Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପରଲୋକରେ ବରିଷ୍ଠ ବିଜେପି ନେତା ବିଷ୍ଣୁ ସେଠୀ

ଭୁବନେଶ୍ୱର: (ଦ କୁଇଭର): ରାଜ୍ୟ ରାଜନୀତିରୁ ବର୍ତ୍ତମାନ ସମୟରେ ଏକ ବଡ଼ ଖବର ଆସି ପହଞ୍ଚୁଛି । ପରଲୋକରେ ଧାମନଗର ବିଧାୟକ ବିଷ୍ଣୁସେଠୀ । ୬୧ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ଥିଲେ ବିଷ୍ଣୁ ସେଠୀ । ସୂଚନା ଅନୁଯାୟୀ ଆଜି ସକାଳୁ ସକାଳୁ ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଥିବା ବେଳେ, ଏନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଏମ୍ସର ଅତିରିକ୍ତ ଅଧୀକ୍ଷକ ପ୍ରଭାସ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି । ଗତ ମାସେ ହେବ ବିଧାୟକ କିଡନୀ ରୋଗରେ ପୀଡ଼ିତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ । ତାଙ୍କର ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କର ଆଜି ପରଲୋକ ହୋଇଛି । ତାଙ୍କ ପରଲୋକ ଖବର ଶୁଣି ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି ।

Exit mobile version