ମୁଖ୍ୟମନ୍ତ୍ରୀ ନା କଂଗ୍ରେସ ଅଧ୍ୟକ୍ଷ ପଦ: କାହାକୁ ବାଛିବେ ଗେହଲଟ୍ ?

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): କଂଗ୍ରେସର ଅଧ୍ୟକ୍ଷ ପଦ ନା ମୁଖ୍ୟମନ୍ତ୍ରୀ ପଦ । କାହାକୁ ବାଛିବେ ଅଶୋକ ଗେହଲଟ୍? ଏହାକୁ ନେଇ ଏବେ ଚିନ୍ତାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସମର୍ଥକ । କଂଗ୍ରେସ ଅଧ୍ୟକ୍ଷ ପଦ ଆପଣାଇଲେ ମୁଖ୍ୟମନ୍ତ୍ରୀ ପଦ ତାଙ୍କ ହାତରୁ ଚାଲିଯାଇପାରେ, ଯାହାକୁ ନେଇ ଏବେ ସେ ଦ୍ୱନ୍ଦରେ । ରାଜନୈତିକ ଓ ସାଙ୍ଗଠନିକ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସ ୨୦ ବର୍ଷ ପରେ ପ୍ରଥମ ଥର ତାର ସଭାପତି ପଦ ପାଇଁ ନିର୍ବାଚନ କରିବାକୁ ଯାଉଛି । ଏହି ନିର୍ବାଚନରେ ବହୁ ହେବିୱେଟଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି । ଅଶୋକ ଗେହଲଟ୍ ରାହୁଲ ଗାନ୍ଧୀଙ୍କୁ ରାଜି କରାଇବା ପାଇଁ ଉଦ୍ୟମ ଚଳାଇଛନ୍ତି । କାରଣ କଂଗ୍ରେସର ଅଧ୍ୟକ୍ଷ ପଦ ଅପେକ୍ଷା ମୁଖ୍ୟମନ୍ତ୍ରୀ ପଦକୁ ନେଇ ତାଙ୍କର ଚିନ୍ତା ଅଧିକ । ଏହାରି ଭିତରେ ଆଲୋଚନା ହେଉଛି କି, ଜି-୨୩ ଗୋଷ୍ଠୀର ନେତା ଶଶି ଥରୁର ସଭାପତି ନିର୍ବାଚନରେ ନାମାଙ୍କନ ଦାଖଲ କରିପାରନ୍ତି । ଏହାସହ ସେ ଗାନ୍ଧୀ ପରିବାରର ବିଶ୍ୱସ୍ତ ସହାୟକ ଅଶୋକ ଗେହଲୋଟଙ୍କ ସହ ମୁହାଁମୁହିଁ ହେବେ । କିନ୍ତୁ ଯାହା ସୂଚନା ମିଳୁଛି, ଗେହଲଟ୍ ଏହି ନିର୍ବାଚନ ଲଢିବାକୁ କାଳେ ରାଜି ନୁହଁନ୍ତି । ସେ ରାହୁଲ ଗାନ୍ଧୀଙ୍କୁ ସଭାପତି କରିବାକୁ ବାରମ୍ବାର ପ୍ରୟାସ କରୁଛନ୍ତି । କାରଣଙ୍କୁ ତାଙ୍କୁ ଘାରିଛି ମୁଖ୍ୟମନ୍ତ୍ରୀ ପଦ ଚିନ୍ତା ।

ଆସନ୍ତା ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଅଶୋକ ଗେହଲଟ୍ ୨୬ରେ ନାମାଙ୍କନ ଦାଖଲ କରିପାରନ୍ତି । କିନ୍ତୁ ଅନ୍ୟପଟେ ଅଶୋକ ଗେହଲଟ୍ ରାହୁଲ ଗାନ୍ଧୀଙ୍କୁ ରାଜି କରାଇବା ପାଇଁ ଉଦ୍ୟମ ଚଳାଇଛନ୍ତି । କାରଣ କଂଗ୍ରେସର ଅଧ୍ୟକ୍ଷ ପଦ ଅପେକ୍ଷା ମୁଖ୍ୟମନ୍ତ୍ରୀ ପଦକୁ ନେଇ ତାଙ୍କର ଚିନ୍ତା ଅଧିକ । ଅଶୋକ ଗେହଲଟ୍ ଯଦି କଂଗ୍ରେସ ଅଧ୍ୟକ୍ଷ ହେବାକୁ ମୈଦାନକୁ ଆସନ୍ତି, ତେବେ ରାଜସ୍ଥାନରେ ଅସ୍ଥିରତା ଦେଖାଦେବ । ରାଜ୍ୟରେ ଅପରେସନ ଲୋଟସ ଚଳାଇବାରେ ବିଜେପିକୁ ସହଜ ହେବ । ଏହାସହ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗେହଲଟଙ୍କ ପାଇଁ ଚିନ୍ତାର କାରଣ ହେଉଛନ୍ତି ତାଙ୍କରି ଦଳର ନେତା ସଚିନ୍ ପାଇଲଟ୍ । ତେଣୁ କାଳେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ମିଳିଯାଇପାରେ ବୋଲି ସେ ଚିନ୍ତା କରୁଛନ୍ତି । ଏହି ସମସ୍ତ ଘଟଣାବଳୀ ଏବେ ଗେହଲଟଙ୍କକୁ ଚିନ୍ତାରେ ପକାଇଛି ।

ସୋମବାର ସଚିନ୍ ପାଇଲଟଙ୍କ ଦିଲ୍ଲୀ ଗସ୍ତ ପରେ ସେ ମୁଖ୍ୟମନ୍ତ୍ରୀ ପଦ ପାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଯେଉଁଥିପାଇଁ ସେ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଥିଲେ । ବିସ୍ୱସ୍ତ ଶୁତ୍ରକୁ ମିଳିଥିବା ଖବର ଅନୁଯାୟୀ, ଗେହଲଟ ଚାହୁଁଛନ୍ତି ଯେ, ତାଙ୍କ ଅଧସ୍ତନ ନେତା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରନ୍ତୁ । ଯାହାଦ୍ୱାରା ରାଜସ୍ଥାନରେ ତାଙ୍କର ଦବଦବା ରହିବ । ଅନ୍ୟପଟେ ରାଜସ୍ଥାନରେ ଆଉ ଗୋଟିଏ କଂଗ୍ରେସ ଗୋଷ୍ଠୀ ଚାହୁଁଛି ସଚିନ୍ ପାଇଲଟ୍ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ତେଣୁ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ଏହି ଅର୍ନ୍ତଃଦ୍ୱନ୍ଦ ଗେହଲଟଙ୍କୁ ଟେନସନ୍ ଦେଉଛି । ତେଣୁ ଏପେଟ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ନା ସେପଟେ କଂଗ୍ରେସ ଅଧ୍ୟକ୍ଷ ପଦରେ ବସିବେ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *