ଭାରତୀୟ ନୋଟ୍ କୁ ନେଇ ରାଜନୀତି

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ଭାରତୀୟ ନୋଟ୍ ରେ ଲକ୍ଷ୍ମୀ ଓ ଗଣେଷଙ୍କ ଫଟୋ ରଖିବାକୁ ଦାବି । ଏହି ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓାଲ । ଡଲାର ତୁଳନାରେ ଲଗାତାର ତଳକୁ ଖସୁଛି ଭାରତୀୟ ମୁଦ୍ରା । କରେନ୍ସି ସମୃଦ୍ଧି ପାଇଁ କେନ୍ଦ୍ର ଏଭଳି ନିଷ୍ପତ୍ତି ନେଉ କହିଲେ କେଜ୍ରିଓାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓାଲ କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । କେତେବେଳେ ଦିଲ୍ଲୀ ବାସିଙ୍କ ପାଇଁ ବିଭିନ୍ନ ଯୋଜନା କରି ତ ଆଉ କେତେବେଳେ ବିବାଦିୟ ବୟାନ ଦେଇ । ତେବେ ବୁଧବାର ପ୍ରେସ୍ କନଫ୍ରେନ୍ସ ଜରିଆରେ କେନ୍ଦ୍ର ସରକାର ଅର୍ଥାତ ମୋଦି ସରକାରଙ୍କୁ ଅପିଲ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । କାରଣ ଭାରତୀୟ ମୁଦ୍ରାରେ ମହାତ୍ମାଗାନ୍ଧିଙ୍କ ସହ ହିନ୍ଦୁ ଭଗବାନଙ୍କ ସହ ଗଣେଶ ଏବଂ ଲକ୍ଷ୍ମୀଙ୍କ ଫଟୋ ଦେବାକୁ ଅପିଲ୍ କରିଛନ୍ତି କେଜ୍ରିଓାଲ । ସେ ଆହୁରି ମଧ୍ୟ କହିଛନ୍ତି ଆମ ଦେଶରେ ଲକ୍ଷ୍ମୀ ଏବଂ ଗଣେଷଙ୍କ ଫଟୋ ରହିଲେ ଆମ ଦେଶ ଆହୁରି ସମୃଦ୍ଧ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ଇଣ୍ଡୋନେସିଆ ଏକ ମୁସଲିମ୍ ଦେଶ ଯେଉଁଠାରେ ୮୫ ପ୍ରତିଶତ ମୁସଲିମ ରହୁଥିବା ବେଳେ ୨ରୁ ୩ ପ୍ରତିଶତ ହିନ୍ଦୁ ରହୁଛନ୍ତି । ମାତ୍ରେ ସେଠାରେ ତାଙ୍କ ମୁଦ୍ରାରେ ଗଣେଶଙ୍କ ଫଟୋ ରହିଛି । ତେଣୁ ମୁଁ ପ୍ରଧାମମନ୍ତ୍ରୀଙ୍କୁ ନିବେଦନ କରୁଛି ନୂଆ ଛପା ହେବାକୁ ଥିବା ଭାରତୀୟ ମୁଦ୍ରା ରେ ହିନ୍ଦୁ ଦେବୀ ମା ଲକ୍ଷ୍ମୀ ଏବଂ ପ୍ରଭୁ ଗଣେଷଙ୍କ ଫଟୋ ପ୍ରକାଶ କରାଯାଉ ବୋଲି କହିଛନ୍ତି । ଏହାକୁ ନେଇ ଗୋଟିଏ ପରେ ଗୋଟିଏ ରାଜନେତାଙ୍କ ପ୍ରତିକ୍ରିୟା ଏବଂ ମତ ବାହାରକୁ ଆସୁଛି । ଜଣେ ଚାହୁଁଛନ୍ତି ଭଗବାନ ଗଣେଷ ଏବଂ ଦେବୀ ଲକ୍ଷ୍ମୀଙ୍କ ଚିତ୍ର ଏଥିରେ ହେଉ । ସେହି ସମୟରେ କାହାର ଇଚ୍ଚା ହେଉଛି ନୋଟ୍ ଉପରେ ଶିବାଜୀଙ୍କୁ ଦେଖିବା । ଅନ୍ୟପଟେ କିଛି ରାଜନେତା ବାବାସାହେବଙ୍କ ଚିତ୍ର କାହିଁକି ନୋଟରେ ରହିପାରିବ ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।

କିଛି ଦିନ ପୂର୍ବରୁ ଅଖିଳ ଭାରତ ହିନ୍ଦୁ ମହାସଭାରେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଫଟୋ ସ୍ଥାନରେ ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚିତ୍ର ଅନ୍ତର୍ଭୁକ୍ତ କରିବାକୁ ଦାବି କରାଯାଇଥିଲା। ପଶ୍ଚିମବଙ୍ଗର କାର୍ୟ୍ୟରତ ଅଧକ୍ଷ ଚନ୍ଦ୍ରଚୁର ଗୋସ୍ୱାମୀ କହିଥିଲେ, ‘ଆମେ ଅନୁଭବ କରୁଛୁ ଯେ ଭାରତର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅବଦାନ ମହାତ୍ମା ଗାନ୍ଧୀଙ୍କ ତୁଳନାରେ କମ୍ ନୁହେଁ। ଭାରତର ସର୍ବଶ୍ରେଷ୍ଠ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରିବାର ସର୍ବୋତ୍ତମ ଉପାୟ ହେଉଛି ଭାରତୀୟ ନୋଟ୍ ରେ ତାଙ୍କର ଚିତ୍ର । ଗାନ୍ଧିଜୀଙ୍କ ଚିତ୍ରକୁ ହଟାଇ ନେଟାଜିଙ୍କ ଚିତ୍ର ରହିବା ଉଚିତ୍ । ଯାହାକୁ ନେଇ ରାଜନୀତି ବଢିଛି ।

ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ସେ (କେଜ୍ରିୱାଲ) ତାଙ୍କ ସରକାରର ତ୍ରୁଟି ଲୁଚାଇବା ତଥା ଆମ୍ ଆଦମୀ ପାର୍ଟିର ହିନ୍ଦୁ ବିରୋଧୀ ମାନସିକତାରୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ରାଜନୌତିକ ଡ୍ରାମା କରୁଛନ୍ତି। ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ଯାହା କହିଛନ୍ତି ତାହା ତାଙ୍କର ୟୁ-ଟର୍ ରାଜନୀତିର ଏକ ଅଂଶ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *