ଆନ୍ତର୍ଜାତିକ ମଞ୍ଚରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉଡିଲା ମଜାକ୍ : ହସିଦେଲେ ପୁଟିନ୍

FILE PHOTO

ନୂଆଦିଲ୍ଲୀ (ଦ କୁଇଭର)ସାଂଘାଇ କୋପୋର୍ସନ ଅର୍ଗାନାଇଜେନ ବା ଏସସିଓ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜବେକିସ୍ତାନର ସମରକନ୍ଦରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମରକନ୍ଦରେ ପହଞ୍ଚି ସାରିଛନ୍ତି। ଏହି ସମ୍ମିଳନୀରେ ଶାହାବାଜ ସରିଫ ଏବଂ ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହୋଇଥିଲା। ଏହି ସମୟରେ, ଏପରି କିଛି ଘଟିଥିଲା ଯାହାକୁ ଦେଖି ପୁଟିନ ହସି ପକାଇଥିଲେ। ଆଉ ଶାହବାଜ ସରିଫ ପୁଟିନଙ୍କୁ ସାହାଯ୍ୟ ମାଗିଥିଲେ।

ଏହା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହେଉଛନ୍ତି । ଏହି ଭିଡିଓକୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମଧ୍ୟ ସେୟାର କରିଛି। ଭିଡିଓ ସେୟାର କରି ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ଲେଖିଛି, ଆମେ କିଏ? ଆମ ଦେଶ ପାଇଁ ଅପମାନ ଆଣିବା ଆମର ଲକ୍ଷ୍ୟ କି? ସେହିପରି ଅନ୍ୟାନ୍ୟ ୟୁଜର ଏହାକୁ ମଜାଳିଆ ଶୈଳୀନରେ ନିଜ ନିଜର ମତ ରଖିଛନ୍ତି।

https://twitter.com/KhaleejMag/status/1570383362388529152?s=20&t=Kx9RWxwLSkRPer-9bdptbA

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁଇ ନେତା ଆଲୋଚନା କରିବା ପୂର୍ବରୁ ଉଭୟ ପୁଟିନ ଏବଂ ସରିଫ ଜଣେ ଅନୁବାଦକଙ୍କ ଆବଶ୍ୟକ କରୁଥିଲେ। ଏଭଳି ପରିସ୍ଥିତିରେ ତାଙ୍କୁ କାନରେ ହେଡଫୋନ୍ ଲଗାଇବାର ଥିଲା। ଉଭୟ ଚେୟାରରେ ବସିଥିଲେ। ପୁଟିନ ତାଙ୍କ କାନରେ ହେଡଫୋନ୍ ଲଗାଇଥିଲେ। କିନ୍ତୁ ଶାହବାଜ ସରିଫ ଅନୁବାଦକ ଯୋଗାଡ କରିବାରେ ଏବଂ ହେଡଫୋନ୍ ଲଗାଇବାରେ ଅସମର୍ଥ ହୋଇଥିଲେ। ପ୍ରଥମେ ସେ ଗୋଟିଏ କାନରେ ହେଡଫୋନ୍ ଲଗାଇବାକୁ ଚେଷ୍ଟା କଲେ କିନ୍ତୁ ହୋଇପାରିନଥିଲା। ତା’ପରେ ସେ ଏହାକୁ ଅନ୍ୟ କାନରେ ରଖିବାକୁ ଚେଷ୍ଟା କରିବା ଆରମ୍ଭ କରିଥିଲେ। ଶେଷରେ ତାଙ୍କୁ ସାହାଯ୍ୟ ମାଗିବାକୁ ପଡିଥିଲା। ଜଣେ ଅଧିକାରୀ ସରିଫଙ୍କ ନିକଟକୁ ଆସି ହେଡଫୋନକୁ ତାଙ୍କ କାନରେ ରଖିଥିଲେ। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ କରିଛିଜ୍ଝ

Leave a Reply

Your email address will not be published. Required fields are marked *