ବ୍ରିଟେନକୁ ପଛରେ ପକାଇଲା ଭାରତ

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ମଜଭୁତ ହେଉଛି ଭାରତର ଅର୍ଥନୀତି । ଦେଶରେ ଦରଦାମ ଆକାଶଛୁଆଁ ରହିଥିବାବେଳେ ମଧ୍ୟ ଭାରତକୁ ବଡ ସଫଳକା ମିଳିଛି । ବର୍ତ୍ତମାନ ବ୍ରିଟେନକୁ ପଛରେ ପକାଇଛି ଭାରତ । ଭାରତ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ପାଲଟିଛି । ବ୍ରିଟେନ ବର୍ତ୍ତମାନ ଷଷ୍ଠ ସ୍ଥାନରେ ରହିଛି । କରୋନା ମହାମାରୀ ପରେ ଭାରତର ଅର୍ଥନୀତି ଧୀରେ ଧୀରେ ଉଦୀୟମାନ ହେଉଛି ।

୨୦୨୧ର ପ୍ରଥମ ତ୍ରୈମାସିକରେ ଭାରତ, ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ପାଲଟିଛି । ଆମେରିକୀୟ ଡଲାର ଆଧାରରେ ଏହି ଗଣନା କରାଯାଇଥାଏ । ଏହା ବ୍ୟତୀତ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ର ତଥ୍ୟ ଅନୁଯାୟୀ, ଜିଡିପି ଆକଳନ ଆଧାରରେ ଭାରତ ପ୍ରଥମ ତ୍ରୈମାସିକରେ ଅର୍ଥ୍ୟ ବ୍ୟବସ୍ଥାକୁ ଅଭିବୃଦ୍ଧିକୁ ମଜଭୁତ୍ କରି ପାରିଛି ।

ଆର୍ଥିକ କ୍ଷେତ୍ରରେ ବ୍ରିଟେନ୍ ଖସିବା ସେଠାରେ ଆସିବାକୁ ଥିବା ନୂଆ ସରକାର ପାଇଁ ବଡ଼ ଝଟକା ହେବ । ବ୍ରିଟେନରେ କଞ୍ଜରଭେଟିଭ୍ ପାର୍ଟି ସଦସ୍ୟ ଶୀଘ୍ର ହିଁ ପ୍ରଧାନମନ୍ତ୍ରୀ ବାଛିବେ । ନୂଆ ସରକାର ଲାଗି ଦରଦାମ ବୃଦ୍ଧି ଓ ସ୍ଥିର ଅର୍ଥ ବ୍ୟବସ୍ଥା ବଡ଼ ଚ୍ୟାଲେଞ୍ଜ ହେବ । ଅନ୍ୟପଟେ ଅର୍ଥନୀତିଜ୍ଞଙ୍କ ମତରେ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିର ବିକାଶ ଦର ୭ ପ୍ରତିଶତରୁ ଅଧିକ ରହିପାରେ ।

ଯଦି ଆମେ ଭାରତ ଏବଂ ବ୍ରିଟେନର ଅର୍ଥନୀତିକୁ ଡଲାରରେ ଦେଖିବା, ତେବେ ଆଇଏମଏଫ ତଥ୍ୟ ଅନୁଯାୟୀ ମାର୍ଚ୍ଚ ତ୍ରୈମାସରେ ଭାରତର ଅର୍ଥନୀତି ୮୫୪.୭ ଅରବ ଡଲାର ଥିଲା। ଏଥି ସହିତ ବ୍ରିଟେନର ଅର୍ଥନୀତି ୮୧୬ ବିଲିୟନ ଡ଼ଲାର ଥିଲା। ଏହି ତଥ୍ୟ ହିଁ କହୁଛି ବିଶ୍ୱରେ ଅର୍ଥ ବ୍ୟବସ୍ଥା ଧରାଶାୟୀ ହୋଇ ପଡ଼ିଥିବା ବେଳେ ମହଙ୍ଗା ମାଡ଼ ସ୍ଥିତିକୁ ଆହୁରି ଜଟିଳ କରିଛି । ତଥାପି ଭାରତୀୟ ଅର୍ଥ ବ୍ୟବସ୍ଥା ସମସ୍ତ ବାଧାବିଘ୍ନ ସତ୍ତ୍ୱେ ଜୋରରେ ଆଗକୁ ବଢ଼ୁଛି ।

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଜିଡିପି ଅନୁସାରେ, ଜୁନ୍ ତ୍ରୈମାସିକରେ ଭାରତୀୟ ଅର୍ଥ ବ୍ୟବସ୍ଥା ଜିଡିପି ୧୩.୫ ପ୍ରତିଶତ ରହିଥିଲା । ଋଯେତେବେଳେ କି ଜୁନ୍ ତ୍ରୈମାସିକରେ ଆମେରିକାର ଜିଡିପି ୦.୬ ପ୍ରତିଶତ ହ୍ରାସ ପାଇଛି । ଏହାପୂର୍ବରୁ, ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ (Q4FY22) ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୪.୧ ପ୍ରତିଶତ ହାରରେ ବୃଦ୍ଧି ପାଇଛି । ୨୦୨୧-୨୨ ମଧ୍ୟରେ ସମଗ୍ର ଆର୍ଥିକ ବର୍ଷ ବିଷୟରେ କହିବାକୁ ଗଲେ ଜିଡିପିର ଅଭିବୃଦ୍ଧି ହାର ୮.୭ ପ୍ରତିଶତ ଥିଲା । ଜାତୀୟ ପରିସଂଖ୍ୟାନ କାର୍ୟ୍ୟାଳୟ (NSO) ର ତଥ୍ୟ ଅନୁଯାୟୀ, ଜୁନ୍ ୨୦୨୨ ତ୍ରୈମାସରେ ଭାରତୀୟ ଅର୍ଥନୀତି ୧୩.୫ ପ୍ରତିଶତ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *