ଜଷ୍ଟିସ ଜଶୱନ୍ତ ସିଂ ହାଇକୋର୍ଟର ନୂଆ ବିଚାରପତି

FILE PHOTO

ଭୁବନେଶ୍ୱର(ଦ କୁଇଭର): ହାଇକୋର୍ଟ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଜଶୱନ୍ତ ସିଂ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଶୱନ୍ତ ସିଂଙ୍କୁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ । ସେହିପରି ଜଷ୍ଟିସ ପି. ବି. ବରାଲେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ । ଜମ୍ମୁ ଏବଂ କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଅଲ୍ଲି ମୋହମ୍ମଦ ମାଗରେଙ୍କ ନାମ ସୁପାରିଶ ହୋଇଛି।

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲିଧରନଙ୍କୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ତାଙ୍କ ସ୍ଥାନରେ ଜଷ୍ଟିସ ଜଶୱନ୍ତ ସିଂ ଆସିବେ । ୨୦୨୧ ଜାନୁଆରୀ ୪ ତାରିଖରେ ଜଷ୍ଟିସ୍ ଏସ୍ ମୁରଲୀଧର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ବର୍ତ୍ତମାନ ତାଙ୍କୁ ବଦଳି ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଜଷ୍ଟିସ୍ ଏସ.ମୁରଲିଧରନ ୧୯୮୪ ମସିହା ସେପ୍ଟେମ୍ବର ମାସରେ ଚେନ୍ନାଇରୁ ଓକିଲାତି ଆରମ୍ଭ କରିଥିଲେ । ତିନି ବର୍ଷପରେ ସେ ଦିଲ୍ଲୀକୁ ଆସି ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଓକିଲାତି ଅଭ୍ୟାସ ଜାରି ରଖିଥିଲେ । ଜଷ୍ଟିସ୍ ଏସ.ମୁରଲିଧରନ ପ୍ରଥମେ ୨୦୦୬ରେ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ଏହାପରେ ସେ ୨୦୦୬ ମେ’ ମାସରେ ପଞ୍ଜାବ ହରିୟାଣାକୁ ବଦଳି ହୋଇଥିଲେ । ଏହାପରେ ଓଡ଼ିଶା ହାଇକୋର୍ଟ ମୁଖ୍ୟବିଚାରପତି ଭାବରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *