ଏଥର ଦୀପାବଳୀରେ ଫୁଟିବନି ବାଣ

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦୀପାବଳୀ ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏଣିକି ଦୀପାବଳୀରେ ଫୁଟିବନି ବାଣ । ସୂଚନାନୁସାରେ ଚଳିତ ବର୍ଷ ରାଜଧାନୀ ଦିଲ୍ଲୀରେ ବାଣ ଫୁଟିବା ଉପରେ ଲାଗିଥିବା ନିଶେଧାଦେଶ ନେଇ ରାଜ୍ୟ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏହି ନିଷେଧ ଜାନୁଆରୀ ୧, ୨୦୨୩ ପର୍ୟ୍ୟନ୍ତ ଜାରି ରହିବ।

ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଟ୍ୱିଟ କରି କହିଛନ୍ତି ଯେ ଗତ ବର୍ଷ ଭଳି ଦିଲ୍ଲୀରେ ଲୋକଙ୍କୁ ପ୍ରଦୂଷଣର ବିପଦରୁ ରକ୍ଷା କରିବା ପାଇଁ ଏଥର ମଧ୍ୟ ସମସ୍ତ ପ୍ରକାର ଫାୟାରଫ୍ରାକର ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ଏବଂ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଏଥର ଦିଲ୍ଲୀରେ ଅନଲାଇନ୍ ବିକ୍ରୟ / ଫାୟାରକ୍ରାକ୍ ବିତରଣ ଉପରେ ମଧ୍ୟ ନିଷେଧାଦେଶ ରହିବ। ଏହି ପ୍ରତିବନ୍ଧକକୁ କଡାକଡି ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସ, ଡିପିସିସି ଏବଂ ରାଜସ୍ୱ ବିଭାଗ ସହିତ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ ବୋଲି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *