ଷଡଯନ୍ତ୍ର ସତ୍ତେ୍ୱ ନିରବ ସରକାର

ନୂଆଦିଲ୍ଲୀ (ଦ କୁଇଭର): ଗ୍ଲୋବାଲ ଇଣ୍ଡେକ୍ସ ରିପୋର୍ଟ କେତେ ବିଶ୍ୱସନୀୟ ? ଯଦି ଆମ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗୁଡ଼ିକର ଯୋଜନା ଓ ସୁବିଧାକୁ ଦେଖିବା ତେବେ, ଜିଏଚଆଇ ରିପୋର୍ଟ କପଳକଳ୍ପିତ ଓ ମିଥ୍ୟା ଏକଥା ବୁଝିବାକୁ ଅସୁବିଧା ହେବ ନାହିଁ । ବର୍ତ୍ତମାନର ଯାହା ସରକାରୀ ରିପୋର୍ଟ ଅନୁଯାୟୀ, ଲୋକମାନେ ଯେପରି କ୍ଷ୍ୟୁଧାର୍ତ୍ତ ନ ରୁହନ୍ତି, ସେଥିପାଇଁ ଅନେକ ଯୋଜନା କରାଯାଇଛି । ଟଙ୍କିକିଆ ଯୋଜନା ହେଉ ବା ଅର୍ଣ୍ଣପୂର୍ଣ୍ଣା ଓ ଅନ୍ତର୍ଦ୍ଦୟ ଯୋଜନାରେ ମାଗଣା ଚାଉଳ ଦିଆଯାଉଛି । ଡାଲି, ଚିନି ଓ ଗହମ ମଧ୍ୟ ରିହାତି ଦର ଦିଆଯାଉଛି । ସରକାର ଏ ରିପୋର୍ଟ ପ୍ରତ୍ୟେକ ବର୍ଷ ଏହି ରିପୋର୍ଟ ପ୍ରକାଶ କରୁଛନ୍ତି । ଏଥିପାଇଁ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ରାଜକୋଷରୁ ଖର୍ଚ୍ଚ କରାଯାଉଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅର୍ଥନୈତିକ ସର୍ଭେ ହେଉ ବା ସୋସିଆଲ ସର୍ଭେ ରିପୋର୍ଟ ହେଉ, ସବୁଥିରେ କେହି କ୍ଷ୍ୟୁଧାର୍ତ୍ତ ନଥିବା ଦେଖାଉଛନ୍ତି ।

ସରକାରୀ ରିପୋର୍ଟ ଯେତେବେଳେ କ୍ଷ୍ୟୁଧାର୍ତ୍ତ ନଥିବା ଦେଖାଉଛି, ଏକ ଆର୍ନ୍ତଜାତିକ ବେସରକାରୀ ଅନୁଷ୍ଠାନ ୧୨୧ ଦେଶ ମଧ୍ୟରୁ ଭାରତକୁ ୧୦୭ ନମ୍ବରରେ ରଖିବା ବିଶ୍ୱାସଯୋଗ୍ୟ କି? ବିଦେଶୀ ସଙ୍ଗଠନର ଏଭଳି ରିପୋର୍ଟକୁ ଆମେ ବିଶ୍ୱାସକରି କାହା ଉପରେ ଦୋଷ ଲଦିଦେବା ବୁଦ୍ଧିମାନ ବା ଶିକ୍ଷିତର କାମ କି? ଯଦି ଆମ ସରକାରଙ୍କ ବ୍ୟବସ୍ଥା ଓ କାର୍ଯ୍ୟକ୍ରମ ଉପରେ ଆମର ବିଶ୍ୱାସ ନାହିଁ, ତାହେଲେ ଏଭଳି ରିପୋର୍ଟକୁ ବିଶ୍ୱାସ କରାଯାଇପାରିବ । ମୋଗଲ ହେଉ ବା ବ୍ରିଟିଶ୍ ପ୍ରତ୍ୟେକ ସମୟରେ ଭାରତୀୟ ସ୍ଥିତିକୁ ନିନ୍ଦିତ କରିବାରେ ଏମାନଙ୍କର କଳ କୌଶଳ ଲାଗିଥାଏ । ଆଜି ବି ସେ ଧାରା ଜାରି ରହିଛି । ଏଭଳି ଏକ ବିଦେଶୀ ରିପୋର୍ଟକୁ ବିଶ୍ୱାସ କରି କିଛି ନେତା ସମାଲୋଚନା କରିବା ସରକାର ନିରବ ରହିଯିବା, ସରକାରୀ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଉଛି । ଏଭଳି ରିପୋର୍ଟ ବିରୁଦ୍ଧରେ ଯଦି ସ୍ୱର ଉତ୍ତୋଳନ କରାନଯାଏ, ବିଶେଷକରି ଯଦି ସରକାରୀ ଭାବେ ଯଦି ଏହାକୁ ଘଣ୍ଡନ କରାନଯାଏ, ତେବେ ବିଦେଶୀ ଷଡ଼ଯନ୍ତ୍ରକାରୀମାନଙ୍କର ପ୍ରଭାବ ବଢି ବଢି ଯିବ ।
ଏହାକୁ ନେଇ ଓଡ଼ିଶା ସରକାର ବା ଓଡ଼ିଶାର କୌଣସି ବୁଦ୍ଧିଜୀବୀ ଏହାକୁ ବିରୋଧ କରିପାରିଲେ ନାହିଁ କିନ୍ତୁ ସ୍ୱଦେଶୀ ଜାଗରଣ ମଞ୍ଚ ଏହାକୁ ବିରୋଧ କଲା । ଆଉ ଏହାକୁ ବ୍ୟାନ୍ କରିବାକୁ ମଧ୍ୟ ଦାବି କରିଛି । ଆସନ୍ତୁ ଜାଣିବା ଏହି ମଞ୍ଚ ତରଫରୁ ଏହି ରିପୋର୍ଟକୁ ନେଇ କ’ଣ କୁହାଯାଇଛି ।

ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟକୁ କାଉଣ୍ଟର କରି ସ୍ୱଦେଶୀର ଜାଗରଣ ମଞ୍ଚ କହିଛି, ଏହାକୁ ଏକ ଦାୟିତ୍ୱହୀନ ଭାବେ ପ୍ରସ୍ତୁତ କରାଯାଇଛି । ଭାରତକୁ ବଦନାମ କରିବାକୁ ଏହା ଏକପ୍ରକାର ଚକ୍ରାନ୍ତ । ଏହି ରିପୋର୍ଟରେ ପ୍ରକାଶ ପାଇଥିବା ତଥ୍ୟ ବାସ୍ତବତା ଠାରୁ ବହୁ ଦୂରରେ । ରିପୋର୍ଟ କେବଳ ତ୍ରୁଟିପୂର୍ଣ୍ଣ ନୁହେଁ, ବିଶ୍ଲେଷଣ ପଦ୍ଧତି ଦୃଷ୍ଟିକୋଣରୁ ମଧ୍ୟ ହାସ୍ୟାସ୍ପଦ ଅଟେ । ଏହାପୂର୍ବରୁ ମଧ୍ୟ ଗତ ବର୍ଷ ଅକ୍ଟୋବରରେ ଭାରତ ୧୧୬ ଦେଶ ତାଲିକାରେ ୧୦୧ ସ୍ଥାନ ପାଇଥିଲା । କ୍ରମାଗତ ଭାବେ ଏହା ଭାରତକୁ ନିମ୍ନରେ ଦେଖାଇବାକୁ ଷଡ଼ଯନ୍ତ୍ର କରୁଛି । ଗତବର୍ଷର ରିପୋର୍ଟକୁ ମଧ୍ୟ ଭାରତ ଦୃଢ ବିରୋଧ କରିଥିଲା ଏବଂ ଦେଶର ମୂଲ୍ୟାଙ୍କନରେ ବ୍ୟବହୃତ ତଥ୍ୟ ଏବଂ ପଦ୍ଧତି ଉପରେ ପ୍ରଶ୍ନ କରିଥିଲା । ବିଶ୍ୱ ଖାଦ୍ୟ ସଙ୍ଗଠନ ସେତେବେଳେ କହିଥିଲା ଯେ, ଏହି ତ୍ରୁଟି ଗୁଡ଼ିକୁ ସଂଶୋଧନ କରାଯିବ । କିନ୍ତୁ ତଥାପି ପୁଣି ଥରେ ସମାନ ଭୁଲ ତଥ୍ୟ ଏବଂ ପଦ୍ଧତି ବ୍ୟବହାର କରି ଚଳିତ ବର୍ଷର ରିପୋର୍ଟ ପ୍ରକାଶ ପାଇଛି ବୋଲି ସ୍ୱଦେଶୀ ଜାଗରଣ ମଞ୍ଚ କହିଛି । ଏହାସହ ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିବା ସହ ଭାରତର ନିରାପତ୍ତା ବିଷୟରେ ମିଥ୍ୟା ପ୍ରଚାର କରି ଭାରତକୁ ବଦନାମ କରୁଥିବା ସଙ୍ଗଂନ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଆମକୁ Like, Follow ଏବଂ Subscribe କରନ୍ତୁ……
In Facebook: https://www.facebook.com/THEQuiverOfficial/

ସଙ୍ଗଠନର ସହ ସଂଯୋଜକ ଅଶ୍ୱୀନି ମହାଜନ କହିଛନ୍ତି ଯେ, ଆଜି ଖାଦ୍ୟ ଶସ୍ୟ ଏବଂ ଅନ୍ୟାନ୍ୟ ପଦାର୍ଥରେ ଭାରତ କେବଳ ଆତ୍ମନିର୍ଭରଶୀଳ ନୁହେଁ ବରଂ ଏହା ଏକ ନିଟ୍ ରପ୍ତାନୀ କାରୀ ଦେଶ ଅଟେ । ୨୦୨୧-୨୨ ବର୍ଷରେ ଭାରତରେ ମୋଟ୍ ଶସ୍ୟ ଉତ୍ପାଦନ ହେଉଛି ୩,୧୬୦ ଲକ୍ଷ ଟନ୍, ଯାହା ମୁଣ୍ଡପିଛା ୨୨୭ କିଲୋଗ୍ରାମ ବୋଲି ସେ କହିଛନ୍ତି । ଏହାସହ ସେ କହିଛନ୍ତି, କେନ୍ଦ୍ର ସରକାର ବିଶ୍ୱର ସର୍ବବୃହତ୍ତ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଚଳାଉଛନ୍ତି, ଯେଉଁଥିରେ କେବଳ ମାଗଣା ଖାଦ୍ୟ ନୁହେଁ, ଡାଲି ମଧ୍ୟ ଗତ ୨୮ ମାସ ମଧ୍ୟରେ ୮୦ କୋଟି ଦେସବାସୀଙ୍କୁ ବଣ୍ଟାଯାଇଛି । ଏହାବ୍ୟତୀତ ଅଙ୍ଗନୱାଡି ସେବା ଅଧୀନରେ ପ୍ରାୟ ୭.୭୧ କୋଟି ଶିଶୁ ଏବଂ ୧.୭୮ କୋଟି ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ଙ୍କୁ ସପ୍ଲିମେଣ୍ଟାରୀ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି । ତେଣୁ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ ଏକାଡେମିକ୍ସ ପାଇଁ ସମ୍ପୂର୍ଣ୍ଣ ବ୍ୟବହାର ଯୋଗ୍ୟ ନୁହେଁ ଏବଂ ଏହା ଭାରତ ଓ ସେମାନଙ୍କ ନେତୃତ୍ୱ ସମେତ କେତେକ ବିକାଶଶୀଳ ଦେଶକୁ ବଦନାମ କରିବାର ପ୍ରୟାସ ବୋଲି ମନେ ହୁଏ । ଏହି ରିପୋର୍ଟ ଏକ ରାଜେନ÷ତିକ ଷ୍ଟଣ୍ଟ ଭଳି ଦେଖାଯାଉଛି ବୋଲି ସ୍ୱଦେଶୀ ଜାଗରଣ ମଞ୍ଚ କହିଛି ।

Leave a Reply

Your email address will not be published. Required fields are marked *