ଅର୍ଚ୍ଚନାଙ୍କ ଘରେ ପାଣି ପିଉଥିଲେ ସବୁ ଦଳର ନେତା

FILE PHOTO

ଭୁବନେଶ୍ୱର(ଦ କୁଇଭର): ଓଡ଼ିଶାର ସବୁ ପ୍ରସଙ୍ଗ ଠାରୁ ବଳିଗଲାଣି ଅର୍ଚ୍ଚନା ନାଗ ପ୍ରସଙ୍ଗ । ସବୁଠି ଏବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚ । ଏହି ଚର୍ଚ୍ଚା ହେଉଛି ଏଥିପାଇଁ କାରଣ, ରହିଛି । କାରଣ ଅର୍ଚ୍ଚନାଙ୍କ ଲିଙ୍କ୍ ରାଜନୈତିକ ନେତାଙ୍କ ସହ ଓ ରାଜନୈତିକ ଦଳ ସହ ବି ରହିଛି । ବିଶେଷ କରି ବିଜେଡି ଓ ବିଜେଡି ନେତାଙ୍କ ସହ ତାଙ୍କର ମାତ୍ରାଧିକ ସମ୍ପର୍କ ପ୍ରସଙ୍ଗକୁ ସରଗରମ କରିଦେଇଛି । ଇଏ ହେଉଛନ୍ତି ଜଣେ, ମହିଳା, ଯାହାଙ୍କ ଘରେ ରାଜ୍ୟର ସବୁ ପ୍ରମୁଖ ଦଳମାନଙ୍କର ନେତାମାନେ ଏକାଠି ହୋଇ ପାଣି ପିଉଥିଲେ । କୌଣସି ସଭା ସମିତିରେ ବା ଉତ୍ସବରେ ଏକାଠି ସବୁ ଦଳର ନେତାମାନଙ୍କୁ ଏକଠି ଦେଖିବାକୁ ମିଳିନଥାଏ, ସେମାନେ କେବେ ଏକାଠି ବସନ୍ତିନି ।

ବିଧାନସଭାରେ ବସୁଥିଲେ ସତ, ତାହା ବି ବିବାଦ ଓ ଗଣ୍ଡୋଗଳ ଚାଲିଥିଲା । ହେଲେ ଅର୍ଚ୍ଚନାଙ୍କ ଘର ହେଉଛି ଗୋଟିଏ ଯାଗା, ଯେଉଁଠି ବିଜେଡି ଓ ବିଜେପି ଓ କଂଗ୍ରେସର ନେତାମାନେ ବେଶ୍ ଶୃଙ୍ଖଳାର ସହ ବସୁଥିଲେ ଓ ଆତିଥ୍ୟତା ନେଉଥିଲେ । ଅର୍ଚ୍ଚନାଙ୍କ ନିର୍ଦ୍ଦେଶରେ ଉଠବସ୍ ହେଉଥିଲେ । ତାଙ୍କ କଥା ଅନୁସାରେ କାମ କରୁଥିଲେ ବଦଳରେ ସେବା ବି ମିଳୁଥିଲା ।

ସବୁ ଦଳର ପାୱାରଫୁଲ ଓ ଚର୍ଚ୍ଚିତ ନେତା ଓ ମନ୍ତ୍ରୀମାନେ ଅର୍ଚ୍ଚନାଙ୍କ ପାଖରେ ହାଜିରା ପକାଉଥିଲେ । ଏପରି କୁହାଯାଉଛି କି ଯେ, ତାଙ୍କ ପଛରେ ୭୦ଜଣ ବିଧାୟକଙ୍କ ସମର୍ଥନ ଥିଲା । ସତେ ଯେମିତି ସେ ମୁଖ୍ୟମମନ୍ତ୍ରୀ ପାଇଁ ରେସ୍ ଲଗାଉଥିଲେ, ଆଉ ୪ ୫ ଜଣ ବିଧାୟକ ହୋଇଯାଇଥିଲେ, ସେ ମୁଖ୍ୟମନ୍ତ୍ରୀ ବନିଯାଇଥାନ୍ତେ । ଏଥିରୁ ଅନୁମାନ କରିପାରୁଥିବେ, ଅର୍ଚ୍ଚନା ନାଗ କେତେ ପ୍ରଭାବଶାଳୀ ଥିଲେ । ହେଲେ ସେ ଏତେ ପ୍ରଭାବଶାଳୀ ହେଲେ କିପରି? ଅର୍ଚ୍ଚନାଙ୍କ ପଛରେ ଆଉ କେଉଁ କେଉଁ ନେତା ଓ ମନ୍ତ୍ରୀ ସମ୍ପୃକ୍ତି ରହିଛି? ସେ କେବଳ ବ୍ଲାକମେଲ୍ କରୁଥିଲେ, ନା ଆଉ କିଛି ବେପାର କରୁଥିଲେ? ତାଙ୍କ ଘରେ କ’ଣ ଚାଲିଥିଲା? କ’ଣ ପାଇଁ ତାଙ୍କ ଘରେ ଏହି ନୋମାନେ ଏକଜୁଟ୍ ହେଉଥିଲେ? କ’ଣ ପାଇଁ ରାତି ୨ଟା ପରେ ତାଙ୍କ ଘରେ ଗାଡି ଲାଗୁଥିଲା? କେଉଁ କେଉଁମାନେ ତାଙ୍କ ଫାସରେ ଫସିଛନ୍ତି? ଏହାର ତଦନ୍ତ କରି ସତ ପଦାକୁ ଆଣିପାରିବ ତ ପୋଲିସ? ତାହା ବି ଏକ ବଡ଼ ପ୍ରଶ୍ନ ।

ଅର୍ଚ୍ଚନା ନାଗଙ୍କ ନାଗ ଫାସରେ ଏବେ ସବୁ ଦଳର ନେତା ଫସିଛନ୍ତି । ଆଉ ସମସ୍ତ ନେତାଙ୍କ ସହ ଅର୍ଚ୍ଚନା ନାଗଙ୍କର କାଳେ ଭଲ ଲିଙ୍କ୍ ଥିଲା । ଯେଉଁଥିପାଇଁ ସେ ଏତେ ପାୱାରଫୁଲ ବନିପାରିଥିଲେ । ରାଜଧାନୀରେ ଆଲିସାନ ଘର ସହ ଘୋଡ଼ା ଓ ଗାଡ଼ି ଆଦି ଚଢୁଥିଲେ । ଏପରିକି ସେ ୨ ୨ ଟା କମ୍ପାନୀର ମାଲିକାଣୀ ମଧ୍ୟ ଅଛନ୍ତି । ଏହାସହ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି, ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ସମୟରେ ତାଙ୍କୁ କାଳେ ମିଳିଥିଲା ୫୦ଟି ଭିଆଇପି ପାସ୍ । ଯାହାକୁ ଦେଖାଇ ସେ ଓ ତାଙ୍କ କଳାସାମ୍ରାଜ୍ୟର କଳାକାରମାନେ ଖେଳ ଦେଖିଥିଲେ । ଆଉ ତାଙ୍କୁ କାଳେ ପାସ୍ ଦେଇଥିଲେ ପ୍ରତାପ ଜେନା । ଷ୍ଟାଡ଼ିୟମ ଭିତରେ ମଧ୍ୟ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏପରି ଭାବେ ସବୁ ରାଜନୈତିକ ଦଳର ନେତାମାନଙ୍କୁ କଳା ସାମ୍ରାଜ୍ୟର ମାଲିକାଣୀ ବନିଥିଲେ ଅର୍ଚ୍ଚନା ନାଗ୍ ।

Leave a Reply

Your email address will not be published. Required fields are marked *