Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ନବଙ୍କ ସ୍ୱପ୍ନରେ ଝିଅ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଦ କୁଇଭର): ବିଜେଡିର ଅନେକ ସମର୍ଥକ ଓ ମହିଳା ଗୋଷ୍ଠୀ ନବୀନ ପଟ୍ଟନାୟକଙ୍କ ପରେ ମୁଖ୍ୟମନ୍ତ୍ରୀ ଭାବେ ସୁଜାତା ରାଉତଙ୍କୁ ଦେଖିବାକୁ ଇଚ୍ଛା କରୁଛନ୍ତି । ଯଦି ଆମେ ମିଶନ ଶକ୍ତି ଅଭିଯାନକୁ ଦେଖିବା ୯୦ ଭାଗ ମହିଳା ସୁଜାତାଙ୍କ ସପକ୍ଷରେ ହାତ ଟେକିଲେଣି । ଆଉ ନବୀନଙ୍କ ଆର୍ଶୀବାଦ କାଳେ ସୁଜାତଙ୍କ ପ୍ରତି ରହିଛି । ଯାହା ସୁଜାତାଙ୍କ ସମର୍ଥକମାନେ କହୁଛନ୍ତି । ଏକଥା ଏବେ ଦଳ ଭିତରେ ବି ଗୁଞ୍ଜରଣ ସୃଷ୍ଟି କଲାଣି । ସୁଜାତା ମୁଖ୍ୟମନ୍ତ୍ରୀ ହେବାଟା କେହି ବିରୋଧ କରୁନଥିଲେ ବି ଭିତରେ ଭିତରେ ନବ ଦାସଙ୍କ ଭଳି କିଛି ନେତା କାଳେ ସହି ପାରୁନାହାନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ତାଙ୍କ ଝିଅକୁ ରାଜ୍ୟ ମହିଳା ନେତୃତ୍ୱ ନେବା ପାଇଁ ଏକପ୍ରକାର ସ୍ପଷ୍ଟ କରିଦେଲେଣି । ଝାରସୁଗୁଡ଼ାର ଏକ ସଭାରେ ସେ କହିଛନ୍ତି, ଦିପାଳୀ ଆଗାମି ପିଢିର ନେତୃତ୍ୱ ନିଅନ୍ତୁ । ସେଠି ସେ ଦିପାଳୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହଁଥିଲେ, ଯାହା ତାଙ୍କ କଥାରୁ ସ୍ପଷ୍ଟ ହେଉଛି । ଯଦି ତାଙ୍କ କଥା କୁ ଟିକେ ଭଲକି ପରଖିବା, ତେବେ ନବ ଦାସ ଯେ, ଚାହାନ୍ତି ତାଙ୍କ ଝିଅ ଆଗାମୀ ମୁଖ୍ୟମନ୍ତ୍ରୀ ହେଉ, ଏକଥାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ଶୁଣନ୍ତୁ ତାଙ୍କ ଭାଷଣରେ ସେ କ’ଣ କହିଛନ୍ତି ।

ସେ କହିଛନ୍ତି, ଭାରତ ବର୍ଷରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବେ ନେତୃତ୍ୱ ନେଇଥିଲେ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଭାବେ ମମତା ବାନାର୍ଜୀ ନେତୃତ୍ୱ ନେଉଛନ୍ତି ଓ ଜୟଲଳୀତା ମଧ୍ୟ ନେତୃତ୍ୱ ନେଇଥିଲେ । ଏହି ୩ ଜଣ ମହିଳାଙ୍କ ଯେଉଁ ଉଦାହରଣ ସେ ଦେଇଛନ୍ତି, ଏହି ୩ ଜଣ ଯାକ କିଏ ମୁଖ୍ୟମନ୍ତ୍ରୀ ଓ ଆଉ କିଏ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଯଦି ନବ ତାଙ୍କ ଝିଅଙ୍କୁ ବିଧାୟକ ଭାବେ ନେତୃତ୍ୱ ନେବାକୁ ତାଙ୍କ ଅଞ୍ଚଳରେ ଚାହିଁଥାନ୍ତେ, ତେବେ ସେ ହୁଏତ ଟୁକୁନି ସାହୁଙ୍କ ଉଦାହରଣ ଦେଇପାରିଥରନ୍ତେ, ପ୍ରମିଳା ମଲ୍ଲିକଙ୍କ ଉଦାହରଣ ବା ରୀତା ସାହୁଙ୍କ ଭଳି ଅନ୍ୟ ମହିଳା ନେତୃତ୍ୱଙ୍କ କଥା ଉଦାହାରଣ ଭାବେ ଦେଇପାରିଥାନ୍ତେ । ହେଲେ ନବଙ୍କ ତୁଳନା ହେଲା ତାଙ୍କ ଝିଅ ଇନ୍ଦିରା ଗାନ୍ଧୀ, ଜୟ ଲଳୀତା ଓ ମମତା ବାନାର୍ଜୀଙ୍କ ଭଳି ନେତୃତ୍ୱ ନିଅନ୍ତୁ । ଅର୍ଥାତ୍ ସେ ହିଁ ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀଭାବେ ନବ ଦେଖିବାକୁ ଚାହୁଁଛନ୍ତି । ଯାହା ହେଉ ନବଙ୍କର ଆଶା ଅଛି, ତାଙ୍କ ଝିଅକୁ ସେ ଏତେ ଉଚ୍ଚରେ ସେ ଦେଖିବାକୁ ଚାହୁଁଛନ୍ତି ।

ନବଙ୍କର ଏଭଳି ଆଭିମୁଖ୍ୟ ସୁଜୁତାଙ୍କୁ ନା ପସନ୍ଦ ନୁହେଁ ତ? ଅବଶ୍ୟ ନବ ଦାସ ଏଭଳି ସାହସ କରିବେନି । ହେଲେ ଅବିଶ୍ୱାସ କିଛି ନାହିଁ । କାରଣ ଆଜି ପର୍ଯ୍ୟନ୍ତ ଦେଖିଲେ, ତାଙ୍କ ବିରୋଧରେ ଯେତେ ଅଭିଯୋଗ ଆସିଲେ ବି ସରକାର ତାଙ୍କୁ ହଟାଇପାରୁନାହାନ୍ତି । କାରଣ ସରକାରଙ୍କର ତାଙ୍କ ପ୍ରତି ଡର ଅଛି । ଆଉ ସରକାରଙ୍କର ତାଙ୍କ ପ୍ରତି ଏହି ଡରକୁ ନେଇ ତାଙ୍କ ଝିଅକୁ ମୁଖ୍ୟମନ୍ତ୍ରୀ କରିବାକୁ ସ୍ୱପ୍ନ ଦେଖୁନାହାନ୍ତି ତ? ଏଭଳି ପ୍ରଶ୍ନ ସାଧାରଣରେ ସୃଷ୍ଟି ହେଲାଣି । ସେପଟେ ନବଙ୍କ ଝିଅ ଦିପାଳି ଦାସ ମଧ୍ୟ ନେତୃତ୍ୱ ନେବାକୁ ବେଶ୍ ଆଗଭର । ଦିପାଳୀ କହିଛନ୍ତି ସେ ସବୁବେଳେ ଲୋକଙ୍କ ସହ ଅଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ସୁଯୋଗ ଦିଅନ୍ତି, ତେବେ ସେ ଏହାକୁ ହାତଛଡ଼ା କରିବେ ନାହିଁ । ତେବେ ଦେଖାଯାଉ ନବଙ୍କ ଇଚ୍ଛା କେତେ ମାତ୍ରାରେ ସଫଳ ହେଉଛି, ଆଉ ତାଙ୍କ ଝିଅ ମୁଖ୍ୟମନ୍ତ୍ରୀ ନା ବିଧାୟିକା ହେଉଛନ୍ତି ।

Dipali Das: Odisha Health Minister Naba Kishore Das Projects His Daughter Dipali Das as Next CM!

ଆମକୁ Like, Follow ଏବଂ Subscribe କରନ୍ତୁ……
In Facebook: https://www.facebook.com/THEQuiverOfficial/

Exit mobile version