Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ହଜିଗଲା ମାନବିକତା

FILE PHOTO

କେନ୍ଦୁଝର (ଦ କୁଇଭର) କେନ୍ଦୁଝର ନଗରନିଗମର ବର୍ବରତା ଦେଖିବାକୁ ମିଳିଛି । କୌଣସି କାରଣ ରୁ ଆହତ ହୋଇଥିବା ଷଣ୍ଡ ଟିକୁ କେନ୍ଦୁଝର ମୁନିସିପାଲିଟି ଅଳିଆ ଗାଡି ଅଳିଆ ସହ ଅଳିଆଗଦାକୁ ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଛି। କିଛିଦିନ ହେବ ଷଣ୍ଡଟି କୌଣସି ଗାଡି ଧକ୍କା ହେଉ ବା ଅନ୍ୟ କୌଣସି କାରଣ ରୁ ଗୋଟିଏ ଗୋଡ ଭାଙ୍ଗି ରକ୍ତ ଜୁଡୁ ଜୁଡୁ ଅବସ୍ଥା ରେ ଦେଖିବାକୁ ମିଳିଥିଲା ।

କେନ୍ଦୁଝର ମୁନିସିପାଲିଟି ଅଳିଆ ଗାଡି ଉକ୍ତ ଷଣ୍ଡ ଟିକୁ ଅଳିଆ ସହ ବୋହି ଆଣି ସ୍ଥାନୀୟ ପୁରୁଣାବଜ଼ାର ସ୍ଥିତ କିମିରିଡୋଲୀ ସ୍ମଶାନ ଅଳିଆ ପଡିଆ ରେ ଫିଙ୍ଗି ଦେଇଥିବାରୁ କିଛି ସ୍ଥାନୀୟ ଲୋକ ସ୍ବେଛାସେବୀ ମାନଙ୍କୁ ଖବର ଦେଇଥିଲେ । ଖବର ପାଇ ସ୍ବେଛାସେବୀ ମନେ ଉକ୍ତ ସ୍ଥାନ କୁ ଯାଇ ଷଣ୍ଢ ଟିକୁ ପ୍ରାଥମିକ ଚିକିତ୍ସା କରିଛନ୍ତି ଓ ନିକଟରେ ଥିବା ଏକ ଦୋକାନ ବାରଣ୍ଡା ରେ ରଖି ଚିକିତ୍ସା ଜାରି ରଖିଛନ୍ତି ।ମୁନିସିପାଲିଟି ର ଏହି ବର୍ବରତା କାର୍ୟ୍ୟ କୁ ସାଧାରଣ ରେ ନିନ୍ଦା ହେଉଅଛି

Exit mobile version