ଚାଲିଗଲେ ରାଣୀ: ଆଜିଠୁ ବ୍ରିଟେନରେ ରାଜାଙ୍କ ଶାସନ

FILE PHOTO

(ଦ କୁଇଭର ବ୍ୟୁରୋ): ଶେଷ ହେଲା ରାଣୀଙ୍କ ଯୁଗ । ଆଜିଠୁ ଆରମ୍ଭ ହେବ ରାଜାଙ୍କ ଶାସନ । ବ୍ରିଟେନର ମହାରାଣୀ ଏଲିଜାବେଥ-ଦ୍ୱିତୀୟଙ୍କ ବିୟୋଗ ପରେ ଗୋଟିଏ ଯୁଗର ଅନ୍ତ ଘଟିଛି । ବ୍ରିଟେନରେ ଆରମ୍ଭ ହେବାକୁ ଯାଉଛି ରାଜାଙ୍କ ଶାସନର ଆଉ ଏକ ଯୁଗ । ରାଣୀଙ୍କ ଦେହାନ୍ତ ପରେ ଏବେ ତାଙ୍କ ପୁଅ ଚାର୍ଲ୍ସ ବ୍ରିଟେନର ନୂଆ ରାଜା ହେବାକୁ ଯାଉଛନ୍ତି । ଆଜିଠୁ ବିଦ୍ଧିବଦ୍ଧ ଭାବେ ବ୍ରିଟେନର ରାଜା ଭାବେ ସେ ଦାୟିତ୍ୱ ସମ୍ଭାଳିବେ ।

ବ୍ରିଟେନରେ ଶାସନ କ୍ଷମତାକୁ ଯଦି ଦେଖିବା, ରାଣୀ ଭିକ୍ଟେରିଆଙ୍କ ପରେ ଦୀର୍ଘ ୫୦ ବର୍ଷ ଧରି ବ୍ରିଟେନର ଶାସନ କ୍ଷମତା ରାଜାମାନଙ୍କ ହାତରେ ଥିଲା । ଏହା ପରେ ଶାସନ ଭାର ନେଇଥିଲେ ରାଣୀ ଏଲିଜାବେଥ ଦ୍ୱିତୀୟ । ସେ ଦୀର୍ଘ ୭୦ ବର୍ଷ ଧରି ବ୍ରିଟେନର ମହାରାଣୀ ଭାବେ ଶାସନରେ ଥିଲେ । ବ୍ରିଟେନରେ ତାଙ୍କ ନାଁରେ ସବୁଠୁ ଅଧିକ ଦିନ ଶାସନ କରିବାର ରେକର୍ଡ ରହିଛି । ତାଙ୍କର ୯୬ ବର୍ଷ ବୟସରେ ପରଲୋକ ପରେ ଆଜିଠୁ ତାଙ୍କ ପୁଅ ୭୩ ବର୍ଷିୟ ପ୍ରିନ୍ସ ଚାର୍ଲ୍ସ ଦାୟିତ୍ୱ ଭାର ସମ୍ଭାଳିବେ । ନୂଆ ରାଜା ଭାବେ ଅଭିଶିକ୍ତ ହେବା ପରେ ସେ ଚାର୍ଲ୍ସ ତୃତୀୟ ଭାବେ ପରିଚୟ ପାଇଛନ୍ତି । ବର୍ତ୍ତମାନ ଚାର୍ଲ୍ସ ରାଜକୀୟ ପ୍ରଥା ଅନୁସାରେ ବିନା ପାର୍ସପୋର୍ଟରେ ବିଦେଶ ଯାତ୍ରା କରିପାରିବେ । କାରଣ ତାଙ୍କ ନାମରେ ହିଁ ପାସପୋର୍ଟ ତିଆରି ହୋଇଥାଏ । ସେହିପରି ସେ ବିନା ଲାଇସେନ୍ସରେ ଗାଡି ଚଲାଇପାରିବେ । ଯେଉଁ ପ୍ରଥା କେବଳ ବ୍ରିଟେନରେ ହିଁ ରହିଛି ।

ଅନ୍ୟପଟେ ଯଦି ଦେଖିବା ପ୍ରିନ୍ସ ଚାର୍ଲ୍ସ ପୂର୍ବରୁ ଅନେକ ଘଟଣାକୁ ନେଇ ବିବାଦରେ ରହି ଆସିଛନ୍ତି । ସମଗ୍ର ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନଙ୍କ ପରିବାର ଠାରୁ ୨୦୧୩ ମସିହାରେ ଚାର୍ଲ୍ସ ନିଜ ଦ୍ୱାରା ତିଆରି ହୋଇଥିବା ଟ୍ରଷ୍ଟ ଜରିଆରେ ଦାନ ସ୍ୱୀକାର କରିଥିଲେ । ଖାଲି ଏତିକି ନୁହେଁ, ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚାର୍ଲ୍ସ ନିଜର ଚ୍ୟାରିଟେବୁଲ ଟ୍ରଷ୍ଟ ନାଁରେ ଧନୀ ଲୋକଙ୍କଠାରୁୂ ପଇସା ନେଇ ନାଇଟହୁଡ ସମ୍ମାନ ଓ ନାଗରିକତା ପ୍ରଦାନ କରିଥିବା ଅଭିଯୋଗ ରହିଛି । ଏହାସହ ଅନେକ ମହିଳାଙ୍କ ସହ ସମ୍ପର୍କକୁ ନେଇ ପୂର୍ବରୁ ସେ ବହୁ ବିବାଦରେ ରହିଆସିଛନ୍ତି । ୧୬୨୫ରୁ ୧୬୪୯ ଯାଏ ଚାଲର୍ସ ପ୍ରଥମ ବ୍ରିଟେର ରାଜା ହୋଇଥିଲେ । ପରେ ବ୍ରିଟେନରେ ଗୃହଯୁଦ୍ଧ ପାଇଁ ସେ ଫାଶୀଦଣ୍ଡରେ ସେ ଦଣ୍ଡିତ ହୋଇଥିଲେ । ଏହା ପରେ ତାଙ୍କ ପୁଅ ଚାର୍ଲ୍ସ ଦ୍ୱିତୀୟ ରାଜା ହୋଇଥିଲେ । ଏହା ପରେ ଦୀର୍ଘ ବର୍ଷ ପରେ ପୁଣି ବ୍ରିଟେନରେ ରାଜାଙ୍କ ଶାସନ ଆରମ୍ଭ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *