Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପ୍ରେତାତ୍ମା କହୁଛି…

ବାଲିଆପାଳ (ଦ କୁଇଭର): ପ୍ରେତାତ୍ମା କହୁଛି ମୃତ୍ୟୁର ରହସ୍ୟ । ବଖାଣୁଛି ମରିବା ପଛର ରାଜ୍ । ମୁଁ ମରିନି । ମତେ ହତ୍ୟା କରାଯାଇଛି । ହାତ ଗୋଡ ବାନ୍ଧି ତଣ୍ଟି ଚିପି ମାରିଦିଆ ଯାଇଛି । ଏହି କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ଆଉ ମନରେ ପ୍ରଶ୍ନ ଉଠୁଥିବ ଆଜିର ଡିଜିଟାଲ ଯୁଗରେ କ’ଣ ପ୍ରେତାତ୍ମା ଅଛନ୍ତି । ଏବେ ବି ଅନ୍ଧବିଶ୍ୱାସକୁ ବିଶ୍ୱାସ ହେଉଛି ନା ଅବିଶ୍ୱାସ ? ବିଜ୍ଞାନ ଯୁଗରେ କ’ଣ ସତରେ ଏହି ଭୂତଙ୍କ ଅସ୍ତିତ୍ବ ଅଛି ? ଆସନ୍ତୁ ଦେଖିବା ଏହି ରିପୋର୍ଟ ।

ମଣିଷ ମରିଗଲେ ପ୍ରେତାତ୍ମା ହୋଇଯାଏ ଆଉ ନିର୍ଜନସ୍ଥାନ ବା ନିଛାଟିଆ ରାତିରେ ବାହାରେ, ଏହାକୁ ଆଈ ମା’ କାହାଣି ବୋଲି କୁହାଯାଏ । ଛୋଟବେଳେ ପ୍ରାୟତଃ ବୈଜଷ୍ଠ ମାନେ ଏଭଳି କାହାଣି ଶୁଣାଇଥାନ୍ତି । ସେତେବେଳେ ଏହି କାହାଣି ସତ ବୋଲି ସେମାନେ କହିଦିଅନ୍ତି । ଆଉ ଏହି କାହାଣି ଶୁଣିବାବେଳେ ଯେତିକି ଭୟ ଲାଗେ ସେତିକି ଆଶ୍ଚର୍ଯ୍ୟ ବି ଲାଗେ । ହେଲେ ଆଜିର ଏହି ବିଜ୍ଞାନ ଯୁଗରେ ଏଭଳି କାହାଣି କୁ ଆନ୍ଧ ବିଶ୍ୱାସ ବୋଲି କୁହାଯାଉଛି । ଭୂତ ବୋଲି କିଛି ନାହିଁ ? ପ୍ରେତାତ୍ମା ବୋଲି କିଛି ନାହିଁ । ଏହା କେବଳ ଲୋକଙ୍କ ପରିକଳ୍ପନା ବୋଲି ବିଜ୍ଞାନ ଯୁଗରେ ମତ ଦିଆଯାଉଛି । କିନ୍ତୁ ଆଜି ବି ଗାଁ ଗହଳିରେ ପ୍ରେତାତ୍ମା ଉପରେ ଲୋକମାନଙ୍କ ବିଶ୍ୱାସ ରହିଛି ଆଉ ପ୍ରେତାତ୍ମା ଘଟଣାକୁ ସେମାନେ ଗ୍ରହଣ ବି କରୁଛନ୍ତି । ଏପରି ଏକ ଘଟଣା ଏବେ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତି ଗ୍ରାମପଞ୍ଚାୟତ ବଢାପାଳ ଗ୍ରାମରେ ।

ଜଣେ ଯୁବତୀଙ୍କ ଦେହରେ ମୃତ ଶକୁନ୍ତଳାଙ୍କ ଆତ୍ମା । ଆଉ ସେହି ପ୍ରେତାତ୍ମା କହୁଛି ମୃତ୍ୟୁର ରହସ୍ୟ । ବଖାଣୁଛି ତାକୁ କେମିତି ଆଉ କିଏ ମାରିଲେ । କାନ୍ଦି କାନ୍ଦି କହିବା ସହ ବେହୋସ ହୋଇଯାଉଛନ୍ତି ଯୁବତୀ । ତ ଆଉ କେତେବେଳେ ହସି ହସି କହୁଛି ତାର ଡେଥ୍ ଷ୍ଟୋରୀ ।
ମୁଁ ମରିନି ମତେ ମାରି ଦେଇଛନ୍ତି । ମୋର ନା ଶକୁନ୍ତଳା ବାରିକ୍ । ମୋ ସାନ ଭାଇନା ନା ତପନ ବାରିକ୍, ମୋର ବଡ ଭାଇ ନା କମଳା । ଏପ୍ରିଲ ୨ ତାରିଖ ୨୦୨୨ରେ ଏମାନେ ସବୁ ମିଶି ମତେ ମାରିଦେଲେ । ମୁଁ ପାଠ ପଢିଥାନ୍ତି, ହେଲେ ମୋତେ ପଢିବାକୁ ଦେଲେନି । ମୁଁ ଜଣଙ୍କୁ ଭଲ ପାଉଥିଲି ତାହା ବି କରିବା ପାଇଁ ଦେଲେ ନି । ମୋ ସାନ ଭାଇ ମୋ ମୁହଁରେ ତକିଆ ଦେଇଦେଲା । ଆଉ ମୋ ବୋଉ ମୋ ତଣ୍ଟି ଚିପି ଦେଲା । ଆଉ ମୋ ବଡ ଭାଇ ଚୁଟିକୁ ଧରି କାନ୍ଥରେ ପିଟି ଚାଲିଲା । ତଥାପି ମୁଁ ମରି ନ ଥିଲି । ତାପରେ ଖଟ ଉପରେ ମୋ ହାତ ଆଙ୍ଗୁଠିକୁ ଭାଙ୍ଗି ଦେଲେ । ଆଉ ମତେ ମାରିଦେଇ ମଶାଣିରେ ପୋଡି ଦେଲେ ।

କିଛି ଏଭଳି ଡେଥ ଷ୍ଟୋରି କହୁଛି ଆତ୍ମା । ଆଧୁନିକ ଯୁଗରେ ଘଟଣାଟି ସଂମୂର୍ଣ୍ଣ ତ କି ମିଛି ଆମେ ଜାଣିନୁ । ହେଲେ ସତ ହେଉ କି ମିଛ ବିଶ୍ୱାସ ହେଉ କି ଅନ୍ଧ ବିଶ୍ୱାସ । ଯଦି ଏହି ମାମଲା ତଦନ୍ତ କରାଯାଏ ପୂରା ଘଟଣାଟିର ସତ ସାମ୍ନା ଙ୍କୁ ଖୁବ୍ ଶ୍ରୀଘ୍ର ଆସିବ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Exit mobile version