ସୃଷ୍ଟି ହେଲା ଘୂର୍ଣ୍ଣିବଳୟ !

FILE PHOTO

ଭୁବନେଶ୍ୱର (ଦ କୁଇଭର): ପୁଣି ସୃଷ୍ଟିହେଲା ଘୂର୍ଣ୍ଣିବଳୟ । ରାଜ୍ୟରେ ୨୦ ବେଳକୁ ଲଘୁଚାପ ସମ୍ଭାବନା । ଏ ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ମୌସୁମୀ ନିମ୍ନ-ଚାପ ରେଖା ଆଜି ରାଜସ୍ଥାନ ର ଗଙ୍ଗାନଗର ରୁ ବାହାରି ହିସ୍ସାର, ମିରଟ,ଲକ୍ଷ୍ନୌ, ଗୟା, ପୁରୁଲିଆ ଦେଇ ପଶ୍ଚିମବଙ୍ଗ ର ଦିଘା ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି ।

ପାଣିପାଗ ବିଭାଗର ସୂଚନା ମୁତାବକ, ଆସନ୍ତା ୧୯ ଓ ୨୦ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ୧୮ ଓ ୧୯ ତାରିଖରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା (୭୦ରୁ ୧୧୦ ମିମି) ହେବ ଓ ୨୦ ତାରିଖରୁ ପ୍ରବଳରୁ ଅତିପ୍ରବଳ (୨୦୦ ମିମି ଯାଏଁ) ବର୍ଷିବାର ସମ୍ଭାବନା ରହିଛି । ୧୯ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ପୁରୀ, ଖୋର୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋୱାର୍ଣ୍ଣିଂ ଜାରି ହୋଇଛି। ୨୦ ତାରିଖରୁ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ। କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ ଓ ସୋନପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଧା, କଟକ, ନୟାଗଡ଼, ଢେଙ୍କାନାଳ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ରାୟଗଡ଼ା ଓ ନୂଆପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *