ବୈବାହିକ ସମ୍ପର୍କ କ’ଣ ‘ୟୁଜ୍ ଆଣ୍ଡ୍ ଥ୍ରୋ’ ?

FILE PHOTO

କେରଳ(ଦ କୁଇଭର): ବୈବାହିକ ସମ୍ପର୍କକୁ ‘ୟୁଜ୍ ଆଣ୍ଡ୍ ଥ୍ରୋ’ କରି ଦେଲେଣି ଯୁବପିଢ଼ି । ୟୁଜ୍ ଆଣ୍ଡ୍ ଥ୍ରୋ କଲଚରକୁ ନେଇ କେରଳ ହାଇକୋର୍ଟ ଭର୍ତ୍ସନା କରିବା ସହ ବର୍ତ୍ତମାନର ଯୁବପିଢ଼ୀ, ସଂସ୍କୃତି ଏବଂ ସମାଜର ବିବେକକୁ ନେଇ କଡ଼ା ମନ୍ତବ୍ୟ ଦେଇଛନ୍ତି । କେରଳ ହାଇକୋର୍ଟରେ ଏକ ଛାଡ଼ପତ୍ର ମାମଲାର ଶୁଣାଣି କରିବା ଅବସରରେ କୋର୍ଟ ଏପରି କହିଛନ୍ତି ।

ୟୁଜ୍ ଆଣ୍ଡ ଥ୍ରୋ ସଂସ୍କୃତି ଆମର ବୈବାହିକ ସମ୍ବନ୍ଧକୁ ପ୍ରଭାବିତ କରୁଛି। କୋର୍ଟ କହିଥିଲେ ଯେ ବର୍ତ୍ତମାନର ପିଢ଼ି ବିବାହକୁ ମନ୍ଦ ବୋଲି ଭାବୁଛନ୍ତି । ସେମାନଙ୍କୁ ଲାଗୁଛି ଯେ ବିବାହ ନକଲେ ବିନା ଅସୁବିଧାରେ ମୁକ୍ତ ଭାବରେ ବଞ୍ଚିବେ । ସେମାନଙ୍କ ୱାଇଫ୍ ର ଅର୍ଥ ଚିନ୍ତାକୁ ଆମନ୍ତ୍ରଣ ବୋଲି ଭାବୁଛନ୍ତି । ତେଣୁ ବିବାହ ନୁହେଁ ବରଂ ଲିଭ ଇନ୍ ରିଲେସନଶିପ୍ କୁ ଆଜିର ଯୁବପିଢ଼ି ଆପଣାଉଛନ୍ତି।

ସୂଚନାଥାଉ କି, କେରଳର ଏକ ଦମ୍ପତି ନିଜ ବିବାହ ବିଚ୍ଛେଦକୁ ନେଇ କେରଳ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ଉଭୟଙ୍କ ୩ଟି ଝିଅ ଅଛନ୍ତି। ଉଭୟଙ୍କ ବିବାହକୁ ବହୁ ବର୍ଷ ବିତିବା ପରେ ତିକ୍ତତା ସୃଷ୍ଟି ହୋଇଛି। ସ୍ୱାମୀଙ୍କ ସହ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା ସ୍ତ୍ରୀ ଅଭିଯୋଗ କରିଛନ୍ତି। ସେହିପରି ସ୍ୱାମୀ ମଧ୍ୟ ପାଲଟା ଅଭିଯୋଗ ଆଣିଛନ୍ତି। ସ୍ତ୍ରୀଙ୍କ ବ୍ୟବହାରରେ ହଠାତ୍ ପରିବର୍ତ୍ତନ ହୋଇଛି। ତେଣୁ ଉଭୟଙ୍କ ଭିତରେ କନ୍ଦଳ ବଢ଼ିବା ଯୋଗୁ ସେମାନେ ଛାଡ଼ପତ୍ର ନେବାକୁ ଚାହୁଁଥିବା ସ୍ୱାମୀ କହିଛନ୍ତି। ଏବେ କେରଳ ହାଇକୋର୍ଟ ମଧ୍ୟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି।

Leave a Reply

Your email address will not be published. Required fields are marked *