କାଶ୍ମୀର ସମସ୍ୟାର ସ୍ଥାୟୀ ସମାଧାନ ବାହାରୁ: ପାକିସ୍ତାନ

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ପୁଣି କାଶ୍ମୀର ପ୍ରସଙ୍ଗ ଦୋହରାଇଲା ପାକିସ୍ତାନ । ପାକିସ୍ତାନ ପୁଣି ଥରେ ମିଳିତ ଜାତିସଂଘର ସାଧାରଣ ସଭାରେ କାଶ୍ମୀର ପ୍ରସଙ୍ଗ ଉଠାଇଛି । ଶୁକ୍ରବାର ବିଳମ୍ବିତ ରାତି (ଭାରତୀୟ ସମୟ ଅନୁସାରେ) ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରୀଫ ଶାନ୍ତି ପାଇଁ ଅପିଲ କରିଛନ୍ତି । ସେ କହିଛନ୍ତି ଆମେ ଭାରତ ସହିତ ନିଜର ସମସ୍ତ ପଡୋଶୀଙ୍କ ସହିତ ଶାନ୍ତି ଚାହୁଁଛୁ । ମାତ୍ର ଦକ୍ଷିଣ ଏସିଆରେ ସ୍ଥାୟୀ ଶାନ୍ତି ଓ ସ୍ଥିରତା ଜମ୍ମୁ ଓ କାଶ୍ମୀର ବିବାଦର ନ୍ୟାୟସଂଗତ ଓ ସ୍ଥାୟୀ ସମାଧାନ ଉପରେ ନିର୍ଭର କରୁଛି ।

ସେ କହିଛନ୍ତି ଯେ, ୧୯୪୭ ମସିହା ପରେ ୩ ଥର ଯୁଦ୍ଧ ହୋଇଛି । ଏହାର ପରିଣାମ କେବଳ ଦୁଃଖ, ଗରିବି ଓ ବେରୋଜଗାର ବଢ଼ିଛି । ଶାନ୍ତିପୂର୍ଣ୍ଣ ଆଲୋଚନା ଏବଂ ଚର୍ଚ୍ଚା ମାଧ୍ୟମରେ ନିଜର ମତଭେଦ, ଆମର ସମସ୍ୟା ଓ ଆମର ପ୍ରସଂଗକୁ ଦୂର କରିହେବ । ମୁଁ ଭାବୁଛି ଯେ, ସମୟ ଆସିଛି । ଭାରତ ଏହି ବାର୍ତ୍ତାକୁ ବୁଝୁ ଏବଂ ସହଯୋଗ କରୁ । ଯୁଦ୍ଧ କୌଣସି ବିକଳ୍ପ ନୁହେଁ । କେବଳ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ହିଁ ପ୍ରସଙ୍ଗର ସମାଧାନ ହୋଇପାରିବ ।

କାଶ୍ମୀର ପ୍ରସଙ୍ଗକୁ ଦୋହରାଇ ସରିଫ କହିଛନ୍ତି ଯେ, ପାକିସ୍ତାନକୁ ତାର ପଡ଼ୋଶୀ ଦେଶରେ ସ୍ଥିର ପରିବେଶ ଆବଶ୍ୟକତା କରୁଛି । ଆମେ ଆମର ସମସ୍ତ ପଡ଼ୋଶୀମାନଙ୍କଠାରୁ ଶାନ୍ତି ଚାହୁଁଛୁ । ତେବେ ଦକ୍ଷିଣ ଏସିଆରେ ସ୍ଥାୟୀ ଶାନ୍ତି ଓ ସ୍ଥିରତା ପାଇଁ ଜାମ୍ମୁ କାଶ୍ମୀର ସମସ୍ୟାର ଏକ ସମାଧାନ ଆବଶ୍ୟକ । ଭାରତ ବୁଝିପାରୁଛି ଯେ ଉଭୟ ଦେଶ ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଅଛନ୍ତି । କେବଳ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ଏହି ସମସ୍ୟାର ସମାଧାନ କରିପାରିବ ଯାହା ଦ୍ୱାରା ଭବିଷ୍ୟତରେ ବିଶ୍ୱ ଅଧିକ ଶାନ୍ତିପୂର୍ଣ୍ଣ ହୋଇପାରିବ । ଏକ ସକରାତ୍ମକ ପରିସ୍ଥିତି ସୃଷ୍ଟି କରିବାକୁ ଭାରତ ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *