ଏହି ଯୁଦ୍ଧ କେବଳ ଲାଭ ଆଣିଛି, କୌଣସି କ୍ଷତି ନୁହେଁ: ପୁଟିନ

FILE PHOTO

ମସ୍କୋ (ଦ କୁଇଭର): ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ବିତିଲାଣି ୬ ମାସ । ହେଲେ ଏବେ ବି ଋଷର ନଜର ହଟିନି ୟୁକ୍ରେନ ଉପରୁ । ଏଥି ସହିତ ପାଶ୍ଚାତ୍ୟ ଦେଶମାନେ ମଧ୍ୟ ଋଷ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି। ଏହା ସତ୍ତ୍ୱେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଏହି ଯୁଦ୍ଧରୁ କୌଣସି କ୍ଷତି ହୋଇନାହିଁ । ଏହା ବିଶ୍ୱ ଉପରେ ଋଷର ଆଧିପତ୍ୟ ବୃଦ୍ଧି କରିବ। ପୁଟିନ କହିଛନ୍ତି ଯେ ୟୁକ୍ରେନ ବିରୋଧରେ ଏହି ‘ସ୍ୱତନ୍ତ୍ର ସାମରିକ ଅପରେସନ୍’ ସୋଭିଏତ୍ ୟୁନିଅନର ବିଲୋପ ପରେ ଏକ ମୋଡ଼ ନେଇଛି।

ରୁଷର ପ୍ରଶାନ୍ତ ସହରର ଭ୍ଲାଡିଭୋଷ୍ଟୋଭରେ ଥିବା ଇଷ୍ଟର୍ନ ଇକୋନୋମିକ୍ ଫୋରମ୍ ରେ ପୁଟିନ୍ ଯୋଗ ଦେଇଥିଲେ । ସେଠାରେ ସେ ତାଙ୍କ ଭାଷଣରେ ୟୁକ୍ରେନ ବିଷୟରେ ଅଧିକ ଉଲ୍ଲେଖ କରିନାହାଁନ୍ତି। ଅବଶ୍ୟ, ଯେତେବେଳେ ୟୁକ୍ରେନ ବିଷୟରେ ପଚରାଗଲା, ସେ ସମାନ କଥା କହିଥିଲେ, ଏହି ଯୁଦ୍ଧ କେବଳ ଲାଭ ଆଣିଛି, କୌଣସି କ୍ଷତି ନୁହଁ । ପୁଟିନ କହିଛନ୍ତି, ଆମର କିଛି କ୍ଷତି ହୋଇନାହିଁ କି ଆମେ କିଛି ହରାଇ ନାହୁଁ । ଯଦି ଏହି ଯୁଦ୍ଧରୁ କିଛି ପାଇବାକୁ ହେବ, ତେବେ ସେ ହେଉଛି ଆମର ସାର୍ବଭୌମତ୍ୱ । ଏହା ବ୍ୟତୀତ ଦେଶ ଆହୁରି ଶକ୍ତିଶାଳୀ ହେବ।

Leave a Reply

Your email address will not be published. Required fields are marked *