ଭାରତ-ଶ୍ରୀଲଙ୍କା ମହାମୁକାବିଲା: କର ବା ମର ସ୍ଥିତିରେ ଭାରତ

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ସରଗରମ ହେବ ଏସିଆ କପ୍ ‘ସୁପର-୪’ର ଦ୍ୱୀତିୟ ମ୍ୟାଚ୍ । ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା । ଏଥର ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି । ଜିତିଲେ ଫାଇନାଲରେ ପ୍ରବେଶ କରିବ । ହାରିଲେ ଟୁର୍ଣ୍ଣାମେଣ୍ଟ ରେସରୁ ବାଦ୍ ପଡ଼ିବ । ସୁପର-୪ର ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ୫ ୱିକେଟରେ ହାରିଥିବା ଭାରତ ଆଜିର ମ୍ୟାଚକୁ ଗୁରୁତ୍ୱର ସହ ନେବ । ଫାଇନାଲକୁ ପ୍ରବେଶ କରିବା ପାଇଁ ଭାରତ ପାଖରେ ମାତ୍ର ଏହି ଗୋଟିଏ ସୁଯୋଗ । ତେଣୁ ଏହି ସୁଯୋଗକୁ ଯେପରି ହାତଛଡ଼ା ନକରେ, ସେଥିପାଇଁ ଟିମ୍ ଇଣ୍ଡିଆ ପୂରା ପ୍ରସ୍ତୁତ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତ ତାର ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିବ ବୋଲି ଖେଳପ୍ରେମୀମାନେ ଆଶା କରୁଛନ୍ତି ।

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସୁପର-୪ର ଦ୍ୱୀତିୟ ମ୍ୟାଚ୍ ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ । ଶ୍ରୀଲଙ୍କା ତାର ପ୍ରଥମ ମ୍ୟାଚରେ ଆଫଗାନିସ୍ଥାନକୁ ହରାଇଥିବା ବେଳେ ଟିମର ମନୋବଳ ଦୃଢ ରହିଛି । ତେଣୁ ଟିମ୍ ଇଣ୍ଡିଆ ମଧ୍ୟ ଏହି ମ୍ୟାଚ୍ କୁ ଅତ୍ୟନ୍ତ ଗୁରୁତର ସହ ନେଉଛି । ଚୂଡ଼ାନ୍ତ ଏକାଦଶରେ କିଏ ରହିବେ ଆଉ କିଏ ବିଦା ହେବେ, ସେନେଇ ବିସ୍ତୃତ ସୂଚନା ଆସିନଥିବା ବେଳେ ଏହି ମ୍ୟାଚକୁ ଖାମଖିଆଲ ଭାବେ ନେବାକୁ ଚାହୁଁନାହାନ୍ତି କ୍ୟାପଟେନ୍ । ଯେଉଁଥିପାଇଁ ଟିମ୍ ଇଣ୍ଡିଆର କ୍ୟାପଟେନ୍ ଓ ହେଡ କୋଚଙ୍କ ଟେନସନ ବଢିବାରେ ଲାଗିଛି । ପାକିସ୍ତାନ ଠୁ ହାରିବା ପରେ ଏହି ମ୍ୟାଚ୍ ଟିମ୍ ଇଣ୍ଡିଆକୁ କରବ । ମର ସ୍ଥିତିରେ ଆଣି ଛିଡ଼ା କରିଛି ।

ଭାରତୀୟ କ୍ରିକେଟ୍ ଦଳ ଏସିଆ କପ ୨୦୨୨ର ବିଜୟ ସହ ତାର ଅଭିଯାନ ଆରମ୍ଭ କରିଥିଲା । ପ୍ରତମ ମ୍ୟାଚରେ ଭାରତ ତାର ଚୀର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ହରାଇଥିଲା । ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ହଂକଂ କୁ ହରାଇଥିଲା । ଅବଶ୍ୟ ସୁପର-୪ର ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ହାରିଥିଲା । କିନ୍ତୁ ଫାଇନାଲ ପ୍ରବେଶ ଆଶା ଏବେ କି ଉଜ୍ଜୀବିତ ଅଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ଦଳ ଖେଳାଳୀଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ କରିଥିଲା ତେଣୁ ଏଭଳି ଏକ ସ୍ଥିତିରେ କେଉଁମାନଙ୍କୁ ଧରି ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

Leave a Reply

Your email address will not be published. Required fields are marked *