ଆଜି ପବିତ୍ର ଗୁରୁ ଦିବସ

ଭୁବନେଶ୍ୱର (ଦ କୁଇଭର): ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବୋ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ । ଆଜି ହେଉଛି ପବିତ୍ର ଗୁରୁ ଦିବସ । ଗୁରୁ ଶିଷ୍ୟର ପରମ୍ପରାକୁ ମନେ ପକାଉଛି ଶିଷ୍ୟ । ‘ଗୁ’ ଅର୍ଥ ଅନ୍ଧାର । ‘ରୁ’ ଅର୍ଥ ଦୂରେଇବା । ଅଜ୍ଞାନ ରୂପକ ଅନ୍ଧକାରରୁ ଯିଏ ଆଲୋକ ଦେଖାନ୍ତି ସେ ହିଁ ଗୁରୁ । ବାପା ମା’ ଙ୍କ ପରେ ଆମ ସଫଳତାରେ କେହି ଯଦି ଖୁସି ହୋଇଥାନ୍ତି ସେ ହେଉଛନ୍ତି ଆମ ଗୁରୁ । ଜୀବନରେ ଆଗକୁ ବଢିବା ସଠିକ୍ ମାର୍ଗ ଦେଖାଇଥାନ୍ତି ସେ ଗୁରୁ । ଜୀବନର ପ୍ରତି କ୍ଷଣରେ ଯାହାଙ୍କଠୁ କିଛି ଶିଖିବାକୁ ମିଳେ ସେ ଗୁରୁ । ଶାସନ ଅନୁସାଶନ ଭିତରେ ଯିଏ ସ୍ନେହ ଭଲ ପାଇବା ଦିଅନ୍ତି ସେ ହେଲେ ଗୁରୁର । ଗୁରୁ ହେଉଛନ୍ତି ସ୍ୱୟଂ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ଚଳନ୍ତି ପ୍ରତିମା । ସେଥିପାଇଁ ତ କୁହନ୍ତି. ଗୁରୁଙ୍କୁ ନ ମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ୱର’ ।

ଆଜି ହେଉଛି ଭାରତର ମହାନ ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ । ସେ ରାଷ୍ଟ୍ରପତ ଥିବା ବେଳେ ଜନସାଧାରଣ ତାଙ୍କ ଜନ୍ମଦିନ ପାଳନ କରିବାକୁ ଅନୁମତି ମାଗିଥିଲେ । ହେଲେ ସେ କହିଥିଲେ ମୋ ଜନ୍ମଦିନ ନୁହେଁ, ଏହି ଦିନଟିକୁ ଯଦି ଗୁରୁ ଦିବସ ରୂପେ ପାଳନ କରାଯାଏ ମୁଁ ଖୁସି ହେବି । ସେହି ଦିନଠୁ ସେପ୍ଟେମ୍ବର ୫କୁ ଗୁରୁଦିବସ, ଭାବେ ପାଳନ କରାଯାଏ । ରାଷ୍ଟ୍ରପତି ଭାବେ ସେ ଯେତିକି ପରିଚିତ ନୁହନ୍ତି, ମହାନ ଗୁରୁ ଭାବେ ସେତିକି ପରିଚିତ । ରାଧକ୍ରିଷ୍ଣନଙ୍କ ଜନ୍ମ ତାମିଲନାଡୁର ଏକ ଛୋଟ ଗାଁ ଥିରୁତତାନି ରେ ହୋଇଥିଲା । ତାଙ୍କର ପାଠପଢା ଖ୍ରୀଷ୍ଟିଆନ୍ ମିସନାରୀ ସ୍କୁଲରୁ ଆରମ୍ଭ ହୋଇଥିଲା । ଏହାପରେ ୧୯୦୯ରେ ମାଜ୍ରାସ ପ୍ରେସିଡେନ୍ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ରାଧାକ୍ରିଷ୍ଣନଙ୍କୁ ନିଯୁକ୍ତି ମିଳିଥିଲା ।

୧୯୧୮ରେ ରାଧାକ୍ରିଷ୍ଣନ ମହୀଶୂର ବିଶ୍ବବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ । ତା’ ପରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ, କଲିକତା ବିଶ୍ବବିଦ୍ୟାଳୟ, ଲଣ୍ଡନର ହାର୍ଭାଡ୍ ବିଶ୍ବବିଦ୍ୟାଳୟ ଓ ମାଞ୍ଚେଷ୍ଟର ବିଶ୍ବବିଦ୍ୟାଳୟ ଅଧ୍ୟାପନା କରିଥିଲେ । ଏହାପର ଠାରୁ ସେ ନିଜକୁ ଭାରତୀୟ ଦର୍ଶନ ଶାସ୍ତ୍ର ଓ ଧର୍ମଶାସ୍ତ୍ର ଅଧ୍ୟୟନରେ ନିୟୋଜିତ ରଖିଥିଲେ । ‘ଶ୍ରୀମଦ ଭଗବତଗୀତା’କୁ ଇଂରାଜୀରେ ଅନୁବାଦ କରିଥିଲେ ରାଧାକ୍ରିଷ୍ଣନ । ୧୯୪୯ରେ ସୋଭିଏତ ରଷିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ ଏବଂ ୧୯୫୪ରେ ତାଙ୍କୁ ପ୍ରଦାନ କରାଯାଇଥିଲା ସମ୍ମାନଜନକ ଭାରତ ରତ୍ନ । ଆଜି ସେହି ମହାନ ଜନନାୟକଙ୍କ ଉଦ୍ଦେଶ୍ୟରେ ସମଗ୍ର ଦେଶବାସୀ ପାଳୁଛନ୍ତି ପବିତ୍ର ‘ଗୁରୁ ଦିବସ’ ।

Leave a Reply

Your email address will not be published. Required fields are marked *