ଦୁର୍ଗା ଭସାଣୀ ବେଳେ ଲାଗିବ GPS

FILE PHOTO

କଟକ (ଦ କୁଇଭର): ପାର୍ବଣ ଋତୁରେ ମା’ଙ୍କ ଆଗମନ ପାଇଁ ସଜେଇ ହେଲାଣି ସିଲଭର ସିଟି । ୨ ବର୍ଷ ପରେ କୋରୋନା କଟକଣା ମୁକ୍ତ ଦଶହରା ପୂଜା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ପୂଜାକୁ ସୁରୁଖୁରୁରେ ତୁଲାଇବା ସହ ସମସ୍ତ କାର୍ୟ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ କରିବା ନିମନ୍ତେ ସହିଦ ଭବନ ଠାରେ କମିଶନରେଟ ପୋଲିସ ପକ୍ଷକୁ ଏକ ପ୍ରସ୍ତୁତି ବୈଠକ ବସିଛି । ଅକ୍ଟୋବର ୧ରୁ ପୂଜା ଆରମ୍ଭ ହୋଇ ୬ରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ । ଭସାଣି ବେଳେ କେଉଁ ମେଢ କେଉଁଠି ଅଟକିଛି ଜାଣିବାକୁ ଲଗାଯିବ GPS ।

ଏହାସହ ଶୃଙ୍ଖଳିତ ପୂଜା କମିଟିକୁ କମିଶନରେଟ୍ ପୋଲିସ ପକ୍ଷରୁ ପୁରସ୍କୃତ କରାଯିବ ବୋଲି କୁହାଯାଇଛି । ଏନେଇ ସବୁ ପୂଜାକମିଟିଙ୍କ ସହ କମିଶନରେଟ୍ ପୋଲିସ୍ ର ବୈଠକ ବେଳେ ଆଲୋଚନା ହୋଇଛି । ତେବେ ଏହି ନୂଆ ନିଷ୍ପତ୍ତି ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *