ନବୀନଙ୍କ ଭରଷାରେ ପ୍ରଦୀପ

FILE PHOTO

ଗୋପାଳପୁର (ଦ କୁଇଭର): ବିଜେଡିରେ ସ୍ୱାଧୀନ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କ୍ରେଜ୍ ପୁଣି ବଢୁଛି କି ? ନା ସେ ବିଜେଡିରେ ପଶିବାକୁ ଗଳାବାଟ ଖୋଜୁଛନ୍ତି? ନବୀନଙ୍କୁ ପ୍ରଶଂସା କରି ନିଜ ଭୋଟ୍ ବ୍ୟାଙ୍କ ସୁରକ୍ଷିତ ରଖିବା ପାଇଁ ଏଭଳି ପ୍ରୟାସ କରୁଛନ୍ତି କି? ବିଜେଡିରୁ ବିଦା ହେବା ପରେ ନବୀନଙ୍କୁ ଏତେ ପ୍ରଶଂସା କାହିଁକି? ଭୋଟରଙ୍କ ସାମ୍ନାରେ ନିଜ ଭାବମୂର୍ତ୍ତି ଅକ୍ଷ୍ୟୁର୍ଣ୍ଣ ରଖିବା ପାଇଁ ଏ ଯୋଜନା କି? ଏହି ପ୍ରଶ୍ନ ଏବେ ସାରା ରାଜ୍ୟରେ ଗୁଞ୍ଜରିତ ହେଲାଣି । ଆମେ ଏକଥା ଏଠି ଆଲୋଚନା କରିବା ପାଇଁ ଏଥିପାଇଁ ଉଚିତ୍ ମଣିଲୁ, କାରଣ ନିକଟରେ ନିଜ ନିର୍ବାଚନ ମଣ୍ଡଳିର ବିଭିନ୍ନ ସ୍ଥାନରେ ଜନସମ୍ପର୍କ ପଦଯାତ୍ରା କରୁଛନ୍ତି । ଯଦିଓ ଏହା ବିଜେଡିର ଜନସମ୍ପର୍କ ଯାତ୍ରା ନୁହେଁ, କିନ୍ତୁ ବିଜେଡି ଢାଞ୍ଚାରେ ସେ ତାଙ୍କ ଜନସମ୍ପର୍କ ପଦଯାତ୍ରା ଚଳାଇଛନ୍ତି । ବାଦ ବିବାଦ ବି ହେଉଛି । ଜନସମର୍ଥନ ମିଳୁଛି, ଲୋକାମନେ ଫୁଲମାଳ ପକାଇ ସ୍ୱାଗତ କରୁଛନ୍ତି ତ ଆଉ କେଉଁଠି ବିରୋଧ ହେଉଛି । ଏଭଳି ଭାବରେ ସେ ତାଙ୍କର ରାଜନୈତିକ ଯାତ୍ରା ଚଳାଇଚନ୍ତି । ଏହାରି ଭିତରେ ବିଜେଡିରୁ ସେ ବିଦା ହେବା ପରେ, ସେ କେବେ ନବୀନ ବାବୁଙ୍କ ବିରୁଦ୍ଧରେ ପଦଟିଏ କହିନଥିଲେ କି କହି ବି ନାହାନ୍ତି । କିନ୍ତୁ ମାତ୍ରାଧିକ ପ୍ରଶଂସା ବି କରିନଥିଲେ । ବିଜେଡିରେ ଥିବା ବେଳେ ମଧ୍ୟ ସେ କେବେ ଏତେ ନବୀନଙ୍କ ଗୁଣଗାନ କରିନଥିଲେ, ଯାହା ଗତକାଲି ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କରିଛନ୍ତି ।

ସେ ଯେଉଁଭଳି ଭାବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ, ସେଥିରୁ ଜଣାପଡ଼ୁଥିଲା, ସେ ଏବେ ବି ବିଜେଡିରେ ଅଛନ୍ତି । ବିଜେଡିରେ ଥିବା ବେଳେ ହିଁ ସେ ଏମିତି ନବୀନଙ୍କୁ ପ୍ରଶଂସା କରନ୍ତି । ଏଇ ଯେଉଁ ହଠାତ୍ ଏତେ ପ୍ରଶଂସାର କାରଣ କ’ଣ, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ସ୍ଥାନୀୟ କିଛି ବୁଦ୍ଧିଜୀବୀଙ୍କ କହିବାନୁଯାୟୀ, ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବିଦା ହେବା ପରେ ମଧ୍ୟ ରାଜନୀତିରୁ ଦୂରେଇବେ ନାହିଁ । ସେ ନିର୍ବାଚନ ରାଜନୀତିରେ ରହିବେ ଓ ନିଜ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢିବେ । କେଉଁ ଦଳରୁ ଲଢିବେ , ତାହା ତ ସ୍ପଷ୍ଟ ହୋଇନାହିଁ କିନ୍ତୁ ସେ ତାଙ୍କ ନିଜର ଭୋଟ୍ ବ୍ୟାଙ୍କ ତିଆରି କରିବାକୁ ଲାଗିଛନ୍ତି । ଆଉ ଏହି ଭୋଟ୍ ବ୍ୟାଙ୍କକୁ ବାଧା ଦେଉଛନ୍ତି ନବୀନଙ୍କ ସମର୍ଥକମାନେ । ନବୀନଙ୍କ ପ୍ରତି ତାଙ୍କର ସମର୍ଥନ ଥିବାରୁ ଯେହେତୁ ବିଜେଡିରୁ ତାଙ୍କୁ ବାହାର କରାଯାଇଛି, ତେଣୁ ତାଙ୍କୁ ବିଭିନ୍ନ ସ୍ଥାନରେ ସମର୍ଥନ ମିଳୁନାହିଁ । ସେଥିପାଇଁ ଏଭଳି ନବୀନଙ୍କୁ ପଅଶଂସା କଲେ, ନବୀନଙ୍କ ସମର୍ଥକମାନେ ତାଙ୍କ ସାଙ୍ଗରେ ଯୋଡି ହୋଇ ରହିବେ, ବା ତାଙ୍କୁ ବିରୋଧ କରିବେ ନାହିଁ । ଏଭଳି କିଛି ଆକଳନ ମଧ୍ୟ କରୁଛନ୍ତି ।

ଅନ୍ୟପଟେ ଆଉ କିଛି ଲୋକଙ୍କରା ମତ, ସେ ବିଜେଡିରେ ପଶିବା ପାଇଁ ସୁଯୋଗ ଖୋଜୁଛନ୍ତି । ସେଥିପାଇଁ ସେ ନବୀନଙ୍କୁ ପ୍ରଶଂସା କରୁଛନ୍ତି । କାରଣ ନବୀନଙ୍କୁ ପ୍ରଶଂସା କଲେ ବିଜେଡି ଦ୍ୱାର ତାଙ୍କ ପାଇଁ ଖୋଲିଯାଇପାରେ । ଏହାସହ ବିଜେଡିରେ ମଧ୍ୟ ତାଙ୍କର ଆବଶ୍ୟକତା ଅଛି । ଗଞ୍ଜାମ ଜିଲ୍ଲାରେ ସୂର୍ଯ୍ୟ ପାତ୍ର ଯିବା ପରେ ଆଉ ସେଭଳି ସଙ୍ଗଠନ ସମ୍ଭାଳିବା ଭଳି ଗଞ୍ଜାମ ଜିଲ୍ଲାରେ କେହି ନାହାନ୍ତି । ଏବେ ପର୍ଯ୍ୟନ୍ତ ଲୋକମାନଙ୍କର ଯାହା ଅଭିଯୋଗ, ଅଫିସରମାନେ ହିଁ ବିଜେଡିର ସଙ୍ଗଠନ ସମ୍ଭାଳୁଛନ୍ତି । ତେଣୁ ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ଜଣେ ସଙ୍ଗଠକର ଆବଶ୍ୟକତାକୁ କାଳେ ବିଜେଡି ଅନୁଭବ କଲାଣି । ସେଥିପାଇଁ ପ୍ରଦୀପ ସେ ରାସ୍ତାକୁ ସୁଗମ କରିବା ପାଇଁ ନବୀନଙ୍କୁ ପ୍ରଶଂସା କରୁଛନ୍ତି କି? ସେ ଯାହା ହେଉ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରଶଂସା ଏବେ ସମସ୍ତଙ୍କୁ ପୁଣି ଚିନ୍ତାରେ ପକାଇ ଦେଲାଣି । ସେ ବିଜେଡିକୁ ଆସିବେ ନା ନବୀନଙ୍କ ନାଁ ନେଇ ନିର୍ବାଚନ ଲଢିବେ । ତାହା ସମୟ କହିବ ।

Leave a Reply

Your email address will not be published. Required fields are marked *