ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଭ୍ୟର୍ଥନା ଗୃହକୁ ମିଳିଲା NMAର ସର୍ତ୍ତମୂଳକ ଅନୁମତି

ପୁରୀ (ଦ କୁଇଭର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଅଭ୍ୟର୍ଥନା ଗୃହ କୁ ମିଳିଲା ଏନଏମଏର ସର୍ତ୍ତମୂଳକ ଅନୁମତି । ପ୍ରକଳ୍ପର ଉଚ୍ଚତା କୁ ୭.୫ ମିଟର ମଧ୍ୟରେ ରଖିବାକୁ ପ୍ରସ୍ତାବ ଦିଆଯାଇଛି। ପରିସୀମାର ୧୦୧.୫ ମିଟର ପରେ ପ୍ରକଳ୍ପ କରିବାକୁ ଦିଆଯାଇଛି ଏନଓସି । ସମସ୍ତ ନୂଆ ନିର୍ମାଣକୁ ଅସ୍ଥାୟୀ ଭାବରେ କରିବାକୁ ରହିଛି ପ୍ରସ୍ତାବ। ବୃହତ ଖନନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସ୍ଥାନୀୟ ଉପଲବ୍ଧ ମ୍ୟାଟେରିଆଲ ବ୍ୟବହାର କରିବାକୁ ପ୍ରସ୍ତାବ ଦିଆଯିବା ସହ ଖନନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ମେସିନ ବ୍ୟବହାରକୁ ବାରଣ କରାଯାଇଛି ଯାହାର ଭାଇବ୍ରେସନ ର ପ୍ରଭାବ ଶ୍ରୀମନ୍ଦିର ଉପରେ ପଡିପାରେ । ଖନନରେ ହାତ କିମ୍ବା କମ କ୍ଷମତା ସମ୍ପନ୍ନ ମେସିନ ବ୍ୟବହାର କରିବାକୁ ରହିଛି ନିର୍ଦ୍ଦେଶ।

ଏଠାରେ ପ୍ରଶ୍ନ ଉଠୁଛି, କିଏ ଠିକ୍ ଥିଲା? କିଏ ତେବେ ପ୍ରକୃତ କଳାପାହାଡ଼ ? କିଏ ସଂସ୍କୃତି ର ସୁରକ୍ଷା କଥା କହୁଥିଲା ? ଦ କୁଇଭର ସମେତ କିଛି ଗଣମାଧ୍ୟମ ଓ ସ୍ବେଛାସେବୀ ଠିକ କହୁଥିଲେ ବୋଲି ଏବେ ପ୍ରମାଣିତ ହେଲା। ସଂସ୍କୃତିର ଯେଉଁ କ୍ଷତି ହୋଇସାରିଛି ତାହା କିପରି ହେବ ଭରଣା ? ତାର ଉତ୍ତର ଦେଇପାରିବେ କି ସରକାର?

Leave a Reply

Your email address will not be published. Required fields are marked *