ପୁରୀ ଗୋବର୍ଦ୍ଧନ ପୀଠ: ପରବର୍ତ୍ତୀ ଶଙ୍କରାଚାର୍ଯ୍ୟ କିଏ?

ପୁରୀ (ଦ କୁଇଭର): ପୁରୀ ଗୋବର୍ଦ୍ଧନ ମଠର ପରବର୍ତ୍ତୀ ଶଙ୍କରାଚାର୍ଯ୍ୟ କିଏ? କାହାକୁ ମିଳିବ ଏହି ଗାଦି? କିଏ ପୁଣି ହିନ୍ଦୁମାନଙ୍କର ଧର୍ମଗୁରୁ ହୋଇ ମାର୍ଗଦର୍ଶନ କରିବେ? କିଏ ବର୍ତ୍ତମାନର ଶଙ୍କରାଚାର୍ଯ୍ୟଙ୍କ ଉତ୍ତରାଧିକାରୀ ହେବ? ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ହେବା ପାଇଁ କ’ଣ କେହି ଯୋଗ୍ୟ ଓଡ଼ିଆ ସନ୍ଥ ନାହାନ୍ତି? ନା ପୁଣି ବିହାର, ଉତ୍ତରପ୍ରଦେଶରୁ ଆସିବେ । ଏମିତି ଅନେକ ପ୍ରଶ୍ନ ଏବେ ଆସିଲାଣି । ବର୍ତ୍ତମାନର ଗାଦିସୀନ ନିଶ୍ଚଳାନନନ୍ଦ ସରସ୍ୱତୀଙ୍କର ବୟସ ପ୍ରାୟ ୮୦ ହେଲାଣି । ବାର୍ଦ୍ଧକ୍ୟର ଚରମ ସୀମା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଶାରୀରକି ଅସୁସ୍ତତା ମଧ୍ୟ ତାଙ୍କର ରହୁଛି । ୧୪୫ ଜଣ ଶଙ୍କରାଚାର୍ଯ୍ୟଙ୍କ ମଧ୍ୟରେ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଦ୍ୱିତୀୟ ଶଙ୍କରାଚାର୍ଯ୍ୟ ସମୟ ଅତିକ୍ରମ କଲେଣି ।

୧୯୯୨ ମସିହା ଫେବୃଆରୀ ମାସ ୯ ତାରିଖରେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଇତି ମଧ୍ୟରେ ସେ ୩୦ ବର୍ଷ ଧରି ଗାଦିସୀନ ଅଛନ୍ତି । ଏତେ ଦୀର୍ଘ ସମୟ ଧରି ଶଙ୍କରାଚାର୍ଯ୍ୟ ଗାଦିରେ ରହିବାରେ ୧୪୩ ତମ ଶଙ୍କରାଚାର୍ଯ୍ୟ ଅନନ୍ତ ଶ୍ରୀ ଭାରତ କ୍ରୀଷ୍ଣତୀର୍ଥ ଶଙ୍କରାଚାର୍ଯ୍ୟ ଦାୟିତ୍ୱ ନିର୍ବାହ କରିଥିଲେ । ସେ ଏହି ଗାଦିରେ ୩୪ ବର୍ଷ ଧରି ବସିଥିଲେ । ଏହାବ୍ୟତିତ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପରେ ଆଉ କେହି ଦୀର୍ଘ ସମୟ ଧରି ଗାଦିସୀନ ହୋଇନାହାନ୍ତି । ଏବେ ଶାରୀରିକ ଅସୁସ୍ଥତା ଓ ଦୀର୍ଘ ସମୟ ଧରି ଅସୁସ୍ଥତା ରହିବା ପରେ ଏବେ ପରବର୍ତ୍ତୀ ଶଙ୍କରାଚାର୍ଯ୍ୟ କିଏ ହେବ, ସେନେଇ ପ୍ରଶ୍ନ ଉଠିଲାଣି ।

ଶଙ୍କରାଚାର୍ଯ୍ୟ ହିନ୍ଦୁମାନଙ୍କର ଧର୍ମଗୁରୁ । ଧାର୍ମିକ ସଙ୍କଟ ସମୟରେ ସେ ହିଁ ମାର୍ଗ ଦର୍ଶନ କରିଥାନ୍ତି । ଏହା ଏକ ପୂଜ୍ୟ ପଦବୀ । ହିନ୍ଦୁ ଧର୍ମରେ ସର୍ବମାନ୍ୟ ହେଉଛନ୍ତି ଶଙ୍କରାଚାର୍ଯ୍ୟ । ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କୁ ଯଦି ଦେଖିବା, ତେବେ ଗଜପତି ମହାରାଜା ମଧ୍ୟ ତାଙ୍କ ଆଗରେ ନତମସ୍ତକ ହୁଅନ୍ତି । ଏପରି ଏକ ପୀଠରେ ପରବର୍ତ୍ତୀ ଶଙ୍କରାଚାର୍ଯ୍ୟ ବାଛିବାରେ ବେଶ୍ ସତର୍କତା ଅବଲମ୍ବନ କରାଯିବା କଥା । ଚୟନ ବା ନିର୍ଦ୍ଧାରଣ ନାଁରେ ଶଙ୍କରାଚାର୍ଯ୍ୟଙ୍କୁ ବାହାରୁ ଆଣି ନ ବସାଇ ବାସ୍ତବବାଦୀ ସନ୍ଥ ଚୟନ ହେବା କଥା । ପୁରୀ ଗୋବର୍ଦ୍ଧନ ପୀଠର କିଏ ପରବର୍ତ୍ତୀ ଶଙ୍କରାଚାର୍ଯ୍ୟ ହେବ ସେନେଇ ଲୋକମାନଙ୍କର ମତାମତ ମାଗୁଛି ଦ କୁଇଭର । ଯେ ବାସ୍ତବରେ କିଏ ପରବର୍ତ୍ତୀ ଓଡ଼ିଶାରୁ କେହି ଶଙ୍କରାଚାର୍ଯ୍ୟ ହେବା ପାଇଁ ଦକ୍ଷ ଅଛନ୍ତି କି? ଏ ସମ୍ପର୍କରେ ଆପଣମାନେ ଆମ ମେଲ୍ ଓ ହ୍ୱାଟସଆପ୍ ମାଧ୍ୟମରେ ଜଣାଇପାରିବ ।

Leave a Reply

Your email address will not be published. Required fields are marked *