ପରଲୋକରେ ‘ହ୍ୟାରି ପୋଟର୍’ର ହାଗ୍ରିଡ୍

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ହଲିଉଡ୍ ଫିଲ୍ମ ସିରିଜ୍ ‘ହ୍ୟାରି ପୋଟର୍’ରେ ହାଗ୍ରିଡ୍ ଭୂମିକାରେ ଅଭିନୟ କରିଥିବା ଅଭିନେତା ରୋବି କୋଲଟ୍ରେନଙ୍କର ଦେହାନ୍ତ ହୋଇଛି। ୭୨ ବର୍ଷ ବୟସରେ ଅଭିନେତା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ଯେଉଁଥିପାଇଁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ‘ହ୍ୟାରି ପୋଟର୍’ ସିରିଜ୍ ବ୍ୟତୀତ ଡିଟେକ୍ଟିଭ୍ ଡ୍ରାମା ‘କ୍ରାକର’ରେ ଅଭିନୟ କରିଥିବା ରୋବି କୋଲଟ୍ରେନ ତାଙ୍କ ହାସ୍ୟ ଅଭିନୟ ପାଇଁ ଜଣାଶୁଣା ଥିଲେ। କମେଡି ବ୍ୟତୀତ ରୋବି କୋଲଟ୍ରେନ ଜଣେ ଲେଖକ ମଧ୍ୟ ଥିଲେ ।

‘ହ୍ୟାରି ପୋଟର୍’ ବ୍ୟତୀତ ସେ ଆଇଟିଭିର ଗୁପ୍ତଚର ଡ୍ରାମା ‘କ୍ରାକର’ ଏବଂ ଜେମ୍ସ ବଣ୍ଡ ଫିଲ୍ମ ‘ଗୋଲଡେନ୍‌ଆଇ’ ଏବଂ ‘ଦି ୱାର୍ଲ୍ଡ ଇଜ୍ ନଟ୍ ଇନଫ୍’ ରେ ମଧ୍ୟ ଅଭିନୟ କରିଥିଲେ। ରୋବିଙ୍କୁ ‘ହ୍ୟାରି ପୋଟର୍’ ଚଳଚ୍ଚିତ୍ର ଦ୍ୱାରା ସ୍ୱତନ୍ତ୍ର ମାନ୍ୟତା ଦିଆଯାଇଥିଲା । ଏହି ଚଳଚ୍ଚିତ୍ରରେ ସେ ହାଗ୍ରିଡ୍ ଭୂମିକାରେ ନଜର ଆସିଥିଲେ, ହୋଗାର୍ଟ ବିଦ୍ୟାଳୟର ଦ୍ୱାରପାଳ ଥିଲେ । ‘ହ୍ୟାରି ପୋଟର୍’ ଫ୍ରାଞ୍ଚାଇଜ୍ ର ୨୦ ତମ ବାର୍ଷିକୀ ପାଳନ କରିବାକୁ ସେଟ୍ ହୋଇଥିବା \’ହ୍ୟାରି ପୋଟର୍ ୨୦ ତମ ବାର୍ଷିକୀ: ରିଟର୍ନ ଟୁ ହୋଗର୍ଟସ୍’ ଶୋ’ରେ ରୋବିଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *