Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଲଣ୍ଡନ ଯିବେ ରାଷ୍ଟ୍ରପତି

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ଲଣ୍ଡନ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଣୀ ଏଲିଜାବେଥଙ୍କ ଶେଷ ଗସ୍ତରେ ଯୋଗଦେବେ ରାଷ୍ଟ୍ରପତି । ଆସନ୍ତା ୧୭ରୁ ୧୯ ପର୍ଯ୍ୟନ୍ତ ବିଦେଶ ଗ୍ରସ୍ତରେ ରହିବେ ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ସୂଚନାନୁସାରେ ସେପ୍ଟେମ୍ବର ୧୯ ରେ ଲଣ୍ଡନରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ପ୍ରତିନିଧିତ୍ୱ କରିବେ ଏବଂ ସମବେଦନା ଜଣାଇବାକୁ ଉପସ୍ଥିତ ରହିବେ।

ସୂଚନାନୁସାରେ ୮ ସେପ୍ଟେମ୍ବରରେ, ରାଣୀ ଏଲିଜାବେଥ୍ ଦ୍ୱିତୀୟ, ବ୍ରିଟିଶରାଜ ଇତିହାସରେ ଦୀର୍ଘତମ ରାଜତ୍ୱ କରୁଥିବା ରାଣୀଙ୍କର ୯୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁରେ ସମଗ୍ର ବିଶ୍ୱର ବରିଷ୍ଠ ନେତାମାନେ ଶୋକପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି। ରାଣୀ ଏଲିଜାବେଥଙ୍କ ମୃତ୍ୟୁକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମବେଦନା ଜଣାଇଛନ୍ତି। ରାଣୀ ଏଲିଜାବେଥଙ୍କ ସମ୍ମାନାର୍ଥେ ଭାରତ ସରକାର ମଧ୍ୟ ୧୧ ସେପ୍ଟେମ୍ବରରେ ଜାତୀୟ ଶୋକ ଦିବସ ଘୋଷଣା କରିଥିଲେ।

ବୈଦେଶିକ ମନ୍ତ୍ରଣାଳୟ ବୁଧବାର ସୂଚନା ଦେଇଛି ଯେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ୧୯ ସେପ୍ଟେମ୍ବରରେ କରାଯିବ। ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ପ୍ରତିନିଧିତ୍ୱ ଭାବରେ ୧୭ ରୁ ୧୯ ସେପ୍ଟେମ୍ବର ମଧ୍ୟରେ ବ୍ରିଟେନ ଗସ୍ତରେ ରହିବେ । ଏହି ସମୟରେ ସେ ଅନ୍ତିମ ସଂସ୍କାର କାର୍ୟ୍ୟକ୍ରମରେ ଯୋଗଦେବେ।

Exit mobile version