କରୋନା ପରେ ପୋଲିଓର ନୂଆ ଭାଇରସ: ଜାରି ହେଲା ଜରୁରୀକାଳୀନ ପରିସ୍ଥିତି

FILE PHOTO

ନୂଆଦିଲ୍ଲୀ(ଦ କୁଇଭର): କରୋନାର କାୟା ସମଗ୍ର ବିଶ୍ୱରେ ଦୀର୍ଘ ସମୟ ଧରି ରହିଲା । ତଥାପି ବିଶ୍ୱର ଅନେକ ସ୍ଥାନରେ ଏହାର କାୟା ଥମି ନାହିଁ । କେତେକ ସ୍ଥାନରେ ସତର୍କତା ଅବଲମ୍ବନ କରାଯାଉଛି । ଏହି ସମୟରେ ଆମେରିକାର ନ୍ୟୁୟର୍କରୁ ଏକ ଆଶ୍ଚର୍ୟ୍ୟଜନକ ମାମଲା ସାମ୍ନାକୁ ଆସିଛି। ପୋଲିଓର ଏକନୂତନ ଭାଇରସ ଚିହ୍ନଟ ହେବା ନେଇ ସୂଚନାମିଳିଛି । ଅନୁସନ୍ଧାନ ପରେ ନ୍ୟୁୟର୍କ ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।

ବାସ୍ତବରେ, ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ନ୍ୟୁୟର୍କରେ ମଇଳା ପାଣିରେ ପୋଲିଓ ଭୁତାଣୁ ମିଳିବା ପରେ ରାଜ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଟୀକାକରଣ ହାର ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି। ପୋଲିଓ ଟୀକାକରଣ ହାର ରାଜ୍ୟର କେତେକ ସ୍ଥାନରେ ବହୁତ କମ୍ ଅଟେ। ଏହା ସହିତ ପୋଲିଓ ରୋଗୀଙ୍କ ଯତ୍ନ ନେଉଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ପୋଲିଓ ଭାଇରସ୍ ର ନମୁନା ଏବଂ ବୁଷ୍ଟର ଡୋଜ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆଶ୍ଚର୍ୟ୍ୟର କଥା, ମିଡିଆ ରିପୋର୍ଟ ଅନୁଯାୟୀ, ନ୍ୟୁୟର୍କର ଲଙ୍ଗ ଦ୍ୱୀପର ନାସାଉ ଜିଲ୍ଲାର ଏକ ଡ୍ରେନ୍ ପାଣିରେ ଏହି ପୋଲିଓ ଭାଇରସ୍ ଦେଖିବାକୁ ମିଳିଛି। ଯଦିଓ ଏହି ଜୀବାଣୁ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଆସିଛି ନା ନାହିଁ, ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ, ପୋଲିଓ ଭାଇରାସରେ ସବୁଠୁ ଅଧିକ ଶିଶୁ ପ୍ରଭାବିତ ହେଉଛନ୍ତି । ଭ୍ୟାକ୍ସିନ ସାହାଯ୍ୟରେ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ପୋଲିଓ ଜୀବାଣୁ ଏହି ରୋଗ ଅତ୍ୟନ୍ତ ମାରାତ୍ମକ ହୋଇପାରେ। ଯଦି ବର୍ତ୍ତମାନ ଅବହେଳା କରାଯାଏ, ତେବେ ଆଗାମୀ ଦିନରେ ଏହା ମଧ୍ୟ ସମ୍ଭବ ଯେ ଲୋକମାନେ ମଧ୍ୟ ମରିପାରନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ପୋଲିଓ ଭାଇରାସରେ ସବୁଠୁ ଅଧିକ ଶିଶୁ ପ୍ରଭାବିତ ହେଉଛନ୍ତି । ଭ୍ୟାକ୍ସିନ ସାହାଯ୍ୟରେ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ । ବର୍ତ୍ତମାନ ନ୍ୟୁୟର୍କ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଯଦିଓ ଏପର୍ୟ୍ୟନ୍ତ କେବଳ ଗୋଟିଏ ମାମଲା ପଞ୍ଜୀକୃତ ହୋଇଛି, ତଥାପି ଏହି ଦିଗରେ କାର୍ୟ୍ୟ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *