ହରେକୃଷ୍ଣ ହେଲେ କଂଗ୍ରେସ ପ୍ରାର୍ଥୀ

FILE PHOTO

ଭୁବନେଶ୍ୱର (ଦ କୁଇଭର): ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବାବା ହରେକୃଷ୍ଣ ସେଠୀ ହେଲେ କଂଗ୍ରେସ ପ୍ରାର୍ଥୀ । ଏଆଇସିସି ପକ୍ଷରୁ ଘୋଷଣା ହେଲା ହରେକୃଷ୍ଣଙ୍କ ନାଁ । ବିଜେପି ଧାମନଗର ଉପନିର୍ବାଚନ ପାଇଁ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ତଥା ବିରୋଧୀ ଦଳ ନେତା ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ୟ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରାଯାଇଛି ।

ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ଘୋଷଣା କରିଥିବା ଜଣାପଡ଼ିଛି । ତେବେ ଶୁକ୍ରବାର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଅକ୍ଟୋବର ୧୪ରେ ନାମାଙ୍କନ ଦାଖଲ ପାଇଁ ଶେଷ ତାରିଖ ରହିଥିବାବେଳେ, ଆସନ୍ତା ନଭେମ୍ବର ୩ରେ ହେବ ମତଦାନ ।

ଆମକୁ Like, Follow ଏବଂ Subscribe କରନ୍ତୁ……
In Facebook: https://www.facebook.com/THEQuiverOfficial/

Leave a Reply

Your email address will not be published. Required fields are marked *