ଜାତୀୟ ରାଜପଥରେ ପୁଣି ଗୋରୁ ମାଫିଆଙ୍କ ରାଜ

ଯାଜପୁର (ଦ କୁଅଭର): ହବ୍ ପାଲଟିଛି ଗୋରୁ ଚାଲାଣ । ଲଗାତର ଭାବେ ଓଡିଶାରୁ ପଶ୍ଚିମବଙ୍ଗକୁ ଗୋ ଚାଲାଣ ହେଉଥିବା ବେଳେ ପୁଣିରେ ସକ୍ରିୟ ହେଲେଣି ଗୋରୁ ମାଫିଆ । ରାତି ଅଧରେ ବେଧଡକ ଭାବେ ଚାଲାଇଛନ୍ତି ଗୋରୁ ଚୋରା ଚାଲାଣ । ଥରେ ନଜର ପକାନ୍ତୁ ଏହି ଗୋରୁ ଭର୍ତ୍ତି କଣ୍ଟେନରକୁ ଅତି ଅମାନୁଷିକ ଆଉ ଦୟନୀୟ ଅବସ୍ଥାରେ ଗୋ ମାତାଙ୍କୁ କିପରି ନିଆଯାଉଥିଲା ।

ସୂଚନାନୁସାରେ ଖୋର୍ଦ୍ଧାରୁ ପଶ୍ଚିମବଙ୍ଗ ଯାଉଥିଲା ଏହି ଗୋରୁ ବୋଝେଇ କଣ୍ଟେନର । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନ ଜାତୀୟ ରାଜପଥର ବ୍ରାହ୍ମଣୀ ବ୍ରିଜ ଉପରେ ଗାଡି ଟିକୁ ଅଟକାଇବା ଡ୍ରାଇଭର ଗାଡି ଛାଡି ଫେରାର ହୋଇଥିଲା। କଣ୍ଟେନର କୁ ପିଛା କରୁଥିଲେ ଭୁବନେଶ୍ୱର ଅଞ୍ଚଳର ଗୋ ରକ୍ଷକ ସଙ୍ଗଠନ।

ପରେ ପରେ କଣ୍ଟେନର କୁ ଏସ୍କର୍ଟ କରି ଯାଉଥିବା ଏକ ଚାରି ଚକିଆ ଗାଡି ଉକ୍ତ ଉଦ୍ଧାର କାରୀ ଗୋ ରକ୍ଷକ ଙ୍କ ସହ ଅନେକ ଯୁକ୍ତିତର୍କ କରିବା ସମୟରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଉକ୍ତ ସ୍ଥାନରୁ କଣ୍ଟେନର ଟିକୁ ଏକ କ୍ରେନ ସାହାଯ୍ୟ ରେ ଆଣି କୁଆଖିଆ ଥାନା ଅଧିନ ରାଜେନ୍ଦ୍ରପୁର ଗ୍ରାମ ନିକଟରେ ଗ୍ରାମ ବାସୀ ଙ୍କ ସହାୟତା ରେ ଖୋଲା ଯାଇ ୪୦ ରୁ ଉର୍ଦ୍ଧ ଗୋରୁ ଙ୍କୁ ଉଦ୍ଧାର କରାଯାଇ ଗ୍ରାମ ବାସୀ ଙ୍କୁ ଦିଆଯାଇଥିଲା । ତେବେ ଅତି ଦୟନୀୟ ଅବସ୍ଥାରେ ଗୋ ମାତା ଙ୍କ ଦେହରୁ ପ୍ରବଳ ରକ୍ତ ସ୍ରାବ ହେଉଥିବା ବେଳେ ମୁହଁ କୁ ମଧ୍ୟ ଦଉଡି ସାହାଯ୍ୟ ରେ ବାନ୍ଧି ସ୍ୱାସ ରୁଦ୍ଧ କରି ନିଆ ଯାଉଥିଲା । ସବୁଠୁ ବଡ କଥା ହେଉଛି କି ଖୋରଧା ଅଞ୍ଚଳରୁ ଉକ୍ତ ଗାଡି ଟି ଆସୁଥିବା ବେଳେ କିପରି ଡିୟୁଟି ରେ ଥିବା ଥାନା ବାବୁ ସବୁ ଜାଣି ପାରିଲେ ନାହିଁ ନା ଏଥିରେ ଏମାନଙ୍କ ର ସମ୍ପୃକ୍ତି ରହିଛି ତାକୁ ନେଇ ଏବେ ଚର୍ଚ୍ଚା ଜୋର । ଦେଖିବାକୁ ବାକି ରହିଲା ଉକ୍ତ କଣ୍ଟେନର କୁ ତଦନ୍ତ କରି ଧର୍ମଶାଳା ପୋଲିସ କେବେ ପହଂଚିବ ଗୋ ମାଫିଆ ଙ୍କ ନିକଟରେ ।

Leave a Reply

Your email address will not be published. Required fields are marked *