Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଆୟୁଷ ବଢାଏ ଚା’

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ଚା’ ଢୋକେ ମାରିଦେଲେ ପାଟିରୁ ଆପେ ବାହାରି ପଡେ ଆହା । ଓଠକୁ ଗରମ ଆଉ ପାଟିକୁ ମିଠା ଲାଗୁଥିବା ଚା’ରୁ ଆରମ୍ଭ ହୁଏ ଲୋକଙ୍କ ଦିନ ଆଉ ଜମେ ଗପ ଖଟି । ଚା’ରୁ ହିଁ ଆରମ୍ଭ ହୁଏ ଅନେକ ଚର୍ଚ୍ଚା । ଖବରକାଗଜ ସାଙ୍ଗକୁ ଚା’ କପେ ମିଳିଗଲେ ତାର ମଜା ହିଁ ଅଲଗା । ଧନୀଠୁ ଆରମ୍ଭ କରି ଗରିବ ସମସ୍ତଙ୍କ ପ୍ରିୟ ଚା’ । ଚା’ ର ଚାହିଦା ଏତେ ଯେ ସବୁ ସ୍ଥାନରେ ଗୋଟିଏ ଗୋଟିଏ ଟି ଷ୍ଟଲ । କୁହାଯାଏ ଯେ ପ୍ରତ୍ୟେକ ପରିସ୍ଥିତିରେ ଔଷଧ ଭଳି କାମ ଦିଏ ଚା’ । ବର୍ତ୍ତମାନ ଚା’ କୁ ନେଇ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଚା’ ବଢାଉଛି ଆୟୁଷ ।

ସୂଚନାନୁସାରେ ଅନୈଲ୍ସ ଅଫ୍ ଇଣ୍ଟର୍ନାଲ୍ ମେଡିସିନ୍ ନାମକ ପତ୍ରିକାରେ ପ୍ରକାଶିତ ବ୍ରିଟେନର ବାୟୋବ୍ୟାଙ୍କ ଅଧ୍ୟୟନରେ କୁହାଯାଇଛି ଯେ, ଚା ପିଇବା ଦ୍ୱାରା ଆପଣଙ୍କ ଆୟୁଷ ବଢ଼ିପାରେ । ଯେଉଁ ଲୋକମାନେ ଦିନକୁ ଦୁଇ କିମ୍ବା ଅଧିକ କପ୍ ଚା ପିଉଛନ୍ତି, ସେମାନଙ୍କ ମୃତ୍ୟୁ ହେବାର ଆଶଙ୍କା କମ୍ ଥାଏ । ତେବେ ବହୁତ ପ୍ରକାରର ଚା’ ରହିଛି । ଯେପରିକି ନାଲି ଚା’ କଳା ଚା’ ସବୁଜ ଚା’ ବା ଗ୍ରୀନ ଟି । ଏଥିରେ ଅଦା ତେଜପତ୍ର ଆଦି ଉପାଦାନ ମାନ ପଡିଥାଏ । ଯାହାର ଅନେକ ଔଷଧିୟ ଗୁଣ ରହିଛି । ଅନୁସନ୍ଧାନରେ ଏହି କଥା ଭାରତରେ ନିର୍ମିତ କ୍ଷୀର ଚା ବିଷୟରେ ନୁହେଁ, ବରଂ ‘ବ୍ଲାକ୍ ଟି’ ବିଷୟରେ କୁହାଯାଇଛି ।

ଏହି ରିସର୍ଚ୍ଚରୁ ଏହା ଜଣାପଡିଛି ଯେ, ଯେଉଁମାନେ ଅଧିକ ଚା ପିଉଛନ୍ତି ସେମାନଙ୍କ ବଞ୍ଚିବାର ତୁଳନା ଚା’ ପିଉ ନଥିବା ଲୋକଙ୍କଠାରୁ ଅଧିକ । ରିସର୍ଚ୍ଚ ଅନୁସାରେ, ଯେଉଁମାନେ ପ୍ରତିଦିନ ଗୋଟିଏ କିମ୍ବା ଦୁଇ କପ୍ ଚା ପିଉଛନ୍ତି, ସେମାନଙ୍କ ମୃତ୍ୟୁ ହେବାର ଆଶଙ୍କା ଅନ୍ୟ ଲୋକଙ୍କ ତୁଳନାରେ ୯ ରୁ ୧୩ ପ୍ରତିଶତ କମ୍ ହୋଇଯାଏ । ‘ବ୍ଲାକ୍ ଟି’ ହୃଦ୍ ରୋଗ ଏବଂ ଷ୍ଟ୍ରୋକ୍ ରୋକିବାରେ ସାହାଯ୍ୟ କରେ । ଅଧ୍ୟୟନରୁ ଯାହା ଜଣାପଡୁଛି ଚା’ ପିଇବା ସ୍ୱାସ୍ଥ୍ୟପାଇଁ ଲାଭ ଦାୟକ । ଅଧ୍ୟୟନରେ ଏହା ସ୍ପଷ୍ଟ ଭାବେ କୁହାଯାଇଛି ଯେ ପ୍ରତିଦିନ ୨ କପରୁ ଅଧିକ ଚା ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଏହାକୁ ଏକ ନିର୍ଦ୍ଦିଷ୍ଟ ପରିମାଣରେ ପିଇବା ଉଚିତ୍ ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ସେମାନଙ୍କ ଅନୁସନ୍ଧାନରେ ବ୍ରିଟେନରେ ଅଢେଇ ଲକ୍ଷରୁ ଅଧିକ ଲୋକଙ୍କ ଚା ସମ୍ବନ୍ଧୀୟ ଅଭ୍ୟାସ ଉପରେ ତଥ୍ୟ ରହିଛି । ୧୪ ବର୍ଷ ଧରି ଚା ପିଉଥିବା ଲୋକଙ୍କୁ ନେଇ ଏହି ତଥ୍ୟ ସଂଗ୍ରହ କରାଯାଇଥିଲା ।

Exit mobile version