ଆପ୍କୁ ଡରୁ ଛି କି ବିଜେପି ?

FILE PHOTO

ଅହମଦାବାଦ୍ (ଦ କୁଇଭର): ଆପ୍କୁ ଡରୁ ଛି କି ବିଜେପି ? ଆପର ଲୋକପ୍ରିୟତାକୁ ଦେଖି ଭୟଭୀତ ହେଉଯାଉଛନ୍ତି କି ବିଜେପି ନେତା ? ବିଜେପି ଜାଣି ସାରିଲାଣି କି ଆପ୍ ହିଁ ଏକ ମାତ୍ର ଦଳ ଯିଏ ବିଜେପିକୁ ସାମ୍ନା କରିପାରିବ । ସେଥିପାଇଁ ଆପ୍ର ରାସ୍ତାକୁ ପ୍ରତିରୋଧ କରିବା ପାଇଁ ବିଜେପି ଉଦ୍ୟମ କରୁନାହିଁ ତ? ବିଭିନ୍ନ ଅଭିଯୋଗ ଆପ୍ ବିରୋଧରେ ଆଣୁନାହିଁ ତ? ଏହି ପ୍ରଶ୍ନ ଏବେ ବୁଦ୍ଧିଜୀବିଙ୍କ ମହଲରେ ଜୋର ଧରିଲାଣି । ଦିଲ୍ଲୀରୁ ଆରମ୍ଭ ହୋଇଥିବା ଆପ୍ ଶାସନ ପଞ୍ଜାବ, ଆରୁଣାଞ୍ଚାଳପ୍ରଦେଶ ଓ ଏବେ ଗୁଜୁରାଟ ଆଡକୁ ମୁହାଁଇଲାଣି । ସବୁଠି ଆପକୁ ମିଳୁଛି ବେଶ୍ ଜନସମର୍ଥନ । ତାର ନଜିର ଆପ୍ ର ପଦଧ୍ୱନିକୁ ଦେଖିଲେ ଜଣାପଡ଼ୁଛି ।

ଦିଲ୍ଲୀରେ ଦୁଇ ଦୁଇ ଥର ସରକାର ଗଢିଲାଣି ଆପ୍ । ବିଜେପି ଦୁଇ ଦୁଇ ଥର ବିରୋଧ କରିଛି । ଦୁଇ ଦୁଇ ଥର ବିଜେପି କେନ୍ଦ୍ରରେ ସରକାର କଲାଣି କିନ୍ତୁ ଦିଲ୍ଲୀ ଦଖଲ କରିପାରୁନି । ଆଉ ଦିଲ୍ଲୀକୁ ଲାଗି ରହିଛି ପଞ୍ଜାବ । ପଞ୍ଜାବରେ ବି ବିଜେପିକୁ ପୁରାଇ ଦେଲାନି ଆପ୍ । ଏବେ ପଞ୍ଜାବକୁ ଲାଗିଥିବା ଅରୁଣାଞ୍ଚଳପ୍ରଦେଶରେ ଚାଲିଛି ଘମାଘୋଟ ଲଢେଇ । ଏଠି ବିଜେପିକୁ ଟକ୍କର ଦେଉଛି ଆପ୍ । କାଳେ ଆପ୍ ସେଠି ସରକାର ବି ଗଢିପାରେ ଏମିତି ଆକଳନ ବି କରାଯାଉଛି । ରାଜନୈତିକ ପକ୍ଷବେକ୍ଷ୍ୟକ ଏଭଳି ଆକଳନ କରୁଛନ୍ତି । ଏବେ ଆପ୍ ଗୁଜୁରାଟରେ ପଶିଗଲାଣି । ଗୁଜୁରାଟରେ ଆପ୍ର ଜନପ୍ରିୟତା ଗୋଟିଏ ଘଟଣାରୁ ପ୍ରମାଣିତ ହୋଇଛି । କେଜ୍ରିୱାଲ ଗୁଜୁରାଟର ଅହମ୍ମଦାବାଦ ଗ୍ରସ୍ତରେ ଯାଇଥିଲେ । ସେଠି ତାଙ୍କୁ ଅଟୋ ସଙ୍ଘ ସ୍ୱାଗତ କରିଥିଲେ ଓ ଜଣେ ଅଟୋ ଚାଳକ ତାଙ୍କୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । କିନ୍ତୁ କେଜ୍ରିୱାଲଙ୍କ ସର୍ତ୍ତ ଥିଲା, ତୁମ ଅଟୋରେ ମୁଁ ଯିବି । ଏହା ହୁଏତ କେଜ୍ରିୱାଲ ନିଜର ପବ୍ଲିସିଟି ପାଇଁ କିମ୍ବା ରାଜନୈତିକ ଉଦ୍ଦେଶ ରଖି କରିଥାଇପାରନ୍ତି । କିନ୍ତୁ ସେ ଅଟୋରେ ହିଁ ଯାଇଥିଲେ । ଆଉ ଏହା ତାଙ୍କ ଜନସମର୍ଥନକୁ ଆରୁରି ବଢାଇ ଦେଇଥିଲା ।

ଏହାକୁ ପ୍ରତିରୋଧ କରିବା ପାଇଁ ଗୁଜରାଟ ପୋଲିସ ତାଙ୍କୁ ଅଟକାଇଥିଲା । ଆଉ ପ୍ରୋଟୋକଲ ବାହାନାରେ ତାଙ୍କୁ ଆଗକୁ ଯିବାକୁ ଦେଇନଥିଲା । ସେତେବେଳେ କେଜ୍ରିୱାଲଙ୍କ ପ୍ରଶ୍ନ ବାଣରେ କେବଳ ଗୁଜୁରାଟ ପୋଲିସ ନୁହେଁ, ଗୁଜୁରାଟ ସରକାର ମଧ୍ୟ କ୍ଷତାକ୍ତ ହୋଇଯାଇଥିଲେ । ଆଉ ସେ ସ୍ପଷ୍ଟ ପଚାରିଥିଲେ, ସମ୍ବିଧାନର ବିଧିବ୍ୟବସ୍ଥା ଭିତରେ ରହି ଜଣେ ଜନପ୍ରତିନିଧି ଜନତାଙ୍କ ପାଖକୁ ଯିବାକୁ ଆଇନ ଅଟକାଇବ କି? ଏହି ପ୍ରଶ୍ନ ଏବେ ସାରା ଭାରତରେ ଭାଇରାଲ ହେଉଛି । ଜନପ୍ରତିନିଧି ଜନତାଙ୍କ ପାଖକୁ ଯାଇପାରିବେ । ଯେଉଁ ଜନପ୍ରତିନିଧି ମାନେ ଜନତାଙ୍କ ପାଖକୁ ଯାଉନାହାନ୍ତି, ସେମାନେ କ’ଣ ଜାଣିବେ ଜନତାଙ୍କ ମହତ୍ୱ । ଏ ପ୍ରଶ୍ନ ଜନସାଧାରଣଙ୍କ ଦ୍ୱାରା ବେଶ୍ ଆଦୃତି ହୋଇଛି । କେଜ୍ରିୱାଲଙ୍କ ଏହି ରଣନୀତି ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି । ଦିଲ୍ଲୀରେ ଆପର ଯେଉଁ ବିକାଶର ମଡେଲ, କେନ୍ଦ୍ର ଉପରେ ପ୍ରଶ୍ନ ଉଠାଇଲାଣି । ସେ ସ୍କୁଲ ହେଉ ବା ମହଲ୍ଲା କ୍ଲିନିକ୍ । ବା ରାସ୍ତାଘାଟର ଉନ୍ନତିକରଣ ହେଉ । ଦିଲ୍ଲୀ ସବୁବେଳେ ଭିନ୍ନତା ଦେଖାଇଆସିଛି । ତାକୁ ନେଇ ବିଭିନ୍ନ ପ୍ରକାର ଚଢାଉ କରିବା, ଇଡ଼ି, ସିବିଆଇ ଦ୍ୱାରା ରେଡ କରିବା ଓ ତା ପରେ କିଛି ନ ପାଇବା ଆପ୍କୁ ଯେତିକି ଜନାଦୃତ କରିଛି, ବିଜେପିକୁ ସେତିକି ନିନ୍ଦିତ କରୁଛି ।

ଆପର ବିଧାୟମମାନଙ୍କୁ ଲୋଭନୀୟ ଅଫର ଦେବା, ଆପ୍ ନାଁରେ ମିଛ କଥା କହିବା ଦ୍ୱାରା ବିଜେପି ଯେ, ଆପକୁ ଡରୁଛି, ତାହା ସ୍ପଷ୍ଟ ହୋଇଯାଇଛି । ଆଉ ବିଜେପିର ଡର ହିଁ ଆପକୁ ଅଧିକ ଲୋକାଭିମୁଖୀ କରୁଛି । ଦେଖିବା ଏହି ପ୍ରକ୍ରିୟାରେ ବିଜେପି ଆପକୁ ରୋକିବାରେ ସକ୍ଷମ ହେବ ନା ଆପ୍ ବିଜେପିକୁ ପଛରେ ପକାଇ ଆଗକୁ ବାହାରି ଯିବ । ତାହା ଆସନ୍ତା ୨୦୨୪ ନିର୍ବାଚନରେ ଚିତ୍ର ସ୍ପଷ୍ଟ ହୋଇଯିବ ।

Leave a Reply

Your email address will not be published. Required fields are marked *