Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଲାଇନଚ୍ୟୁତ ଜନଶତାଦ୍ଦୀ ଏକ୍ସପ୍ରେସ

ଭଦ୍ରକ (ଦ କୁଇଭର): ହାୱାଡାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଜନଶତାଦ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ । ଭଦ୍ରକ ଷ୍ଟେସନ ନିକଟରେ ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ଡଗରାସାହି ଲେବଲକ୍ରସିଂ ନିକଟରେ ଗୋଟିଏ ବଗି ଲାଇନଚ୍ୟୁତ । ତେବେ ଲାଇନଚ୍ୟୁତ ର କାରଣ ଅସ୍ପଷ୍ଟ ରହିଛି । ଅନ୍ୟପଟେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

ଟ୍ରେନ୍ର ଗୋଟିଏ ବଗି ଟ୍ରାକ୍ରୁ ବାହାରି ଯାଇଛି। ଟ୍ରେନ୍ରେ ଥିବା ଯାତ୍ରାମାନଙ୍କ କହିବା କଥା ହଠାତ ଟ୍ରେନ୍ଟି ଭଦ୍ରକ ଷ୍ଟେସନ ଭିତରକୁ ପସିବା ପୂର୍ବରୁ ରହିଯାଇଥିଲା । ଯାତ୍ରୀମାନେ ବାହାରି ଦେଖିବା ପରେ ଗୋଟିଏ ବଗି ଟ୍ରେନରୁ ବାହାରି ଯାଇଥିବା ଦେଖିଥିଲେ। ଗୋଟିଏ ଷଣ୍ଢକୁ ଧକ୍କା ଫଳରେ ଏପରି ହୋଇଛି। ଷଣ୍ଢଟିର ମୃତ୍ୟୁ ହୋଇଥିବା ବେଳେ ସେ ଟ୍ରେନ୍ ତଳେ ରହିଛି। ବର୍ତ୍ତମାନ ଘଟଣାସ୍ଥଳରେ ରେଳବିଭାଗ ଟିମ୍ ପହଞ୍ଚି ଟ୍ରାକରୁ ଖସିଥିବା ବଗିକୁ ଉଠାଇବାର ବ୍ୟବସ୍ଥା କରୁଛନ୍ତି । ଏଥି ସହିତ ସେହି ରୁଟ୍‌ରେ ଯାତ୍ରା କରିବାକୁ ଥିବା ଅନ୍ୟଟ୍ରେନ୍କୁ ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି ।

Exit mobile version