଭିତରେ ସାଧାରଣ ମଣିଷଙ୍କ ଆଧାରକାର୍ଡ ପରି ଗଣେଷଙ୍କ ପାଇଁ ତିଆରି ହୋଇଛି ଆଧାରକାର୍ଡ । ଶେଷରେ ଆଧାର କାର୍ଡରେ ମଧ୍ୟ ପ୍ରଭୁ ଗଣେଷଙ୍କ ନାମ ଥିବା ଦେଖିବାକୁ ମିଳିଛି ।

ଆଉ ସେଥିରେ ଭଗବାନ ଗଣେଶଙ୍କ ଠିକଣା ଏବଂ ତାଙ୍କର ଜନ୍ମ ତାରିଖ ମଧ୍ୟ ଉଲ୍ଲେଖ କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଝାଡଖଣ୍ଡର ଜାମସେଦପୁରର ସାକଚୀ ବଜାରର ଏକ ମଣ୍ଡପରେ । ଯାହା ଏବେ ଚର୍ଚ୍ଚାରେ ରହିଛି । କିଛି ଭିନ୍ନ ଚିନ୍ତା କରି ଗଣେଶଙ୍କ ପାଇଁ ତିଆରି ହୋଇଛି ଆଧାରକାର୍ଡ। ଆଉ ତାକୁ ଭଲରେ ଦେଖିଲେ ଜାଣି ପାରିବେ ଯେ, ଆଧାରକାର୍ଡ ଭିତରେ ପୂଜା ପାଉଛନ୍ତି ଗଣପତି । ଆଧାରକାର୍ଡରେ ଭଗବାନ ଗଣେଶଙ୍କ ଫଟୋ ସହ ତାଙ୍କ ଆଧାର ନମ୍ବର ମଧ୍ୟ ରହିଛି ।

ସେଥିରେ ଲେଖା ଅଛି ତାଙ୍କ ଜନ୍ମ ଷଷ୍ଠ ଶତାବ୍ଦୀ, ଗଣେଶଙ୍କ ପିତାଙ୍କ ନାଁ ମହାଦେବ, ଠିକଣା କୈଳାସ ପର୍ବତର ଟପ୍ ଫ୍ଲୋର, ଆଉ ପିନ୍ କୋର୍ଡ ରହିଛି ୦୦୦୦୦୧। ଯାହାକୁ ଦେଖିବାକୁ ଲୋକମାନଙ୍କ ମଧ୍ୟରେ ଭରି ରହିଛି ଉତ୍ସାହ । ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଉଛି ଏହି ଆଧାରକାର୍ଡକୁ ସ୍କାନ କଲା ପରେ ଭଗବାନ ଗଣେଶଙ୍କ ଫଟୋ ଆସିଯାଉଛି । ଯେଉଁଠାରେ ଲୋକମାନେ ନିଜ ଫୋନରେ ଭଗବାନଙ୍କୁ ଦର୍ଶନ କରିପାରୁଛନ୍ତି । ଏହାକୁ ଦେଖି କିଛି ଲୋକ ଉତ୍ସାହିତ ହେଉଥିବା ବେଳେ ସେଲଫି ମଧ୍ୟ ନେଉଛନ୍ତି ।

ଏହି ଆଧାରକାର୍ଡ ଜରିଆରେ ପୂଜା ପ୍ରଶାସନ ଲୋକମାନଙ୍କୁ କିଛି ବାର୍ତ୍ତା ମଧ୍ୟ ଦେଇଛନ୍ତି । ଗଣେଶଜୀଙ୍କର ଆଧାର କାର୍ଡ ରହିଛି । ଆଉ ଯେଉଁମାନେ ଆଧାରକାର୍ଡ ତିଆରି କରିନାହାନ୍ତି ଶୀଘ୍ର ତିଆରି କରିନିଅନ୍ତୁ। କାରଣ ଆଧାରକାର୍ଡ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ।

Leave a Reply

Your email address will not be published. Required fields are marked *