ନାଜାଲ କୋଭିଡ୍ ଟିକାକୁ ମିଳିଲା ଅନୁମତି

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ଭାରତକୁ ଆଉ ଏକ ସଫଳତା । କରୋନା ମହାମାରି ବିରୋଧରେ ଆଉ ଏକ ପାଦ ଆଗକୁ ବଢିଛି ଭାରତ । ମହାମାରୀ କରୋନା ବିରୋଧରେ ଦେଶକୁ ମିଳିଛି ବଡ଼ ଅସ୍ତ୍ର । ଜରୁରୀକାଳୀନ ବ୍ୟବହାର ପାଇଁ ଦେଶର ପ୍ରଥମ ନାଜାଲ ଭ୍ୟାକ୍ସିନକୁ ଡିସିଜିଆଇ ମଞ୍ଜୁରି ପ୍ରଦାନ କରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ମଙ୍ଗଳବାର ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ବିଶେଷ କଥା ହେଉଛି, କରୋନା ପାଇଁ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଭାରତର ପ୍ରଥମ ନାକରେ ନେଇହେଉଥିବା ସ୍ୱଦେଶୀ ଟିକାକୁ ହେବ। ଏହାର ଅର୍ଥ ଆଉ ଲୋକଙ୍କୁ ଇଞ୍ଜେକସନ ଦ୍ୱାରା କରୋନା ଟିକା ନେବାକୁ ପଡ଼ିବ ନାହିଁ। ସେମାନେ ସାଧାରଣ ଟିକା ଭଳି ନାକରେ କରୋନା ଟିକା ନେଇ ପାରିବେ। ତେବେ ପ୍ରାଥମିକ ଅବସ୍ଥାରେ ଏହି ଟିକାକୁ କେବଳ ପ୍ରାପ୍ତ ବୟସ୍କମାନେ ହିଁ ନେଇ ପାରିବେ। ଭାରତ ଏପର୍ୟ୍ୟନ୍ତ ୧୦୦ କୋଟି କୋଭିଡ ଟୀକାକରଣ କରି ଏକ ରେକର୍ଡ ସୃଷ୍ଟି କରିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏ ସମ୍ପର୍କରେ ଟ୍ୱିଟ କରି କହିଛନ୍ତି ଯେ କୋଭିଡ-୧୯ ବିରୋଧୀ ଲଢ଼େଇକୁ ବଡ଼ ବୁଷ୍ଟର ମିଳିଛି। ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା ଉଷଇୟ୩୬-ଝଇଜଝ-ଉକ୍ଟଠ-ଝ କୋଭିଡ ୧୯ ନାଜାଲ ଟିକାକୁ ଅନୁମିତ ମିଳିଛି। ଏବେ ଏହି ଟିକାକୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ। ଏହି ପଦକ୍ଷେପ କରୋନା ବିରୋଧରେ ଆମେ ମିଳିତ ଭାବେ କରୁଥିବା ଲଢ଼େଇକୁ ଅଧିକ ବଳ ଦେବାରେ ସହାୟକ ହେବ ବୋଲି ସେ କେହିଛନ୍ତି।

Leave a Reply

Your email address will not be published. Required fields are marked *