ଭାଇରାଲ ହେଉଛି ଏହି ବିବାହ ବିଜ୍ଞାପନ

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ଆଜିକାଲି, ଇଣ୍ଟରନେଟ୍ ଯୁଗରେ ବିବାହ ବିଜ୍ଞାପନ ଏକ ସାଧାରଣ ଅଟେ । ହେଲେ କେତେକ ଅଜବ ପ୍ରକାରର ବିଜ୍ଞାପନ ବେଳେ ବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏହି ବିଜ୍ଞାପନ ଗୁଡିକରେ ଲୋକମାନଙ୍କର ଅଦ୍ଭୁତ ଚାହିଦା ଏବଂ ବିଚିତ୍ର ପସନ୍ଦ ମଧ୍ୟ ସେଥିରେ ପ୍ରାୟତଃ ଦେଖିବାକୁ ମିଳେ । ଅନେକ ମ୍ୟାଟ୍ରିମୋନିଆଲ୍ ବିଜ୍ଞାପନ ସୋସିଆଲ୍ ମିଡିଆରେ ଆଲୋଚନାର ବିଷୟ ହୋଇଯାଏ, ଆଜିକାଲି ଏଭଳି ଏକ ବିଜ୍ଞାପନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ବିଜ୍ଞାପନର ଶେଷ ଧାଡିରେ ଲେଖା ହୋଇଛି “ସଫ୍ଟୱେୟାର ଇଞ୍ଜିନିୟର ଦୟାକରି କଲ୍ କରନ୍ତୁ ନାହିଁ ” । ଏହି ଲାଇନ କୁ ନେଇ ସୋସିଆଲମିଡିଆରେ ଚହଳ ପଡିଛି ।

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ଏହି ବିଜ୍ଞାପନକୁ ବ୍ୟବସାୟୀ ସମୀର ଆରୋରା ଟ୍ୱିଟରରେ ସେୟାର କରିଛନ୍ତି। ଏହି ପୋଷ୍ଟରେ ଏକ ଖବରକାଗଜରେ ଏକ ବିବାହ ବିଜ୍ଞାପନ ଦେଖାଯାଉଛି । ବିଜ୍ଞାପନରେ ଲେଖାଅଛି, ଏକ ରିଚ୍ ଫ୍ୟାମିଲି ୨୪ବର୍ଷ ବୟସ୍କା ପରିବାରର ସୁନ୍ଦରୀ ଝିଅ ପାଇଁ ବର ଖୋଜୁଛି । ପରିବାର ଏପରି ଏକ ବର ଚାହୁଁଛନ୍ତି ଯିଏ IAS / IPS କିମ୍ବା କାର୍ଯ୍ୟରତ ଡାକ୍ତର କିମ୍ବା ସମାନ ଜାତିର ଶିଲ୍ପପତି / ବ୍ୟବସାୟୀ ହେବା ଉଚିତ୍ । ବିଜ୍ଞାପନର ଶେଷରେ ଏହା କୁହାଯାଇଛି, ସଫ୍ଟୱେୟାର ଇଞ୍ଜିନିୟର ଦୟାକରି କଲ୍ କରନ୍ତୁ ନାହିଁ । ମୁମ୍ବାଇ ସ୍ଥିତ ଆର୍ଥିକ ପରାମର୍ଶଦାତା ସଂସ୍ଥାର ହେଲିଓସ୍ କ୍ୟାପିଟାଲର ପ୍ରତିଷ୍ଠାତା ସମୀର ଆରୋରା (ଅଓବଜ୍ଞଗ୍ଦବଜ୍ଞସକ୍ସବକ୍ସକ୍ଟକ୍ସବ) ଟ୍ୱିଟରରେ ବିଜ୍ଞାପନର ଏକ ଚିତ୍ର ସେୟାର କରିଛନ୍ତି। ସେପ୍ଟେମ୍ବର ୧୬ ରେ ପୋଷ୍ଟ ହେବା ପରଠାରୁ ତାଙ୍କ ଟ୍ୱିଟ୍ ୪,୦୦୦ ରୁ ଅଧିକ ଲାଇକ୍ ପାଇଛି। ସେ ଲେଖିଛନ୍ତି ଯେ ଆଇଟିର ଭବିଷ୍ୟତ ଏତେ ଭଲ ଦେଖାଯାଉନାହିଁ ।

Leave a Reply

Your email address will not be published. Required fields are marked *