ଅଯୋଗ୍ୟ ନେତା ଇମ୍ରାନ୍

FILE PHOTO

ଇସଲାମିକ୍ (ଦ କୁଇଭର): ପାକିସ୍ତାନ ରାଜନୀତିରେ ଆଜି ପୁଣି ଆଉ ଏକ ନୂଆ ଭୂକମ୍ପ । ରାଜନୀତିରେ ଏବେ ଇମ୍ରାନଙ୍କ ଖେଳ ଖତମ୍ । ଆଉ ନିର୍ବାଚନ ଲଢିପାରିବେନି ଇମ୍ରାନ୍ । ୫ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କଲା ନିର୍ବାଚନ ଆୟୋଗ । ଇମ୍ରାନଙ୍କ ବିରୋଧରେ ନିର୍ବାଚନ ଆୟୋଗ ଏହି ଏକ ବଡ ପଦକ୍ଷପ ନେଇଛନ୍ତି । ପାକିସ୍ତାନ ନିର୍ବାଚନ ଆୟୋଗ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୫ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛି। ଏହାସହିତ ଇମ୍ରାନଙ୍କ ସାଂସଦ ପଦକୁ ରଦ୍ଦ କରିଛନ୍ତି ନିର୍ବାଚନ କମିଶନ। ଏହାପରେ ଇମ୍ରାନ ଆଉ ସଂସଦର ସଦସ୍ୟ ରହିପାରିବେ ନାହିଁ।

ପୂର୍ବତନ ପ୍ରଧାନମନ୍ତ୍ରୀ ପାକିସ୍ତାନରେ ସ୍ୱାଧୀନତା ପଦଯାତ୍ରା କରିବାକୁ ଘୋଷଣା କରିଥିବା ସମୟରେ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି। ନିର୍ବାଚନ ଆୟୋଗର କାର୍ୟ୍ୟ ପରେ ଇମ୍ରାନ ଖାନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଏହି ନିଷ୍ପତ୍ତିର କିଛି ସମୟ ପରେ ରାଜଧାନୀ ଇସଲାମାବାଦରେ ଅବସ୍ଥିତ ନିର୍ବାଚନ ଆୟୋଗଙ୍କ କାର୍ୟ୍ୟାଳୟ ବାହାରେ ଗୁଳି ବିନିମୟ ହୋଇଥିଲା। ପରିସ୍ଥିତି ବର୍ତ୍ତମାନ ତୀବ୍ର ହୋଇଛି । ଇମ୍ରାନ ଖାନଙ୍କ ସଦସ୍ୟତା ବାତିଲ ହେବା ପରେ ଇସଲାମାବାଦର ରାଜନୈତିକ ତାତି ବଢିବାରେ ଲାଗିଛି । ନିର୍ବାଚନ ଆୟୋଗ ବାହାରେ ବହୁ ସଂଖ୍ୟାରେ ଇମ୍ରାନ ଖାନଙ୍କ ସମର୍ଥକ ଉପସ୍ଥିତ ଅଛନ୍ତି।

ଆମକୁ Like, Follow ଏବଂ Subscribe କରନ୍ତୁ……
In Facebook: https://www.facebook.com/THEQuiverOfficial/

Leave a Reply

Your email address will not be published. Required fields are marked *