ଆପ୍ ହେଉଛି ଦ୍ୱିତୀୟ ପସନ୍ଦ

ଭୁବନେଶ୍ୱର(ଦ କୁଇଭର): ଲୋକପ୍ରିୟ ହେଉଛି ଆପ୍ । ଖାଲି ଦିଲ୍ଲୀ କି ପଞ୍ଜାବ କି ଗୁଜରାଟ ନୁହେଁ । ସାରା ଦେଶରେ ଆପ୍ ତାର କାୟା ବଢାଇବାରେ ଲାଗିଛି । ଆପ୍ ସାଙ୍ଗରେ ଏବେ ବିଭିନ୍ନ ବର୍ଗର ଲୋକେ ଯୋଡ଼ି ହେଉଛନ୍ତି । ଆଉ ଆପ୍ ତାର ରଣକୌଶଳକୁ ବେଶ୍ ଯୋଜନାବଦ୍ଧ କରିଛି । କଥାରେ ଅଛି ନିଜ ବୁଦ୍ଧିରେ ଘାସ କାଟିବ କିନ୍ତୁ ପର ବୁଦ୍ଧିରେ ଘୋଡ଼ା ଚଢିବ ନାହିଁ । ଆପର ରଣନୀତି ଓ ଯୋଜନାକୁ ଆପ୍ ନିଜେ ହିଁ ତିଆରି କରୁଛି । କୌଣସି ପରାମର୍ଶ ଦାତା କିମ୍ବା ପରାମର୍ଶ ମଣ୍ଡଳୀ ସେ ରଖିନାହାନ୍ତି । ଦେଶର ବାସ୍ତବ ଚିତ୍ରକୁ କିମ୍ବା ବିଭିନ୍ନ ରାଜନୈତିକ ଦଳର ଥିବା ତ୍ରୁଟି ବିଚ୍ୟୁତିକୁ ଲକ୍ଷ କରି ଆପ୍ ତାର ଯୋଜନା ପ୍ରସ୍ତୁତ କରୁଛି । ସେଥିପାଇଁ ଲୋକପ୍ରିୟତା ବଢୁଛି । ଯଦି ଆମେ ଦେଖିବା, ସୋସିଆଲ ମିଡ଼ିଆରେ ସବୁ ରାଜନୈତିକ ଦଳ ଯୋଡ଼ି ହୋଇ ରହିଛନ୍ତି ।

ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ବର୍ତ୍ତମାନ ଆପ୍ ଦ୍ରୁତିଗତିରେ ଆଦ୍ରୁତି ଲାଭ କରିବାରେ ଲାଗିଛି । ସିଧାସଳଖ ଭାବେ ଆପ୍ ଏବେ ବିଜେପିକୁ କାଉଣ୍ଟର କଲାଣି । ଏବେ ସୋସିଆଲ ମିଡ଼ିଆରେ ଏକ ସର୍ଭେକୁ ଯଦି ଦେଖାଯାଏ, ସେଥିରେ କେନ୍ଦ୍ରରେ ଶାସନ କରିବା ପାଇଁ କିଏ ଯୋଗ୍ୟ? ସେଥିରେ ବିଜେପି, କଂଗ୍ରେସ ସହ ଆପ୍ କୁ ଯୋଗ କରାଯାଇଛି । ନା ବିଜେଡି ଅଛି, ନା ଟିଏମସି ଅଛି ନା ଜେଡିୟୁ ଅଛି । ଅନ୍ୟ କୌଣସି ଆଞ୍ଚଳିକ ଦଳଙ୍କୁ ସେଠାରେ ଯୋଗ କରାଯାଇନାହିଁ । ଆପ୍ ପୂର୍ବରୁ ଅନେକ ଆଞ୍ଚଳିକ ଦଳ ସୃଷ୍ଟି ହୋଇଛନ୍ତି, କିନ୍ତୁ, ସେମାନେ ସବୁ ନିଜ ରାଜ୍ୟ ଭିତରେ ସୀମିତ ହାଇ ରହିଯାଇଛନ୍ତି । ଆପ୍ ହେଉଛି ଏକମାତ୍ର ଆଞ୍ଚଳିକ ଦଳ ଯିଏ ଜାତୀୟ ଦଳ ଆଡ଼କୁ ଅଗ୍ରସର ହେଉଛି । ସୋସିଆଲ ମିଡ଼ିଆ ସର୍ଭେରେ ବିଜେପି ପରେ ଲୋକଙ୍କର ଦ୍ୱିତୀୟ ପସନ୍ଦ ହେଉଛି ଆପ୍ । କାହିଁକି ଆପ୍ କୁ ଲୋମାନେ ଏତେ ପସନ୍ଦ କରୁଛନ୍ତି ।

ସେ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କର ମାଗଣା ଯୋଜନା ହେଉ । ଏସବୁ ଭୋଟ୍ ବ୍ୟାଙ୍କ ସୁରକ୍ଷା ଓ ନିର୍ଦ୍ଦିଷ୍ଟ ଗୋଷ୍ଠୀମାନଙ୍କୁ ଲକ୍ଷ କରି ଯୋଜନା ତିଆରି କରାଯାଉଛି । କେତେବେଳେ ଚାଷୀଙ୍କ ନାଁରେ କର୍ମୀଙ୍କୁ ଦିଆଯାଉଛି, ତ ଆଉ କେତେବେଳେ କମ୍ବଳ, ଛତା, ଜୋତା ନାଁରେ କର୍ମୀଙ୍କୁ ଦିଆଯାଉଛି । ଏପରିକି ବିଭିନ୍ନ ଭତ୍ତା ବି ଦଳୀୟ ଭିିିତ୍ତିରେ ବଣ୍ଟା ଯାଉଛି । ଏଥିରେ ସାଧାରଣ ଲୋକମାନେ କୌଣସି ସୁବିଧା ପାଉନାହାନ୍ତି । ଠିକ୍ ସେହିପରି କେନ୍ଦ୍ର ସରକାରଙ୍କ ଟଙ୍କିକିଆ ଚାଉଳ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠି ଙ୍କୁ ମିଳୁଛି । ଏ ସବୁ ତ୍ରୁଟି ବିଚ୍ୟୁତିକୁ ଆପ୍ ଠଉରେଇ ନେଇଛି । ସେଥିପାଇଁ ଟଙ୍କିକିଆ ଚାଉଳ ନୁହେଁ କି କମ୍ବଳ, ଛତା, ଜୋତା ଆପ୍ ବାଣ୍ଟୁନି । ଆପ୍ ସମସ୍ତଙ୍କ ପାଇଁ ଗୋଟିଏ ଯୋଜନା କରିଛି ମାଗଣା ବିଜୁଳି ।

ଦିଲ୍ଲୀ ମଡେଲକୁ ଯଦି ଦେଖିବା, ତେବେ ଆପର ଏହି ଯୋଜନା କାହା ପାଇଁ ହୋଇଛି । ପ୍ରଥମେ ଦେଖିବା ଶିକ୍ଷା । ଶକ୍ଷଙ୍କର ଗରିବ ଘରର ପିଲା ହୁଅନ୍ତୁ କି କୋଟିପତି ଘରର ପିଲା ହୁଅନ୍ତୁ, ସେମାନେ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାରୁ ନିଶ୍ଚିତ ଲାଭ ପାଉଛନ୍ତି । ସେହିପରି ସ୍ୱାସ୍ଥ୍ୟ । ମହଲ୍ଲା କ୍ଲିନକ୍ ମାଧ୍ୟମରେ ସମସ୍ତଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କରିଛି ଆପ୍ । ଆଉ ଗୋଟିଏ ସବୁଠୁ ବଡ଼ ଯୋଜନା ହେଉଛି, ମାଗଣା ବିଜୁଳି । ମାଗଣା ବିଜୁଳିରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ସମସ୍ତ ଗ୍ରାହକଙ୍କୁ ମାଗଣା ବିଜୁଳି ମିଳୁଛି । ସେଥିରେ ଧନୀ ଗରିବର କିଛି ବାଛବିଚାର ନାହିଁ । କୌଣସି ବ୍ୟବସାୟିକ ପ୍ରତିଷ୍ଠାନକୁ ଆପ୍ ସରକାର ମାଗଣା ବିଜୁଳି ଦେଉନାହିଁ । ଏଥିରୁ ନିର୍ଦ୍ଦିଷ୍ଟ ବର୍ଗକୁ କୌଣସି ଲାଭ ଯାଉନି ବରଂ ସମୂହ ଗୋଷ୍ଠୀଙ୍କୁ ଲାଭ ଯାଉଛି । ସେଇ ମାଗଣା ବାଣ୍ଟୁଛନ୍ତି ଅନ୍ୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର, ଆଉ ସେଇ ମାଗଣା ବାଣ୍ଟୁଛନ୍ତି କେଜ୍ରିୱାଲ ସରକାର । ଫରକ ହେଉଛି, ବାସ୍ତବତାକୁ ଧରୁଛନ୍ତି କେଜ୍ରିୱାଲ କିନ୍ତୁ ଏାମନେ ଭୋଟ୍ ବ୍ୟାଙ୍କ ପାଇଁ ବାଣ୍ଟୁଛନ୍ତି । ଆଉ ଏକଥା ବୁଦ୍ଧିଜୀବୀ ଓ ଯୁବଗୋଷ୍ଠୀ ବୁଝିଗଲେଣି । ସେଥିପାଇଁ ଆପର ପ୍ରତି ଲୋକମାନଙ୍କର ସମର୍ଥନ ବଢୁଛି ।

Leave a Reply

Your email address will not be published. Required fields are marked *