Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ବିମାନ କର୍ମଚାରୀ ବି ମାତାଲ

FILE PHOTO

ନୂଆଦିଲ୍ଲୀ (ଦ କୁଇଭର) ବିମାନରେ ଯାତ୍ରା କରିବାକୁ ସମସ୍ତେ ସୁରକ୍ଷିତ ମନେ କରନ୍ତି । ଆଉ ବିମାନ କର୍ମଚାରୀମାନେ ଦାୟିତ୍ୱ ସଂପର୍ଣ୍ଣ ଓ କର୍ତ୍ତବ୍ୟକୁ ସବୁବେଳେ ଅଗ୍ରାଧିକାର ଦିଅନ୍ତି ବୋଲି ବିଶ୍ୱାସ ଓ ଭରଷା ରହିଛି । ହେଲେ ବାସ୍ତବତା କିଛି ଭିନ୍ନ ଦେଖାଯାଉଛି । ବିମାନ କର୍ମଚାରୀମାନେ ଅନେକ ସମୟରେ ଦାୟିତ୍ୱହୀନତା ଦେଖାଉଥିବା ନଜର ତ ଥିଲା ଏବେ ମାତାଲ ହୋଇ କାର୍ଯ୍ୟକରୁଥିବା ରିପୋର୍ଟ ଆସିଲାଣି । ଏବେ ଦେଖାଗଲାଣି ଯେ ଏହି ଦାୟିତ୍ୱସଂପର୍ଣ୍ଣ ପରିବହନର କର୍ମଚାରୀମାନେ ମାତାଲ ହୋଇବୁଲୁଛନ୍ତି । ମଦ ପିଇ ଏମାନେ ଡ୍ୟୁଟି କରୁଛନ୍ତି । ଏହି ସୂଚନା ଡିଜିସିଏ ପକ୍ଷରୁ ଦିଆଯାଇଛି । ଡିଜିସିଏ ପକ୍ଷରୁ ବିମାନ କର୍ମଚାରୀଙ୍କ ଉପରେ ନଜର ରଖାଯାଉଥିଲା । କିଏ କେମିତି ଡ୍ୟୁଟି କରୁଥିଲା ତାହା ପରଖୁଥିଲା ଡିସିଜିଏ । କର୍ମଚାରୀଙ୍କ ରିପୋର୍ଟକୁ ନେଇ ୫୬ଟି ବିମାନବନ୍ଦରରେ ଅଧିକାଂଶ କର୍ମଚାରୀ ମଦପିଇ ଡ୍ୟୁଟି କରୁଛନ୍ତି ।

ଆଉ ଏମାନଙ୍କ ହିସାବ କରିବା ପରେ ବାହାରିଲା ଯେ ୧୭୨ ଜଣ କର୍ମଚାରୀ ନିଶାଶକ୍ତ ଅବସ୍ଥାରେ ଧରାପଡିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ୧୭୨ ଜଣ ମଧ୍ୟରୁ ଅଧିକାଂଶ କର୍ମଚାରୀ ଦିଲ୍ଲୀର ବିମାନ ବନ୍ଦରର ଧରାପଡିଥିବା ବେଳେ ମୁମ୍ବାଇ ଦ୍ୱିତୀୟ ସ୍ଥାନରେ ରହିଛି । ଆଉ ଏହି ତାଲିକାର ଗୋଅ ଲକ୍ଷେ୍ନା ଏବଂ ବେଲଗାମ୍ ସର୍ବନିମ୍ନରେ ଅଛି । ତଥ୍ୟ ଅନୁଯାୟୀ ମଦ୍ୟପାନ କରୁଥିବା ବିମାନ କର୍ମଚାରୀଙ୍କ ମଧ୍ୟରେ ଷ୍ଟେସମ୍ ମ୍ୟାନେଜର, ଏୟାରକ୍ରାଫ୍ଟ ଟେକ୍ନିସିଆନ୍, ଲୋଡର୍, ପୁସ୍ ବ୍ୟାକ୍ ଅପରେଟର, ରକ୍ଷଣାବେକ୍ଷଣ କର୍ମଚାରୀ, ramp ସୁପରଭାଇଜର, ସ୍ପେସାଲିଷ୍ଟ ବାର୍ଡ,ଏୟାରକ୍ରାଫ୍ଟ ରେସକ୍ୟୁ ଏବଂ ଅଗ୍ନିଶମ ବାହୀନ କର୍ମଚାରୀମାନେ ଅନ୍ତର୍ଭୁକ୍ତ ।

ଜାନୁଆରୀରୁ ଜୁଲାଇ ମଧ୍ୟରେ ଦିଲ୍ଲୀରେ ମୋଟ ୩୪ ଜଣ କର୍ମଚାରୀ ନିଶାସକ୍ତ ଅବସ୍ଥାରେ ଧରାପଡିଥିଲେ। ଅନ୍ୟପକ୍ଷରେ ମୁମ୍ବାଇ ଏହା ଦ୍ୱିତୀୟ ସ୍ଥାନରେ ରହିଛି । ମୁମ୍ବାଇ ବିମାନବନ୍ଦରରୁ ୧୯ ଜଣ କର୍ମଚାରୀ ଧରାପଡିଛନ୍ତି। ଏହି ଦୁଇଟି ସହର ବ୍ୟତୀତ ଚେନ୍ନାଇ -୧୦, କୋଚିନ୍ -୧୦, ବାଙ୍ଗାଲୋର -୭, କୋଲକାତା -୬, ଗ୍ୱାହାଟି ୬, ଗୋଆ -୫, ଲକ୍ଷେ୍ନା-୫ ଏବଂ ବେଲଗାମ୍ରେ ମୋଟ ୪ ଜଣ କର୍ମଚାରୀ ଧରାପଡିଛନ୍ତି।

Exit mobile version